• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମନ୍ତ୍ର ଧ୍ବନୀ ମାଧ୍ୟମରେ ଅଭିନବ ପ୍ରତିବାଦ । ମନ୍ତ୍ର ଉଚ୍ଚାରଣ କରି ପ୍ରତିବାଦ ଜଣାଇଛି ଓଡିଶା ବ୍ରାହ୍ମଣ ମହାସଂଘ । ଭୁବନେଶ୍ୱର ଲୋୟର ପିଏମଜିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ରାଜ୍ୟରେ ଥିବା ଲକ୍ଷ ଲକ୍ଷ ଗରିବ ବ୍ରାହ୍ମଣମାନଙ୍କ ପାଇଁ ବ୍ରାହ୍ମଣ କଲ୍ୟାଣ ପାଣ୍ଠି ଗଠନ ଏବଂ ସେମାନଙ୍କୁ ସହାୟତା ପ୍ରଦାନ ଦାବିରେ ଏହି ଆନ୍ଦୋଳନ କରାଯାଇଛି ।

ରାଜ୍ୟରେ ବୈଦିକ ସ୍କୁଲର ଆରମ୍ଭ ଏବଂ କର୍ମକାଣ୍ଡ ସମ୍ପର୍କିତ ପାଠ୍ୟକ୍ରମ ଗଠନ ପାଇଁ ମଧ୍ୟ ଦାବି ହୋଇଛି । ବିଭିନ୍ନ ମଠ ମନ୍ଦିରରେ କାର୍ଯ୍ୟ କରୁଥିବା ବ୍ରାହ୍ମଣମାନଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି କରିଛି ସଂଘ । ଦେଶର ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ପଞ୍ଜାବ ଆଦି ରାଜ୍ୟରେ ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ କରା ଯାଇ ସାରିଲାଣି ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ରାଜ୍ୟରେ ଏପରି କିଛି ହୋଇ ନାହିଁ । ଏଣୁ ଏହି ପରିପ୍ରେକ୍ଷୀରେ ପୂଜକଙ୍କୁ ଆର୍ଥିକ ସହାୟତା ଓ ସାମାଜିକ ନ୍ୟାୟ ପ୍ରଦାନ ଆଦି ଦାବି କରି ଆନ୍ଦୋଳନ କରୁଛନ୍ତି । ଗତ 2018 ରୁ ପର୍ଯ୍ୟାୟ କ୍ରମେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଜଣାଇବା ସହ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଦାବି ଜଣାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନାହିଁ ।

ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଏହାକୁ ନେଇ ଶତାଧିକ ସଦସ୍ୟ ଶୋଭାଯାତ୍ରାରେ ସାମିଲ ହୋଇ ଦାବି ଉପସ୍ଥାପନ କରିଥିଲେ ।