Advertisment

ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ

ତୁଳସୀ ଗଣନାଟ୍ୟର ନାଟକରେ ଗୀତ ଗାଉଥିଲେ ଯାତ୍ରା ପାର୍ଟିର ଗାୟକ

author-image
Chandan Shishu
ଅଦ୍ୟତନ ହୋଇଛି
ଯାତ୍ରା ପାର୍ଟିର ଗାୟକ ସଞ୍ଜୟ କୁମାର ପାତ୍ର

ଯାତ୍ରା ପାର୍ଟିର ଗାୟକ ସଞ୍ଜୟ କୁମାର ପାତ୍ର

ଉଦଳା: ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ। ଯାତ୍ରା ପାର୍ଟିରେ ଗୀତ ଗାଉଥିବା ବେଳେ ଟଳିପଡିଲେ ଗାୟକ। ଏଭଳି ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଉଦଳାରେ।

Advertisment

ଗତକାଲି ଉଦଳା ବସଷ୍ଟାଣ୍ଡ ନିକଟରେ ଚାଲିଥିବା ତୁଳସୀ ଗଣନାଟ୍ୟର ନାଟକରେ ଗୀତ ଗାଉଥିଲେ ଯାତ୍ରା ପାର୍ଟିର ଗାୟକ ସଞ୍ଜୟ କୁମାର ପାତ୍ର। ନାଟକର ଶେଷ ଗୀତ ଗାଉଥିବା ବେଳେ ହଠାତ୍ ସଞ୍ଜୟଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। 

ତୁରନ୍ତ ତାଙ୍କୁ ସହକର୍ମୀ ଏବଂ ଯାତ୍ରା କମିଟିର ସଦସ୍ୟମାନେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ।  ତାଙ୍କର କଣ୍ଠରେ ହୃଦୟରେ ଭରିଦିଏ ସ୍ନେହର ଭିଡ଼ ଗୀତ ଅନେକ ଦର୍ଶକଙ୍କୁ ବିମୋହିତ କରିଥିଲା। 

Advertisment
Jollywood Singer Death
Advertisment
Advertisment