Advertisment

ଏଠି ନିଜ ମୃତ୍ୟୁ ପାଇଁ କିଣନ୍ତି କଫିନ୍ ଆଉ କବର ସ୍ଥାନ

ମୃତ୍ୟୁ ନାଁ ଶୁଣିଲେ ଲୋକେ ତ ଡରନ୍ତି। ଏହା ବିଷୟରେ ଆଲୋଚନା କରିବା ତ ଦୂରର କଥା ଏହି ଶବ୍ଦକୁ ଅଶୁଭ ବୋଲି ମଧ୍ୟ ମାନନ୍ତି। ହେଲେ ଏମିତି ଏକ ଜାଗା ଅଛି ଯେଉଁଠି ନିଜ ମୃତ୍ୟୁ ପାଇଁ ସଜବାଜ ହୁଅନ୍ତି ଲୋକେ ଆଉ ଅପେକ୍ଷା କରନ୍ତି ସେହି ଦିନକୁ।

author-image
Pramod Behera
ଅଦ୍ୟତନ ହୋଇଛି
Japan people purchase land for burial and shop for funeral for won death

Japan people purchase land for burial and shop for funeral for won death

ଜୀବନ ଓ ମୃତ୍ୟୁ ‌ଈଶ୍ୱରଙ୍କ ହାତରେ ବୋଲି କୁହାଯାଏ। ଲୋକମାନେ ଜୀବନକୁ ଖୁବ ଉପଭୋଗ କରୁଥିବା ଓ ଏହାକୁ ଧୁମଧାମରେ ସେଲିବ୍ରେସନ କରୁଥିବା ବେଳେ ମୃତ୍ୟୁ ବିଷୟରେ କେହି ବି କଥା ହେବାକୁ ପସନ୍ଦ କରନ୍ତି ନାହିଁ। ଏହି ଶବ୍ଦକୁ ଅଶୁଭ ବୋଲି ମଧ୍ୟ ଭାବନ୍ତି।

Advertisment

ପରିବାର କୌଣସି ସଦସ୍ୟଙ୍କ ଯଦି ହଠାତ ମୃତ୍ୟୁ ହୋଇଯାଏ ତେବେ ଲୋକେ ଏତେ ଦୁଃଖରେ ଭାଙ୍ଗି ପଡନ୍ତି ଯେ ଏଥିରୁ ବାହାରିବା ପାଇଁ ସେମାନଙ୍କୁ ବହୁତ ସମୟ ଲାଗେ। ଏହି କାରଣରୁ ଲୋକମାନେ ଏହାକୁ ଅଶୁଭ ମାନନ୍ତି ଆଉ ଏ ବିଷୟରେ ଆଲୋଚନା କରିବାକୁ ଚାହାନ୍ତି ନାହିଁ। କିନ୍ତୁ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ଲୋଜେ ମୃତ୍ୟୁକୁ ବିଶେଷ ଭାବରେ ପାଳନ କରନ୍ତି।

ଅଧିକ ପଢ଼ନ୍ତୁ: ବାହାରିଲା ନୂଆ ଥେରାପି ! ୪୭ ଲକ୍ଷ ଟଙ୍କା ନେଇ ଜୀବନ୍ତ ସମାଧି ଦେଉଛି କମ୍ପାନୀ!

Advertisment

ଆମ ଦେଶରେ, ଯଦି କୌଣସି ଘରେ ଏପରି ଅଘଟଣ ଘଟେ ତେବେ ପରିବାର ଏବଂ ବନ୍ଧୁମାନେ ରୀତିନୀତି ପାଇଁ କିଛି ସାମଗ୍ରୀ କିଣାକିଣା କରନ୍ତି। କିନ୍ତୁ ଜାପାନରେ ମୃତ୍ୟୁ ପାଇଁ ଏକ ଯୋଜନା କରାଯାଏ ଓ ଏନେଇ ଏକ ପର୍ବ ମଧ୍ୟ ପାଳନ କରାଯାଏ। ଏଥିରେ ଲୋକମାନେ ନିଜେ ନିଜ ମୃତ୍ୟୁକୁ ଅପେକ୍ଷା କରନ୍ତି। ଏନେଇ ସମାଧିସ୍ଥଳରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ ଏକ ତାଲିକା ପ୍ରସ୍ତୁତ କରାଯାଏ। ଲୋକମାନେ ନିଜ ପାଇଁ କବର, କଫିନ୍ ଆଦି କିଣନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜାପାନରେ ଶୁକାସ୍ତୁ ଫେଷ୍ଟିଭାଲ ନାମରେ ଏକ ପର୍ବ ଆୟୋଜିତ କରାଯାଏ। ଏଥିରେ ଲୋକମାନେ କେବଳ ଯେ ସେମାନଙ୍କ ମୃତ୍ୟୁ ବିଷୟରେ ଆଲୋଚନା କରନ୍ତି ତାହା ନାହିଁ ବରଂ ଏଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରନ୍ତି।

ରାଜଧାନୀ ଟୋକିଓରେ ଏକ ଅନ୍ତିମ ସଂସ୍କାର ବାଣିଜ୍ୟ ମେଳା ଅନୁଷ୍ଠିତ ହୁଏ, ଯେଉଁଠାରେ ଲୋକମାନେ ସେମାନଙ୍କ ମୃତ୍ୟୁ ପରେ ବ୍ୟବହୃତ ଜିନିଷ କିଣିବାକୁ ଆସନ୍ତି। ଏହି ପର୍ବ ପ୍ରତିବର୍ଷ ୧୬ ଡିସେମ୍ବରରେ ହୋଇଥାଏ ଏବଂ ଏଠାରେ ଲୋକମାନଙ୍କୁ ସେମାନଙ୍କର ମୃତ୍ୟୁ ଏବଂ ଅନ୍ତିମ ସଂସ୍କାର ପାଇଁ ଠିକ ଭାବେ ପ୍ରସ୍ତୁତି ହେବାକୁ ଶିକ୍ଷା ଦିଆଯାଏ।

ଉତ୍ସବକୁ ଆସୁଥିବା ଲୋକେ ସେମାନଙ୍କ ପୋଷାକ ବାଛନ୍ତି ଯାହା ସେମାନଙ୍କ ମୃତ୍ୟୁ ପରେ ପିନ୍ଧାଯିବ ଏବଂ ଫୁଲରେ ଭର୍ତ୍ତି ହୋଇଥିବା କଫିନ୍‌ର ଡିଜାଇନ୍ ଏବଂ ଆକୃତି ମଧ୍ୟ ଚୟନ କରନ୍ତି। ଏହା ଭିତରେ ଶୋଇ ମଧ୍ୟ ସେମାନେ ଦେଖନ୍ତି ଏହା ସେମାନଙ୍କୁ ଠିକ ହେଉଛି କି ନାହିଁ। ଏହା ଛଡା ଏହି କଫିନ୍ ପୋତିବା ପାଇଁ ଏକ ଜମି ମଧ୍ୟ କିଣନ୍ତି।

ଏହି ବ୍ୟବସାୟକୁ ‘ଶେଷ ଶିଳ୍ପ’ ବୋଲି କୁହାଯାଏ। ଏହା ମାଧ୍ୟମରେ ଲୋକଙ୍କୁ ମୃତ୍ୟୁ ପରେ କ’ଣ ହୁଏ ସେ ବିଷୟରେ ସବୁକିଛି କୁହାଯାଏ। ଲୋକମାନେ ଏହାକୁ ଚିନ୍ତା କରି ଥରୁଥିବାବେଳେ ଜାପାନରେ ଏହିପରି ଶେଷ ଯାତ୍ରା ପାଇଁ ଲୋକମାନେ ପ୍ରସ୍ତୁତ ହେଉଥିବା ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଏ।

Ajab Gajab
Advertisment
Advertisment