Advertisment

ଭାଇ-ଭାଇଙ୍କ ପ୍ରେରଣାଦାୟୀ କାହାଣୀ: ପରିବାରରେ ମନୋମାଳିନ୍ୟ ପଛ, ସମ୍ପର୍କ ଆଗ

ଏମିତି ଭାଇଙ୍କ କାହାଣୀ ... ଯାହା ଜାଣିଲେ ଆପଣ ବି ଆପଣଙ୍କ ଘରେ ସେମିତି କାହାଣୀର କାମନା କରିବେ

author-image
Chandan Shishu
ଅଦ୍ୟତନ ହୋଇଛି
Meet brothers who are forever with each other

Meet brothers who are forever with each other

ଜୟପୁର ସହରର ଏନକେଟି ରୋଡ୍ ଛକର ପୁରୁଣା ରଙ୍ଗଛଡ଼ା ଫ୍ୟାନ୍ ମରାମତି ଦୋକାନ ଭଳି ଦୁଇ ଚୌହାନ୍ ଭାଇ ରାମଚନ୍ଦ୍ର ଓ ମହେନ୍ଦ୍ରଙ୍କ ଶରୀରରକୁ ବାର୍ଦ୍ଧକ୍ୟ ଗ୍ରାସିଲାଣି ସତ ହେଲେ ସଂପର୍କର ତେଜ କିନ୍ତୁ ଆଜି ବି ଚମକୁଛି। ୬୦ ବର୍ଷିୟ ସାନ ଭାଇ ଫ୍ୟାନ୍ ସଜାଡୁଥିଲେ ୬୫ ବର୍ଷିୟ ବଡ଼ଭାଇ ରାମଚନ୍ଦ୍ର ଆଜି ବି ତାଙ୍କ ପାଖରେ ଠିଆ ହୋଇ ତାଙ୍କ କାମକୁ ପରଖୁଛନ୍ତି, ହଁ କହିଲେ କାମ ଆଗକୁ ବଢୁଛି ଲୋକଙ୍କ ବିଶ୍ୱାସ ଓ ଭରସାକୁ ଜିତି ୩୮ ବର୍ଷ ହେଲାଣି କାନ୍ଧରେ କାନ୍ଧ ମିଳେଇ ଏମିତି ବେପାର କରି ଆସୁଛନ୍ତି ଦୁଇ ଭାଇ।

Advertisment

ବୃତ୍ତିରେ ହେଉ କି ପରିବାରରେ ରାମ-ଲକ୍ଷ୍ମଣ ଭଳି ହସ ଖୁସିରେ ଚଳି ଆସୁଥିବା ସହରର ଆଉ ଦୁଇ ପ୍ରତିଷ୍ଠିତ ଭାଇ ଦୀପକ ଫଦଓ୍ୱାର ଓ ଅମର ଭଦଓ୍ୱାର। ଏମାନଙ୍କ ହସଖୁସିର ଘର। ଦୁଇ ଭାଇ ଯେମିତି ଦୁଇ ସାଙ୍ଗ, କେବେ କେବେ ପରିବାରରେ ମନୋମାଳିନ୍ୟ ଯେ ହୁଏନି ତାହା ନୁହେଁ, କିନ୍ତୁ ଭାଇ-ଭାଇର ବନ୍ଧନ ଏହାକୁ ଖୁବ୍ କମ୍ ସମୟରେ ମିଳେଇ ଦିଏ।

ପରସ୍ପର ଭିତରେ ସମନ୍ବୟ ବଜାୟ ରଖି ଯୌଥ ପରିବାରର ବିଜୟ ଧ୍ୱଜା ଉଡ଼ାଉଥିବା ଆଉ ଏକ ପରିବାର ହେଲେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ଦୁର୍ଗାପ୍ରସାଦ ମିଶ୍ର ଓ ସାନଭାଇ ହର ପ୍ରସାଦ ମିଶ୍ର ଏବଂ ବ୍ୟବସାୟୀ ସଂଜୟ କୁମାର ଜୈନ୍ ଓ ସନ୍ଦୀପ ଜୈନ୍। ବୃତ୍ତିରେ ଏକାଠି...ଗୋଟିଏ ଛାତ ତଳେ ଘରେ ବି ଏକାଠି...।

Advertisment

କେତେବେଳେ ବ୍ୟବସାୟକୁ ନେଇ ତ କେତେବେଳେ ଛୋଟ ଛୋଟ ପାରିବାରିକ ଓ ସାମାଜିକ ସମସ୍ୟା। ସଂସାର ଭିତରେ ଘର କରିଥିଲେ ଝଡ଼ ତ ଆସିବ ହିଁ ଆସିବ କିନ୍ତୁ ସବୁରେ ସମତୁଲତା ରଖି ସଂପର୍କକୁ ଆଗକୁ ବଢ଼ାଇ ଚାଲିଛନ୍ତି ଏମାନେ। ପାରିବାରିକ ମୂଲ୍ୟବୋଧକୁ ବଞ୍ଚାଇ ରଖି ସଂପର୍କର ରଜୁକୁ ଶକ୍ତ କରୁଥିବା ଏସବୁ ଭାଇମାନଙ୍କ କାହାଣୀ, ଛୋଟିଆ ଛୋଟିଆ କଥା ପାଇଁ ଭାଙ୍ଗି ଯାଉଥିବା ଘରସବୁକୁ ପୁଣି ହସଫୁଲରେ ସଜାଡ଼ିବାର ପ୍ରେରଣା ଦେବ ନିଶ୍ଚୟ।

(ରିପୋର୍ଟ: ଟି. ଗୌରୀଶଙ୍କର, ଜୟପୁର)

Humanity Relationship
Advertisment
Advertisment