/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650420799.jpg)
Olive Ridley Turtles
କେମିତି ହେବ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ? ପେଟ୍ରୋଲିଂ ପାଇଁ ନାହିଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ । ଅଚଳ ହୋଇପଡିଛି ବନବିଭାଗର ୨ଟି ହାଇସ୍ପିଡ୍ ବୋଟ୍ । ତେବେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ ନଭେମ୍ବର ୧ ରୁ ମେ ୩୧ ଯାଏ କଟକଣା ଜାରି କରିଛି ରାଜନଗର ବନବିଭାଗ ।
ବିରଳ ଅଲିଭ ରିଡଲେ କଇଁଛ ମିଳନ ପ୍ରକ୍ରିୟାଠାରୁ ଆରମ୍ଭ କରି ଅଣ୍ଡା ଦେବା, ଛୁଆ ଫୁଟିବା ଯାଏ ୭ ମାସ ଧରି ଏହି କଟକଣା ଜାରି କରାଯାଇଥାଏ । ମାତ୍ର ସଠିକ ଭାବେ ପେଟ୍ରୋଲିଂ କରାଯାଉନଥିବାରୁ କଇଁଛ ଆଗମନ ସଂଖ୍ୟା ହ୍ରାସ ପାଇଥିବା ନେଇ ଆଶଙ୍କା କରୁଛନ୍ତି ପରିବେଶବିତ୍ । ଏହାସହ କେବଳ କାଗଜ କଲମରେ କାମ ହେଉଥିବା ଅଭିଯୋଗ ହୋଇଛି ।
ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି । ଫିସରି ବିଭାଗ ତରଫରୁ ଅଫଲାଇନ ମୋବାଇଲ ମ୍ୟାପିଙ୍ଗ ଆପ୍ କରାଯାଇଛି । ଯାହାଦ୍ୱାରା ମତ୍ସ୍ୟଜୀବୀ ନୋ ଫିସିଂ ଜୋନ୍ ସମୁଦ୍ର ଭିତରେ ଥାଇ ମଧ୍ୟ ଜାଣିପାରିବେ ।
ପେଟ୍ରୋଲିଂ ପାଇଁ ହାଇ ସ୍ପିଡ ବୋଟ ପାରାଦୀପକୁ ମଗାଯାଇଥିବାବେଳେ ହାଇ ସ୍ପେସିଫିକ ପ୍ଳାନରେ ମଧ୍ୟ ଆଉ ଏକ ବୋଟ ମିଳିବ । ଯାହାଦ୍ୱାରା ଅଲିଭ ରିଡଲେ ସୁରକ୍ଷା କଡାକଡି ହୋଇପାରିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)