• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ୟସ୍ତବହୁଳ ଜୀବନରେ ବର୍ତ୍ତମାନ ସମୟରେ ସମସ୍ତେ ଭୟ, ମାନସିକ ଅଶାନ୍ତି ସହ ସଂଘର୍ଷ କରୁଛନ୍ତି । ପାରିବାରିକ ଜୀବନ ସହ ଅଫିସ୍‌ ଟେନସନ୍‌ ଭାରି ପଡ଼ିଯାଉଛି । ଏଥିପାଇଁ କିଛି ଲୋକ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ଆପଣାଉଥିବା ଦେଖିବାକୁ ମିଳୁଛି । ଦିନକୁ ଦିନ ମାନସିକ ବିଷାଦଗ୍ରସ୍ତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କେବଳ ସାଧାରଣ ଲୋକ ନୁହେଁ, ଅନେକ ସେଲିବ୍ରିଟି ମଧ୍ୟ ମାନସିକ ବିଷାଦଗ୍ରସ୍ତ ହୋଇଥିବା ସ୍ୱୀକାର କରିଛନ୍ତି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ କମ୍ପାନୀ ଟଙ୍କା ନେଇ ଏକ ବିରଳ ଥେରାପି ଉପଲବ୍ଧ କରାଉଥିବା ଦେଖିବାକୁ ମିଳୁଛି ।

ଋଷୀୟ କମ୍ପାନୀ ପକ୍ଷରୁ ଦିଆଯାଉଥିବା ଏହି ଥେରାପି କିନ୍ତୁ ଖୁବ୍‌ ଭୟଙ୍କର । ଯେଉଁ ଲୋକମାନେ ଭୟ ଏବଂ ଅଧିକ ବିଷାଦଗ୍ରସ୍ତ ଅଛନ୍ତି, ସେମାନଙ୍କ ପାଇଁ କମ୍ପାନୀ ଏପରି ଥେରାପି ଆରମ୍ଭ କରିଛି । ରୋଗୀଙ୍କୁ ଏକ ଘଣ୍ଟାରୁ ଅଧିକ ମାଟି ଭିତରେ ଜୀବନ୍ତ  କବର ଦିଆଯାଉଛି । ଆପଣ ମଧ୍ୟ ଚିନ୍ତା ଏବଂ ଭୟାତୁର ହେଉଥିଲେ, ଜୀବନ୍ତ କବର ନେଇପାରିବେ ବୋଲି କମ୍ପାନୀ କହିଛି । ଏକ କମ୍ପାନୀ ଥେରାପି ଦେବା ନାମରେ ୪୭ ଲକ୍ଷ ଟଙ୍କାରେ ଏକ ମଧ୍ୟ ପ୍ୟାକେଜ୍ ଆଣିଛି । ଯେଉଁଥିରେ ୬୦ ମିନିଟ ପର୍ଯ୍ୟନ୍ତ ଲୋକଙ୍କୁ ଜୀବନ୍ତ ଅବସ୍ଥାରେ ସମାଧି ଦିଆଯିବ ।

Prekated Academy ନାମକ ଏକ କମ୍ପାନୀ ଏଭଳି ଏକ ଅଦ୍ଭୁତ ଚିକିତ୍ସାର ଉଦ୍ଭାବନ କରିଛି । ଏହି ଚିକିତ୍ସା ଦ୍ୱାରା ଚିନ୍ତା ଏବଂ ଭୀତତ୍ରସ୍ତ ଲୋକଙ୍କୁ ଜୀବନ୍ତ କବର ଦେଇ ଆରୋଗ୍ୟ କରାଯାଉଥିବା ଦାବି କରାଯାଉଛି । ଏହି ଥେରାପିର ନାମ ହେଉଛି 'psychic therapy', ଯାହା ୪୭ ଲକ୍ଷ ଟଙ୍କାରେ ଉପଲବ୍ଧ । ଚିକିତ୍ସା ଅନୁସାରେ ରୋଗୀକୁ ୪୦-୬୦ ମିନିଟ୍ ପର୍ଯ୍ୟନ୍ତ କବରରେ ରହିବାକୁ ପଡିବ ।

ଆଗାମୀ ସମୟରେ ଅନଲାଇନରେ ମଧ୍ୟ ଏହି ଚିକିତ୍ସା କରାଯିବ । ଏଥିପାଇଁ ଆପଣଙ୍କୁ ୧୨ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଷ୍ଟ୍ରେସ୍ ଥେରାପି ଆରମ୍ଭ କରିଥିବା ଏହି କମ୍ପାନୀର ଦାବି ଅନୁସାରେ, ଲୋକଙ୍କ ଭୟ ଏବଂ ଚିନ୍ତାର ମୁକାବିଲା ପାଇଁ ଏହି ପ୍ୟାକେଜ୍‌ ସାହାଯ୍ୟ କରୁଛି । କମ୍ପାନୀର ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ।

ଏହି 'ଷ୍ଟ୍ରେସ୍ ଥେରାପି' ସଂପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଜୀବନ୍ତ କବର ଦିଆଯିବା ସତ୍ତ୍ୱେ ମନୁଷ୍ୟର ଜୀବନ ପ୍ରତି କୌଣସି ବିପଦ ଆସିବ ନାହିଁ । ଏହି ଥେରାପି ବିଷୟରେ ସୂଚନା ମିଳିବା ମାତ୍ରେ ଅନେକ ଲୋକ କମ୍ପାନୀ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି । କିନ୍ତୁ ଏହି ଚିକିତ୍ସା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ଅନେକ ବିକଳ୍ପ ମଧ୍ୟରୁ ଗୋଟିଏ ବାଛିବା ପାଇଁ ସୁଯୋଗ ଦିଆଯିବ । କବରରେ ପୋତା ଯାଇଥିବା ରୋଗୀର ସମସ୍ତ ଯତ୍ନ ନିଆଯିବ । ଏହି ଥେରାପି ଲୋକଙ୍କୁ ନିଜ ସହ ଲଢ଼ିବାକୁ ପ୍ରେରଣା ଯୋଗାଇବା ସହ ଖୁସି ହେବାର କାରଣ ଦେବ ବୋଲି କମ୍ପାନୀ ଯୁକ୍ତି ବାଢ଼ିଛି ।