Advertisment

କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଆଣୁଛି ଜଗନ୍ନାଥଙ୍କ ତୁଳସୀ

କଥାରେ ଅଛି ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥାଏ । ସୁନ୍ଦର ପରିବେଶ ଭିତରେ ରହିଲେ ମଣିଷ ମନରେ ସକରାତ୍ମକ ଭାବନା ଆସିଥାଏ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Tulasi in jail

Tulasi in jail

କୋରାପୁଟ ମଣ୍ଡଳ କାରାଗାରରେ ଏବେ ଦେଖିବାକୁ ମିଳୁଛି ଭିନ୍ନ ଦୃଶ୍ୟ । ମନ ମୋହୁଛି ଜେଲ୍‌ରେ ଥିବା ସୁବାସିତ ତୁଳସୀ ଗଛ। ସବୁଠୁ ବଡ଼ କଥା ହେଉଛି, ଏସବୁ ତୁଳସୀ ଗଛ କଏଦୀଙ୍କ ମାନସିକତାରେ ବି ପରିବର୍ତ୍ତନ ଆଣୁଛି। ପ୍ରତିଦିନ ଶାବର ଶ୍ରୀକ୍ଷେତ୍ରକୁ ଯାଉଛି କୃଷ୍ଣ ତୁଳସୀ। ଜେଲ୍ ପରିସରର ଏଭଳି ସୁନ୍ଦର ଦୃଶ୍ୟ ପଛରେ ଅଛନ୍ତି ଜଣେ ଜଣେ ମହିଳା ଓ ପୁରୁଷ ବନ୍ଦୀ।

Advertisment

କଥାରେ ଅଛି ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥାଏ । ସୁନ୍ଦର ପରିବେଶ ଭିତରେ ରହିଲେ ମଣିଷ ମନରେ ସକରାତ୍ମକ ଭାବନା ଆସିଥାଏ। ଆଉ ଏଇ ପରିବେଶ କଏଦୀଙ୍କ ମନରୁ ଅପରାଧ ପ୍ରବଣତାକୁ ଦୂରେଇବାରେ ବେଶ୍ ସହାୟକ ହେଉଛି। ଜେଲ୍ ପରିସରକୁ ପଶୁ ପଶୁ ଦେଖିବାକୁ ମିଳିବ ହଜାର ହଜାର କୃଷ୍ଣ ତୁଳସୀ ଗଛ।

ଓଡିଆ ଜାତିର ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ ହେଉଛି ତୁଳସୀ । ସେଥିପାଇଁ ପ୍ରତି ଘରର ଅଗଣାରେ ପବିତ୍ର ତୁଳସୀ ଗଛ ଶୋଭା ପାଇଥାଏ । ଘରେ ପୂଜା ପାଉଥିବା ତୁଳସୀ ଗଛ ଆମକୁ ଅନେକ ସଂକେତ ଦେଇଥାଏ। ଖାଲି ପଡିଥିବା ଜେଲ ଜାଗାରେ ଲଗା ଯାଉଛି ତୁଳସୀ ଗଛ । ଆଉ ମହିଳା ଅନ୍ତେବାସୀଙ୍କ ଦ୍ୱାରା ମାଳା ତିଆରି ପରେ ଶାବର ଶ୍ରୀକ୍ଷେତ୍ରର ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାରେ ଲାଗୁଛି ।

Advertisment

ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟରେ କୋରାପୁଟ ମଣ୍ଡଳ କାରାଗାରକୁ ଉଲେଖନୀୟ ସଫଳତା ମିଳିଛି। ଏହା ଦ୍ୱାରା ଏଠାରେ ଥିବା କଏଦୀ ମାନଙ୍କର ଚରିତ୍ରରେ ବେଶ୍ ପରିବର୍ତ୍ତନ ଘଟୁଛି। ଏଠାକାର କଏଦୀ ମାନେ ସଜା କାଟି ବାହାରକୁ ଗଲା ପରେ ସ୍ୱାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିବେ ବୋଲି କୁହନ୍ତି ଜେଲ୍ କର୍ମଚାରୀ ସୁରେଶ କୁମାର ଭୂୟାଁ ।

ପବିତ୍ର ତୁଳସୀ ଚାଷ ସହ ଏଠାକାର ଅନ୍ତେବାସୀମାନେ ଉତ୍କୃଷ୍ଟ ମାନର ହସ୍ତତନ୍ତ ସହ ପନିପରିବା ଚାଷ ମଧ୍ୟ କରୁଛନ୍ତି। ପନିପରିବା ଅମଳ ସହ ମହିଳା ଅନ୍ତେବାସୀମାନେ ପ୍ରତିଦିନ ମାଳା କରି ଶାବର ଶ୍ରୀକ୍ଷେତ୍ରକୁ ପଠାନ୍ତି ବୋଲି ଜେଲ ଅଧିକ୍ଷକ ମନୋରଂଜନ ପ୍ରତିହାରୀ କହିଛନ୍ତି।

Odisha News Koraput
Advertisment
Advertisment