Advertisment

ଝୁଲନ୍ତା ଉଦ୍ୟାନ ବା ହ୍ୟାଙ୍ଗିଙ୍ଗ ଗାର୍ଡେନ୍‌ର କିଭଳି ନେବେ ଯତ୍ନ

ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ପ୍ରାୟତଃ ସମସ୍ତେ ଚାହାନ୍ତି । ସେଥିପାଇଁ ଆମ ଘର ମାନଙ୍କରେ ଆମେ ବିଭିନ୍ନ ଗଛ ଲଗାଇଥାଉ । କିନ୍ତୁ ଯଦି ଘରର କମ୍ ସ୍ଥାନ ଯୋଗୁଁ ଆମେ ଘର ଭିତରେ ଗଛ ଲଗେଇ ପାରିନଥାଉ । କିନ୍ତୁ ଆପଣ ଚାହିଁଲେ ଅଳ୍ପ ସ୍ଥାନ ଓ ଯାଗାରେ ଝୁଲନ୍ତା ଗଛ ଲଗାଇ ଉଦ୍ୟନଟିଏ ତିଆରି କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ପଦ୍ଧତି ।

author-image
Pallipuspa Samal
 Hanging garden

Hanging garden

ଜଣେ ଆପାର୍ଟମେଣ୍ଟରେ ରହୁଥିଲେ ଘର ଭିତର ପ୍ରଦୂଷଣ ହ୍ରାସ କରିବା ଏବଂ ଆଉଟଭୋର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଏକ ହ୍ୟାଙ୍ଗିଙ୍ଗ ଗାର୍ଡନ ବା ଝୁଲନ୍ତା ଉଦ୍ୟାନ ସୃଷ୍ଟି କରିପାରିବେ । ଏହା ଦ୍ୱାରା ଆପଣଙ୍କ ଘରର ସୌନ୍ଦର୍ଯ୍ୟତା ବଢିବା ସହ । ଫ୍ରେସ୍ ଅକ୍ସିଜେନ୍ ପାଇପାରିବେ । ଆସନ୍ତୁ ଜାଣିବା ଝୁଲନ୍ତା ଉଦ୍ୟାନ କିପରି କରିବା ।

Advertisment
  • ଏହି ଧରଣର ବଗିଚାରେ ଲଗାଯାଉଥିବା ଗଛଗୁଡିକ ଅନାବଶ୍ୟକ ସ୍ଥାନକୁ ବ୍ୟବହାର କରନ୍ତି ଏବଂ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୁଅନ୍ତି ।
  • ଏଗୁଡିକ ଲଗାଇବା ଏବଂ ରକ୍ଷଣାବେକ୍ଷଣ ମଧ୍ୟ ସହଜ । ଝୁଲନ୍ତା ବଗିଚାରେ ଗଛଗୁଡିକୁ ବିଭିନ୍ନ କରେଣ୍ଟନରରେ ଲଗାଯାଏ ଏବଂ ସେଥିରେ ଜଳ ନିଷ୍କାସନ କରିବା ସକାଶେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥାଏ ।
  • ମୁଖ୍ୟତଃ ଏ କ୍ଷେତ୍ରରେ ମାଟି ଓଦା ରହୁଥିବା, କିନ୍ତୁ ପାଣି ନିଷ୍କାସନ ନିମନ୍ତେ ଯଥେଷ୍ଟ ବ୍ୟବସ୍ଥା ରହିଥିବା ଦରକାର ।
  • ପ୍ରତି ଦୁଇ ସପ୍ତାହରେ ଗଛରେ ଯବକ୍ଷାରଜାନ, ଗନ୍ଧକ ଓ ପଟାସିୟମ୍ ର ମିଶ୍ରଣ ଦିଅନ୍ତୁ ।
  • ବିଶେଷକରି ଗଛକୁ ଦୀର୍ଘଦିନ ସତେଜ ଓ ସବୁଜ ରଖିବା ସକାଶେ ଅଧିକ ପରିମାଣରେ ପଟାସିୟମ ଥିବା ସାର ବାଛନ୍ତୁ।
  • କୀଟ ପତଙ୍ଗ କବଳରୁ ମୁକ୍ତ ରଖିବା ପାଇଁ ଏକ ଚାମଚ କୋମଳ ବାସନ ମଜା ତରଳକୁ କିଛି ଉଷୁମ ପାଣିରେ ମିଶାଇ ଗଛର ପତ୍ରଗୁଡିକ ଧୋଇ ଦିଅନ୍ତୁ । ତାହାପରେ ପତ୍ରଗୁଡିକୁ ଶୁଖିବା ପରେ ପୁଣି ତାହାକୁ ପୂର୍ବ ସ୍ଥାନରେ ରଖିଦିଅନ୍ତୁ ।
  • ନିୟମିତ ସମୟରେ ପାଚିଲା ପତ୍ର ବା ଶୁଖିଲା ଅଂଶକୁ ସଫା କରନ୍ତୁ । ଗଛର ପରିପକ୍ଵ ହୋଇଯାଉଥିବା ଅଂଶକୁ କାଟିଦେଲେ ସେଠାରୁ ପୁଣି ନୂଆ ଶାଖା ବାହାରି ଗଛକୁ ସତେଜ ସୁନ୍ଦର ରଖିବ । ତେବେ ଏହି ଗଛଗୁଡିକ ଯେଭଳି ଆବଶ୍ୟକ ପରିମାଣର ସୂର୍ଯ୍ୟକିରଣ ପାଇବ ତାହା ନିଶ୍ଚିତ କରନ୍ତୁ ।
hanging gardenhanging garden
Farming Hanging Garden
Advertisment
Advertisment