/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671121384.jpg)
ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ର ପରୀକ୍ଷଣ
ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିଜାଇଲ ଅଗ୍ନି-୫ର ପରୀକ୍ଷଣ ଅବଦୁଲ କଲାମ ଦ୍ୱୀପରୁ ଅପରାହ୍ଣ ପ୍ରାୟ ୫ଟା ୪୦ରେ ଅଗ୍ନି-୫ର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଏହି ମିଜାଇଲର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୫ ହଜାର ୫୦୦ କିଲୋମିଟର। ଚୀନ୍କୁ ସହଜରେ ଟାର୍ଗେଟ୍ କରିପାରିବ ଏହି ମିଜାଇଲ୍। ଦେଢ ଟନ୍ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଛି ଅଗ୍ନି-୫ ମିଜାଇଲ।
ସାଢେ ୧୦ ମିଟର ଲମ୍ବ ଏବଂ ଦେଢ ମିଟର ଓସାରର ଅଗ୍ନି-୫, ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିଜାଇଲ ଗ୍ରୁପ୍ର ଏକ ଅତ୍ୟାଧୁନିକ ମିଜାଇଲ୍। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରି ଭାରତ ବିଶ୍ୱର ଏଲିଟ୍ ଗ୍ରୁପରେ ସାମିଲ ହୋଇସାରିଛି। ନିକଟରେ ଅରୁଣାଚଳ ସୀମାରେ ଚୀନ୍ ସେନା ସହ ସଂଘର୍ଷ ପରେ ଅଗ୍ନି-୫ ମିଜାଇଲ୍ର ପରୀକ୍ଷା କରି ଶକ୍ତି ଦେଖାଇଛି ଭାରତ।
ତେବେ ଏହା ଓଡ଼ିଶା ଆକାଶରେ ଦେଖାଦେଉଥିବାରୁ ଲୋକେ ଏନେଇ ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ। କେହି ଏହା ଏହାକୁ ଉଲକାଖଣ୍ଡ ତଥା କେହି ଏହାକୁ ଜ୍ୟାସୁସ୍ ବୋଲି କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)