• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୮୯ ବ୍ୟାଚ୍‌ର IPS ଅଧିକାରୀ ବି. ରାଧିକାଙ୍କୁ ଅବସର ଅନୁମତି ମିଳିଛି । ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏବେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ରାଧିକା । ତାହା ସହିତ ସେ ଫରେନସିକ୍ ଲାବୋରେଟୋରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ରାଧିକା ।

ପୂର୍ବରୁ ବି ରାଧିକା SFSLର ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ସହିତ ପୋଲିସ୍ ନିଯୁକ୍ତି ବୋର୍ଡର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ ତୁଲାଇଛନ୍ତି ।

ସେପଟେ ଅବିନାଶ କୁମାରଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ମିଳିଛି । ବ୍ରିଜେଶ କୁମାରଙ୍କୁ ଗୁଇନ୍ଦା ଡିଆଇଜି (ସିକ୍ୟୁରିଟି ୱିଙ୍ଗ୍‌) ଭାବେ ବଦଳି କରାଯାଇଥିବାବେଳେ ଦୟାଲ ଗଙ୍ଗୁଆରଙ୍କୁ ପୋଲିସ୍‌ ଆଧୁନିକୀକରଣ ADG କରାଯାଇଛି ।

ରାଜେଶ କୁମାର ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟିର ADGର ଦାୟିତ୍ୱ ତୁଲାଇବେ । ରାଜେଶ କୁମାରଙ୍କୁ SFSLର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର ।