Advertisment

ମାତ୍ର ୯୯୯ ଟଙ୍କାରେ ଭୁବନେଶ୍ୱରରୁ ଏହି ସ୍ଥାନକୁ ବିମାନ ଯାତ୍ରା କରନ୍ତୁ...

ପ୍ରତ୍ୟେକ ଦିନ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ ୧ଟା ୨୦ ମିନିଟରେ ଏହା ଜୟପୁରରେ ପହଞ୍ଚିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Jeypore flight

Jeypore flight takes off from Bhubaneswar

ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁରକୁ ଆଜି ବିମାନ ସେବା ଆରମ୍ଭ ହୋଇଛି। ଆଜି ସକାଳ ୧୦ଅଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳର ଶୁଭାରମ୍ଭ କରିଥିଲେ।ଇଣ୍ଡିଆ ୱାନ୍ ଏୟାର ବିମାନ ସପ୍ତାହକୁ ୬ ଦିନ ଉଡାଣ ଭରିବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ଦିନ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ ୧ଟା ୨୦ ମିନିଟରେ ଏହା ଜୟପୁରରେ ପହଞ୍ଚିବ। ମାତ୍ର ୯୯୯ ଟଙ୍କାରେ ଯାତ୍ରୀମାନେ ଭୁବନେଶ୍ୱରରୁ ଜୟପୁରକୁ ଯାତ୍ରା କରିପାରିବେ ବୋଲି ଜଣାପଡ଼ିଛି। ଏହି ଅଫର୍‌ କେବଳ ଆଜି ଓ ଆସନ୍ତାକାଲି ପାଇଁ ରହିଛି। ଏହାପରେ ବିମାନ ଟିକେଟ୍‌ ଦର ବୃଦ୍ଧି ହେବ। 

Advertisment

ସେହିପରି ଜୟପୁରରୁ ଏହା ୧ଟା ୪୦ ମିନିଟରେ ଛାଡ଼ିବ ଓ ୨ଟା ୩୦ରେ ବିଶାଖାପାଟଣାରେ ପହଞ୍ଚିବ। ଏହା ଅପରାହ୍ଣ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ମିନିଟରେ ଜୟପୁରରେ ପହଞ୍ଚିବ। ୪ଟା ୫ ମିନିଟରେ ଜୟପୁରରୁ ବାହାରି ୫ଟା ୫୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ। ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ାଣ ପାଇଁ ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା।

ଅନ୍ୟପକ୍ଷେ, ଆଗାମୀ ଦିନରେ ଉଡାଣ ସ୍କିମ୍‌ ଅଧୀନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ୍‌ ମିଳିଛି। ଏଥିଲାଗି DGCA ଅନୁମୋଦନ ମିଳିବା ପରେ ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯା‌ଏ ବିମାନ ଚଳାଚଳ କରିବ। ଏହି ରୁଟରେ ଭୁବନେଶ୍ୱରରୁ ରାଉରକେଲା, ରାଉରକେଲାରୁ କୋଲକାତା ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ସେପଟେ ନୂଆ ବର୍ଷରୁ ଭୁବନେଶ୍ୱରରୁ ଗୌହାଟିକୁ ବିମାନ ଚଳାଚଳ କରିବା ନେଇ ସୂଚନା ମିଳିଛି। ଏହି ବିମାନ ସପ୍ତାହକରେ ୪ ଦିନ- ରବିବାର, ସୋମବାର ବୁଧବାର ଓ ଶୁକ୍ରବାର ଉଡ଼ାଣ କରିବ। 

Advertisment
Airlines Flight Services
Advertisment
Advertisment