• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବଡ ବିଚିତ୍ର ଗାଁ, ଏଠି କେବେ ହୋଇନି ବର୍ଷା

ପୂର୍ବରୁ ୟମନ ଦେଶ ସମ୍ପର୍କରେ ଆମେ ଶୁଣିଛୁ । ବେଶ୍‌ ନିଆରା ଏ ଦେଶ । ଏଠାରେ ରହିଛି ବଡ ବିଚିତ୍ର ଗାଁ । ଯାହାର ନାଁ ହେଉଛି ଅଲ୍‌-ହୁତୈବ । ଏହା ୟମନର ରାଜଧାନୀ ସନାର ପଶ୍ଚିମରେ ହରଜ କ୍ଷେତ୍ରରେ ଅବସ୍ଥିତ । ଏଠାକୁ ସବୁବେଳେ ପର୍ଯ୍ୟଟକ ‌ଆସିଥାଆନ୍ତି ଆଉ ଏହି ଗାଁର ସୁନ୍ଦରତାକୁ ମନ ଭରି ଉପଭୋଗ କରିଥାଆନ୍ତି । କିନ୍ତୁ ଏହି ଗାଁର ବିଶେଷତ୍ତ୍ୱ ହେଉଛି ଏଠାରେ ଆଜି ପର୍ଯ୍ୟନ୍ତ କେବେ ବର୍ଷା ହୋଇନାହିଁ ।

ଏଠାରେ ପାହାଡର ଶିଖରରେ ଏଭଳି ଗାଁ ଓ ଘର ନିର୍ମିତ ହୋଇଛି ଯେ, ଏହାକୁ ଦେଖିଲେ ଲାଗେ ଯେପରି ‌ଆଖି ଲାଖିଯାଏ । କୁହାଯାଏ ଏହି ଗାଁଟି ବାଦଲ ଉପରେ ନିର୍ମିତ ହୋଇଛି । ତେବେ କଳ୍ପନା କରନ୍ତୁ, କେତେ ସୁନ୍ଦର ହୋଇଥିବ ଗାଁଟି ।ଏହି ଗାଁଟି ପୃଥିବୀର ଭୂମିଠାରୁ ୩ହଜାର ୨୦୦ ମିଟର ଉଚ୍ଚତାରେ ଅବସ୍ଥିତ ।

ଗାଁର ଚାରିପାଖର ବାତାବରଣ ବାସ୍ତବରେ ବେଶ୍‌ ଗରମ । ଶୀତ ଦିନେ ସକାଳ ସମୟରେ ପରିବେଶ ବେଶ୍‌ ଥଣ୍ଡା ରହିଥାଏ । କିନ୍ତୁ ସୂର୍ଯ୍ୟୋଦୟ ପରେ ଲୋକମାନଙ୍କୁ ବେଶ୍‌ ଗରମ ସମ୍ଭାଳିବାକୁ ପଡିଥାଏ । ଗ୍ରାମୀଣ ଓ ସହରୀ ବିଶେଷତା ସହ ପ୍ରାଚୀନ ଓ ଆଧୁନିକ ବାସ୍ତୁକଳା ଦୁଇଟିକୁ ଯୋଡୁଥିବା ଏହି ଗାଁ ବର୍ତ୍ତମାନ ଅଲ-ବୋହରା ବା ଅଲ୍‌-ମୁକରମା ଲୋକମାନଙ୍କ ଗଡ । ଏମାନଙ୍କୁ ୟମନୀ ସମୁଦାୟ ବୋଲି କୁହାଯାଏ । ଏହି ସମ୍ପ୍ରଦାୟର ନେତୃତ୍ୱ ନେଉଥିବା ବ୍ୟକ୍ତି ମୁମ୍ବାଇରେ ରହିଥାଆନ୍ତି ।

୨୦୧୪ରେ ସେମାନଙ୍କ ନେତୃତ୍ୱ ନେଉଥିବା ବ୍ୟକ୍ତି ଜଣକ ନିଜର ମୃତ୍ୟୁ ପର୍ଯ୍ୟନ୍ତ ପ୍ରତି ୩ ବର୍ଷରେ ଏହି ଗାଁ ବୁଲିବାକୁ ଯାଇଥା‌ଆନ୍ତି । ଆଉ ଏହି ଭଳି ଭାବେ ହି ଏହି ନିଆରା ଗାଁର ଭାରତ ସହ ସମ୍ପର୍କ ରହିଛି । ଏହି ଗାଁର ସବୁଠାରୁ ଖାସ୍‌ କଥା ହେଲା ଏଠାରେ ଆଜି ପର୍ଯ୍ୟନ୍ତ କେବେ ବି ବର୍ଷା ହୋଇନାହିଁ । ଏହାର କାରଣ କୁହାଯାଏ ଯେ, ଏହି ଗାଁ ବାଦଲରେ ନିର୍ମିତ ହୋଇଛି ଯେ ଆଉ ବାଦଲ ଏହି ଗାଁର ତଳେ ବନିଥାଏ ଆଉ ପୃଥିବୀ ଉପରେ ବର୍ଷିଥାଏ ।

Al hutaib yemenAl hutaib yemen

ଏଠାକାର ଦୃଶ୍ୟପଟ ଏଭଳି ଯେ, ବୋଧ ହୁଏ ଆପଣ କେବେ କେଉଁଠାରେ ମଧ୍ୟ ଦେଖିନଥିବେ । ଜଳ ବିନା ଜୀବନ ସମ୍ଭବ ନୁହେଁ । କିନ୍ତୁ ଏଠାକାର ବାସିନ୍ଦା ବେଶ୍‌ ହସଖୁସିରେ ଏଠାରେ ରହିଥାଆନ୍ତି । ଏହି ଗାଁଟି ବେଶ୍‌ ଭବ୍ୟ ଲାଗେ । ପାହାଡର ଶିଖରରେ ନିର୍ମିତ ହୋଇଥିବା ବେଳେ ଏହାର ସୁନ୍ଦରତାକୁ ବଖାଣିବା ପାଇଁ ଶବ୍ଦର ଅଭାବ ପଡିଥାଏ ବୋଲି ପର୍ଯ୍ୟଟକମାନେ କୁହନ୍ତି ।