Advertisment

କରିସାରିଲେଣି ୮୭ ବିବାହ; ଏବେ ପୁଣି ପ୍ରସ୍ତୁତି...

ଅନେକ ବିବାହିତ ବ୍ୟକ୍ତି ସେମାନଙ୍କ ବିବାହକୁ ନେଇ ଅନୁତାପ କରୁଥିବା ଶୁଣାଯାଏ। ଗୋଟିଏ ସମ୍ପର୍କକୁ ବଜାୟ ରଖିବାକୁ ନେଇ ସେମାନେ ବିବ୍ରତ ହୋଇ ପଡନ୍ତି। କିନ୍ତୁ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଜୀବନରେ ଅନେକ ବିବାହ କରିଛନ୍ତି। ଜଣେ ବ୍ୟକ୍ତି ୮୮ତମ ବିବାହ କରିବାକୁ ଯାଉଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Indonesian 'Playboy King'

Indonesia playboy king set to marry for 88th time

ଆପଣ ନିଶ୍ଚୟ ଅନେକ ବିବାହିତ ବ୍ୟକ୍ତିଙ୍କ ମୁଖରୁ ଶୁଣିଥିବେ ଯେ ସେମାନେ ବିବାହ ପରେ ଅନୁତାପ କରୁଛନ୍ତି। ଗୋଟିଏ ହିଁ ସମ୍ପର୍କକୁ ବଜାୟ ରଖିବାକୁ ନେଇ ସେମାନେ ବିବ୍ରତ ହୋଇ ପଡନ୍ତି। କିନ୍ତୁ ଏମିତି ବି କିଛି ସାହସୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ଜୀବନରେ ଅନେକ ବିବାହ କରିଛନ୍ତି।

Advertisment

ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଅନେକ ଥର ବିବାହ କରିଛନ୍ତି, ଯାହାକୁ ନେଇ ଆପଣ କଳ୍ପନା ବି କରିପାରିବେ ନାହିଁ। ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ତାଙ୍କର ଏହି ହବି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ ଏବଂ ସେ ଏବେ ୮୮ ତମ ବିବାହ କରିବାକୁ ଯାଉଛନ୍ତି।

ଅଧିକ ପଢ଼ନ୍ତୁ: ଅଜବ ବିବାହ: ୧୮ ବର୍ଷର କନିଆଁକୁ ୭୮ ବର୍ଷର ବର

ଇଣ୍ଡୋନେସିଆର କାନ ନାମକ ଜଣେ ୬୧ ବର୍ଷୀୟ ବ୍ୟକ୍ତି ତାଙ୍କ ଜୀବନରେ ବୟସଠାରୁ ଅଧିକ ବିବାହ କରିଛନ୍ତି। କୌତୁହଳର ବିଷୟ ହେଉଛି ୮୮ ତମ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥର ସେ ଯାହାଙ୍କୁ ପତ୍ନୀ କରିବାକୁ ଯାଉଛନ୍ତି ସେ କିଛି ବର୍ଷ ପୂର୍ବେ ଛାଡପତ୍ର ଦେଇଥିଲେ। ଏହି ବ୍ୟକ୍ତି ସ୍ଥାନୀୟ ଅଞ୍ଚଳରେ ପ୍ଲେବୋ କିଙ୍ଗ ଭାବରେ ଜଣାଶୁଣା।

Advertisment

ପଶ୍ଚିମ ଜାଭା ମଜେଲେଙ୍ଗକାରେ ରହୁଥିବା କାନଙ୍କୁ ଏବେ ୬୧ବର୍ଷ ହୋଇଛି ଏବଂ ସେ ବର୍ତ୍ତମାନ ତାଙ୍କ ଜୀବନର ୮୮ ତମ ବିବାହ କରିବାକୁ ଯାଉଛନ୍ତି। ସେ ଏଥର ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ସେ ପୂର୍ବରୁ ତାଙ୍କର ୮୬ ତମ ପତ୍ନୀ ହୋଇସାରିଛନ୍ତି।

ତାଙ୍କ କହିବାନୁସାରେ, ସେମାନେ ବହୁ ପୂର୍ବରୁ ଅଲଗା ହୋଇଯାଇଥିଲେ, କିନ୍ତୁ ଉଭୟଙ୍କ ମଧ୍ୟରେ ଏମିତି କିଛି ସମ୍ପର୍କ ଅଛି, ଯାହା ସେମାନଙ୍କୁ ପୁଣି ଏକତ୍ର କରିବାକୁ ଯାଉଛି। ସେତେବେଳେ ବିବାହର ଏକ ମାସ ପରେ କାନ ତାଙ୍କୁ ଛାଡପତ୍ର ଦେଇଥିଲେ, ତଥାପି ସେ ତାଙ୍କୁ ଭଲ ପାଉଥିଲେ। ଯେତେବେଳେ ସେ ଫେରିବାକୁ ଇଚ୍ଛା ପ୍ରକାଶ କଲେ, କାନ ଏହାକୁ ଅସ୍ୱୀକାର କରିପାରିଲେ ନାହିଁ।

କାନ ପ୍ରଥମେ ୧୪ ବର୍ଷ ବୟସରେ ବିବାହ କରିଥିଲେ ଏବଂ ତାଙ୍କ ପତ୍ନୀ ତାଙ୍କଠାରୁ ଦୁଇ ବର୍ଷ ବଡ ଥିଲେ। ୨ ବର୍ଷ ପରେ ସେମାନଙ୍କ ଛାଡପତ୍ର ହୋଇଥିଲା କାରଣ ସେ କାନଙ୍କର ମନୋଭାବକୁ ପସନ୍ଦ କରୁ ନଥିଲେ। ସେ କହିଛନ୍ତି ଯେ ସେ ଏପରି କିଛି କରିନାହାଁନ୍ତି ଯାହା ମହିଳାଙ୍କ ପାଇଁ ଠିକ୍ ନୁହେଁ କିମ୍ବା କାହାର ଭାବନା ସହିତ ମଧ୍ୟ ଖେଳି ନାହାନ୍ତି।

ସେବେଠାରୁ ସେ ୮୭ ଟି ବିବାହ କରିସାରିଲେଣି ଏବଂ ଏପର୍ଯ୍ୟନ୍ତ ଏହି ସିରିଜ୍ ବନ୍ଦ କରିବାକୁ ସେ ପ୍ରସ୍ତୁତ ନୁହଁନ୍ତି। ତେବେ ସେ ୮୭ ବିବାହ କରିଥିଲେ ବି ତାଙ୍କର କେତେ ପିଲା ଅଛନ୍ତି ତାହା ଜଣା ନାହିଁ।

Ajab Gajab
Advertisment
Advertisment