• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରକାରୀ ମେଡିକାଲରେ ଦଲାଲ ରାଜ ରୋକିବାକୁ ତତ୍ପର ସ୍ୱାସ୍ଥ୍ୟ ବିଭାଗ । ରୋଗୀଙ୍କୁ ସରକାରୀ ମେଡିକାଲରୁ ଘରୋଇ ମେଡିକାଲକୁ ନେବାରେ ନିୟୋଜିତ ଦଲାଲଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ଏ ନେଇ ରାଜ୍ୟ ର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟ ସରକାରୀ ମେଡିକାଲ କଲେଜର ପ୍ରିନ୍ସିପାଲ, ନିର୍ଦ୍ଦେଶକ ଏବଂ ଡିନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ । ଦଲାଲଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହାସହ ଦଲାଲଙ୍କ ସମ୍ପର୍କରେ ଥିବା ସରକାରୀ କର୍ମଚାରୀଙ୍କ ଉପରେ ମଧ୍ୟ ନଜର ରଖିବାକୁ ତାଗିଦ କରିଛନ୍ତି । ଯେଉଁ ସବୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକ ସଂଖ୍ୟକ ରୋଗୀ ଆସୁଛନ୍ତି, ସେହି ସବୁ ସ୍ଥାନରେ ଅଧିକ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ହୋଇଛି । ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଇ ଦେବାର ପ୍ରତିଶ୍ରୁତି ଦେଇ ଦଲାଲ ସେମାନଙ୍କୁ ଘରୋଇ ହସ୍ପିଟାଲକୁ ପଠାଉଛନ୍ତି । ଏଥିଲାଗି ସରକାରୀ ଚିକିତ୍ସାଳଯରେ କାର୍ଯ୍ୟରତ ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ସହ ଅନ୍ୟ କର୍ମଚାରୀ ଏଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

ଅଧିକ ପଢ଼ନ୍ତୁ: SCB ମେଡିକାଲରେ ଦଲାଲଗିରି; ୭୫୦ ଦିଅ, ଅଲଟ୍ରାସାଉଣ୍ତ କର !

ଏଭଳି କିଛି ସନ୍ଦିଗ୍ଧ ଦଲାଲ ନଜରରେ ଆସିଲେ ନିକଟ ପୋଲିସ ଷ୍ଟେସନରେ ତୁରନ୍ତ ସୂଚନା ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ନିକଟରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଏକ ବଡ଼ଧରଣର ଦଲାଲ ରାକେଟକୁ ଗିରଫ କରାଯାଇଥିଲା । ୭ ଜଣ ଦଲାଲଙ୍କୁ ଧରି କୋର୍ଟ ଚାଲାଣ କରିଥିଲା ଜିଲ୍ଲା ପୋଲିସ ।