• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମାଛ ଚାଷ କରି ଲାଭବାନ ହୁଅନ୍ତୁ

ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କୁ କୌଣସି ବିକଳ୍ପ ଦେଖାଯାଉନି ତେବେ ଆପଣମାନଙ୍କ ପାଇଁ ମାଛ ଚାଷର ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରିବ । ଆପଣ ବହୁତ କମ ସମୟରେ ମାଛ ଚାଷ କରି ଭଲ ଅର୍ଥ ଉପାର୍ଜନ କରିପାରିବେ ।

କିପରି ଆରମ୍ଭ କରିପାରିବେ ମାଛ ଚାଷ ବ୍ୟବସାୟ:

  • ଏହି ବ୍ୟବସାୟକୁ ଆରମ୍ଭ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଦୁଇଟି ଜିନିଷ ଆବଶ୍ୟକ ଅଟେ, ଯଥା: ପୋଖରୀ ଏବଂ ମାଛ ।
  • ମାଛ ଆପଣଙ୍କୁ ଯେ କୌଣସି ମାଛ ଚାଷୀଙ୍କ ଠାରୁ ଆଣିପାରିବେ ଏବଂ ଅନ୍ୟ କଥାଟି ହେଉଛି ପୋଖରୀ, ତେବେ ଆପଣ ଆରମ୍ଭରୁ ଯେକୌଣସି ଛୋଟ ପୋଖରୀ ଆଣି ସେଥିରେ ମାଛ ରଖିପାରିବେ ।
  • ଆପଣଙ୍କୁ ଗୋଟେ କଥା ଧ୍ୟାନ ରଖିବା ଉଚିତ ଯେ ଆପଣ ଯେବେ ଗ୍ରହକଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ହେଇପାରିବେ ସେତେବେଳେ ଯାଇ ଅଧିକ ଲାଭ କରିପାରିବେ ।
  • ମାଛଚାଷୀ ଭାବରେ ଆପଣଙ୍କୁ ଏହା ଜାଣିବା ଦରକାର ଯେ ବଜାରରେ କେଉଁ କେଉଁ ମାଛର ଚାହିଦା ଅଧିକ ଅଛି । ଯଦି ଆପଣ ଏହି କଥାକୁ ଧ୍ୟାନରେ ରଖି ମାଛ ଚାଷ କରିପାରିବେ ତେବେ ଆପଣ ଅଧିକ ଲାଭବାନ ହେଇପାରିବେ ।

ମାଛ ଚାଷ ପାଇଁ ଠିକ୍‌ ପୋଖରୀର ଚୟନ:

  • ମାଛ ଚାଷରେ ପୋଖରୀର ସ୍ଥାନ ଅଧିକ ମହତ୍ଵ ରଖିଥାଏ, ତେଣୁ ମାଛ ଚାଷ କରିବା ପୂର୍ବରୁ ଏହି କଥାକୁ ବିଶେଷ ଭାବରେ ଧ୍ୟାନ ଦେବା ଉଚିତ l
  • ପୋଖରୀକୁ ଯେଉଁ ପାଣି ଆସୁଛି ତାହା ବୋରିଙ୍ଗ୍‌ର ପାଣି ନା ବର୍ଷା ପାଣି ତାହା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ l
  • ପୋଖରୀ ପାଣିରେ କୌଣସି ପ୍ରକାରର ବାକଟ୍ରିଆ ନାହାନ୍ତି ତ, ଏହା ଆପଣଙ୍କ ମାଛ ଉପରେ ଅଧିକ ଖରାପ ପ୍ରଭାବ ପକେଇପାରିବ କି ନାହିଁ ତାହା ଉପରେ ଧ୍ୟାନ ଦିଅନ୍ତୁ l ଯଦି ଏମିତି ରହିବ ତେବେ ଆପଣ ଲାଭ ବଦଳରେ କ୍ଷତି ହେବ ।

ମାଛମାନଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ:

  • ମାଛମାନଙ୍କୁ ଆପଣ କେଉଁ ପ୍ରକାରର ଖାଦ୍ୟ ଦେଉଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ l
  • ଯେଉଁ ମାଛମାନେ ଯେ କୌଣସି ସ୍ଥାୟୀ ପୋଖରୀରେ ରୁହନ୍ତି ସେମାନଙ୍କ ପାଇଁ ସଦା ବେଳେ ଖାଦ୍ୟ ରହିବାର ବ୍ୟବସ୍ତା ରହିଥାଏ କିନ୍ତୁ ଯେଉଁ ମାଛମାନେ ପୋଖରୀରେ ସ୍ଥାୟୀ ଭାବରେ ରହିନଥାନ୍ତି ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇ ଥାଏ ।
  • ଯଦି ଆପଣ ମାଛମାନଙ୍କୁ ଉପଯୁକ୍ତ ସମୟରେ ଖାଦ୍ୟ ଖୁଆଇବାକୁ ଦେବେ, ତେବେ ଆପଣଙ୍କର ମାଛମାନଙ୍କର ବୃଦ୍ଧି ହେବ ଏବଂ ସେଥିରୁ ଆପଣ ଅଧିକ ଲାଭବାନ ହେଇପାରିବେ ।