• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

OAS ସ୍ତରରେ ବ୍ୟାପକ ଅଦଳବଦଳ ପରେ ଏବେ IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ । ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନ ଯିବା ପରେ ପଦ ଥିଲା ଖାଲି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେବା ସହ ବୀର ବିକ୍ରମ ଯାଦବ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ।

ଅନ୍ୟପଟେ ନିକୁଞ୍ଜ କିଶୋର ସୁନ୍ଦରରାୟଙ୍କୁ ବି ନୂଆ ଦାୟିତ୍ୱ ଦିଆଯାଇଛି । ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେଲେ ନିକୁଞ୍ଜ । ମୋନା ଶର୍ମାଙ୍କ ସ୍ଥାନରେ ନିକୁଞ୍ଜ ସୁନ୍ଦରାୟଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବାପରେ ମୋନା ଶର୍ମାଙ୍କ ବଦଳରେ ତାଙ୍କୁ ମିଳିଛି ଏହି ନିଯୁକ୍ତି ।

ସେପଟେ ଶୁଭମ୍ ସକ୍‌ସେନା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ହୋଇଥିବା ବେଳେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଳାଇବେ । ସେହିଭଳି ଆଇଏଫ୍ଏସ୍ ସଞ୍ଜିବ କୁମାର ଚଡ୍ଡା ହେଲେ ଏଗ୍ରିକଲ୍ଚର ଓ ମାର୍କେଟିଂ ନିର୍ଦ୍ଦେଶକ । ଏହାସହ ସମନ୍ୱୟ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ସଞ୍ଜିବ ।

ଏହାପୂର୍ବରୁ ରାଜ୍ୟରେ OAS ଅଧତ୍କାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଥିଲା । OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ ଦିଆଯାଇଛି ।

ସେହିଭଳି ପାରଳାଖେମୁଣ୍ଡି ସବ୍‌ କଲେକ୍ଟର ଥିବା ଦିଲୀପ କୁମାର ମହାରଣାଙ୍କୁ ସାଧାରଣ ପ୍ରଶାସନ ବିଭାଗ OSD କରାଯାଇଥିବା ବେଳେ ମାଲକାନଗିରି ଆଇଟିଡିଏ ପିଏ ଭାବେ କାର୍ଯ୍ୟରତ ଥିବା କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଅତିରିକ୍ତ ପିଡି DRDA ଭାବେ ବଦଳି କରାଯାଇଛି ।

ସେପଟେ ମୟୂରଭଞ୍ଜ ବିଜିତଲାରେ ବିଡିଓ ଥିବା ତ୍ରିନାଥ ମାଝୀଙ୍କୁ ମାଲକାନଗିରି ITDAର ପିଏ ଭାବେ ବଦଳି କରାଯାଇଛି । ସେହିଭଳି ଗଞ୍ଜାମ ଜିଲ୍ଲା ଚିକିଟିରେ ବିଡିଓ ଥିବା ଫାଲ୍‌ଗୁନୀ ମାଝୀଙ୍କୁ ଗଜପତିର ITDA ପିଏ ଭାବେ ନିଯୁକ୍ତି ଦିଆଯାଇଛି।