Advertisment

ସମ୍ବଲପୁରରେ ଆଉ ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା: ଅନଲାଇନ୍ ଆସିପାରୁନଥିବାରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ପରେ ଆଜିକୁ ୮ ଦିନ ହେବ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ୍। ଗୋଟେପଟେ କର୍ଫ୍ୟୁ ଅନ୍ୟ ପଟେ ଇଣ୍ଟରେନେଟ୍ ସେବାରେ କଟକଣାରୁ ଦୁର୍ବିସହ ହୋଇପଡ଼ିଛି ଜିଲ୍ଲାବାସୀଙ୍କ ଜୀବନ।

ଅଦ୍ୟତନ ହୋଇଛି
Sambalpur Net Issue

Sambalpur internet Issue

Advertisment

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ପରେ ଆଜିକୁ ୮ ଦିନ ହେବ ସମ୍ବଲପୁର ଜିଲ୍ଲା ରେ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ। ଗୋଟେପଟେ କର୍ଫ୍ୟୁ ଅନ୍ୟ ପଟେ ଇଣ୍ଟରେନେଟ୍ ସେବାରେ କଟକଣାରୁ ଦୁର୍ବିସହ ହୋଇପଡ଼ିଛି ସମ୍ବଲପୁର ଜିଲ୍ଲାବାସୀଙ୍କ ଜୀବନ। ଇଣ୍ଟରନେଟ୍ ନଥିବା କାରଣରୁ ଜିଲ୍ଲାରେ ଏବେ ସରକାରୀ ଓ ବେସରକାରୀ ଅଫିସର କାମ୍, ବ୍ୟାଙ୍କିଙ୍ଗ ସେବା, ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ କାମ ଅଚଳ। ସେପଟେ ଜରୁରୀ ଥିଲେ ଲୋକେ ସୀମାନ୍ତ ଅଞ୍ଚଳ କିମ୍ବା ବରଗଡ଼, ଝାରସୁଗୁଡ଼ାବୌଦ୍ଧ ଯାଇ ଆବଶ୍ୟକତା ପୂରଣ କରୁଥିବା ଦେଖିବାକୁ ମିଳୁଛି।

Advertisment

୮ ଦିନ ଧରି ସାରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ। ଡିଜିଟାଲ ଯୁଗରେ ଜନସାଧାରଣଙ୍କ ଜୀବନଯାତ୍ରା ଏକଦମ୍ ଠପ୍। ଏପ୍ରିଲ ୧୨ ହନୁମାନ ଜୟନ୍ତୀ ପୂର୍ବରୁ ବାହାରିଥିବା ଶୋଭାଯାତ୍ରାରେ ହିଂସା ପରେ ୧୩ରୁ ସମଗ୍ର ସମ୍ବଲପୁର ଜିଲ୍ଲା ରେ ବନ୍ଦ ରହିଛି ଇଣ୍ଟରନେଟ୍ ସେବା। ଫଳରେ ଜିଲ୍ଲାବ୍ୟାପୀ ଅଟକି ରହିଛି ଏ ସେବା ଉପରେ ନିର୍ଭର କରୁଥିବା ସବୁ କାମ। ହୀରାକୁଦ ଡ୍ୟାମ୍ ନିକଟ ବୁର୍ଲାର ଝାଙ୍କରାଣୀ ମନ୍ଦିର। ଏଠି ଉଦୁଉଦିଆ ଖରା ବେଳେ ବି ଲୋକଙ୍କ ଭିଡ଼। କାରଣ ଏ ସ୍ଥାନକୁ ସଂଯୋଗ କରୁଛି ବରଗଡ଼ ଜିଲ୍ଲାର ଇଣ୍ଟରେନେଟ୍ ନେଟୱର୍କ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ ?

ତେଣୁ ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ ଅଫିସର କର୍ମଚାରୀ, ବ୍ୟବସାୟୀ ଏବଂ ଇଣ୍ଟରେଟ୍ ସେବା ଉପରେ ନିର୍ଭର କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼। ସେହିଭଳି କର୍ଫ୍ୟୁ କୋହଳ ହେବା ମାତ୍ରେ ବୌଦ୍ଧ ଜିଲ୍ଲା ସୀମାନ୍ତ ଅଞ୍ଚଳକୁ ଛୁଟି ଆସୁଛନ୍ତି ବହୁସଂଖ୍ୟାରେ ଛାତ୍ରଛାତ୍ରୀ। ଏବେ ପରୀକ୍ଷା ଋତୁ ଚାଲିଥିବାରୁ ଇଣ୍ଟରନେଟ୍‌ର ସୁବିଧା ନେବାକୁ ଛାତ୍ରଛାତ୍ରୀ ବ୍ୟାକୁଳ। ଇଣ୍ଟରନେଟ୍‌ ବିନା ସମ୍ବଲପୁର ମୁନିସିପାଲିଟି କାର୍ଯ୍ୟାଳୟରେ ସପ୍ତାହେ ହେବ କାର୍ଯ୍ୟ ଠପ୍ ହେତୁ, ସରକାରୀ କାମ କରିବାକୁ SMCର ୬ ଜଣ କର୍ମଚାରୀ ଏବେ ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଡେରା ପକାଇଛନ୍ତି।

Advertisment

ହିଂସା ପରେ ପ୍ରଥମେ ଦୁଇ ଦିନ ପାଇଁ ଲାଗୁ ହୋଇଥିବା କଟକଣା, ଏବେ ଅଷ୍ଟମ ଦିନରେ ପହଞ୍ଚିଛି। ଫଳରେ ଇଣ୍ଟରନେଟ୍ ସେବା ଉପରେ ନିର୍ଭର କରୁଥିବା ସରକାରୀ ଓ ବେସରକାରୀ ଅଫିସ କାମ, ବ୍ୟାଙ୍କିଙ୍ଗ୍ ସେବା, ଟିକେଟ୍ ବୁକିଂ, ୟୁପିଆଇ ପେମେଣ୍ଟ ଭଳି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ହୋଇପାରୁନି। ତେଣୁ ଜିଲ୍ଲାବାସୀ ଦୁର୍ଦ୍ଦଶା ଦେଇ ଗତି କରୁଥିବା ବେଳେ ଅତି ଜରୁରୀ କାମ ପାଇଁ ସୀମାନ୍ତ ଅଞ୍ଚଳ ତଥା ପଡ଼ୋଶୀ ଜିଲ୍ଲାକୁ ଯାଉଛନ୍ତି ଲୋକେ। ଏପଟେ ଆଜି ଆଉ ୨ ଦିନ ପାଇଁ ଏ କଟକଣା ବଢ଼ିଥିବାରୁ ଲୋକଙ୍କ ଅସୁବିଧା ଆହୁରି ବଢ଼ିଛି।

ସେପଟେ କିନ୍ତୁ ସାରା ଜିଲ୍ଲାରେ ଆଜିଠୁ ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ବ୍ରଣ୍ଡବ୍ୟାଣ୍ଡ୍ ଓ ଲିଜ୍ ଲାଇନ୍ ଚାଲୁ ହୋଇଥିବାରୁ ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ଓ ସରକାରୀ ପ୍ରତିଷ୍ଠାନରେ ସେବା କିଛି ମାତ୍ରାରେ ସ୍ବାଭାବିକ ହେବା ଅନୁମାନ କରାଯାଉଛି।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ