• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଉଣୀ ବାହାଘର ପାଇଁ ଆସିଥିଲେ ଘରକୁ । ଆଉ ସବୁ କାମ ଦାମ ସୁରୁଖୁରୁରେ ସାରି ଦେଇ ବାହାରିଗଲେ କର୍ମକ୍ଷେତ୍ରକୁ । ହେଲେ କର୍ମକ୍ଷେତ୍ରକୁ ଯାଉ ଯାଉ ଚାଲିଗଲେ ଅଫେରା ରାଇଜକୁ । ସତେ ଯେମିତି ଭଉଣୀର ବାହାଘର କରେଇବା ପାଇଁ ମୃତ୍ୟୁ ଦେଇଥିଲା ସମୟ । ଆଉ ବାହାଘର ସରିବା ମାତ୍ରେ ନେଇଗଲା ଜୀବନ । କାରଣ ଭଉଣୀ ବାହାଘର ପରେ ସରିଗଲା ଭାଇର ଦାୟିତ୍ୱ ! ଏମିତି କିଛି ଏବେ ଆଲୋଚନା ହେଉଛି ପୁରା ଗାଁରେ । ଏଭଳି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖାନୁଆ ଗାଁରେ ।

ଭଉଣୀ ବାହାଘର ପାଇଁ ଦାୟିତ୍ୱରୁ ଛୁଟି ନେଇ ଘରକୁ ଆସିଥିଲେ ଯବାନ ଚନ୍ଦ୍ରକାନ୍ତ ସେଜପଡ଼ା । ଆଉ ସବୁ କାମ ସରି ପୁଣି ଫେରିଯାଇଥିଲେ କର୍ମକ୍ଷେତ୍ରକୁ । ଏହାର ମାତ୍ର ଦୁଇ ସପ୍ତାହ ପରେ ହରିଆଣାର ବାହାଦୁର ପାଖ ଏକ ରେଳ ଧାରଣା କକ୍ଷରୁ ତାଙ୍କର ମୃତଦେହ ମିଳିଥିଲା । ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ତାଙ୍କ ପରିବାର ଲୋକ । ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଯବାନଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ତେବେ ଯବାନଙ୍କ ପାର୍ଥୀବ ଶରୀର ପୈତୃକ ଗାଁ ମୟୁରଭଞ୍ଜ ଜିଲ୍ଲା ଖାନୁଆ ଗାଁରେ ପହଞ୍ଚିଛି । ସେଠାରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । କେବେଳ ଯେ ଚନ୍ଦ୍ରକାନ୍ତଙ୍କ ପରିବାର ନୁହେଁ ଆଖପାଖ ଗାଁ ଓ ପଡ଼ୋଶୀଙ୍କ ଆଖିରୁ ବି ଝରି ପଡୁଥିଲା ଲୁହ । ଚନ୍ଦ୍ରକାନ୍ତ ଭାରତୀୟ ସେନା ବାହିନୀର ଜଣେ ସୁବେଦାର ଭାବେ କାର୍ଯ୍ୟରତ ଥିଲେ ।

ଚନ୍ଦ୍ରକାନ୍ତଙ୍କ ବାପା ପୁଅର ମୃତ୍ୟୁକୁ ସ୍ୱାଭାବିକ୍‌ ବୋଲି ବିଶ୍ୱାସ କରି ପାରୁ ନଥିବା ବେଳେ ପୁଅକୁ କେହି ହତ୍ୟା କରିଛି ବୋଲି କହିଛନ୍ତି । ଏହାସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି ।