/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683975617.jpg)
Mobile Safety Tips
ଆଜିର ସମୟରେ ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ପିଲାଠୁ ବୃଦ୍ଧ ଯାଏଁ ସମସ୍ତଙ୍କ ନିକଟରେ ସ୍ମାର୍ଟଫୋନ୍ ରହିଛି । କଲ୍ କରିବା ବ୍ୟତୀତ ମୋବାଇଲ୍ ଦ୍ୱାରା ଅନ୍ୟାନ୍ୟ ଅନେକ କାର୍ଯ୍ୟ ମଧ୍ୟ ହୋଇପାରୁଛି । ବିଶେଷ କରି ବହୁ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକୁ ଘରେ ବସି କରାଯାଇପାରୁଛି । ଅନଲାଇନ୍ ବ୍ୟାଙ୍କିଂ ସେବା ସହ ବିଭିନ୍ନ ପୋର୍ଟାଲ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ କାମ ହୋଇପାରୁଛି ।
ହେଲେ ଏସବୁ ଭିତରେ ବ୍ୟବହାର କରାଯାଉଥିବା କିଛି ମୋବାଇଲ ଗରମ ହୋଇଯାଉଥିବା ଖବର ପ୍ରାୟ ସାମ୍ନାକୁ ଆସୁଛି । ବେଳେବେଳେ ମୋବାଇଲ୍ର ବ୍ୟାଟେରୀ ମଧ୍ୟ ବିସ୍ଫୋରଣ ହେଉଛି । ତେଣୁ ମୋବାଇଲ୍ ବ୍ୟବହାରକାରୀମାନେ ସତର୍କ ରହିବା ଜରୁରୀ । ନିଜ ମୋବାଇଲ୍ର କିପରି ଯତ୍ନ ନିଆଯାଇପାରିବ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ । ନଚେତ୍ କେତେବେଳେ ବି ଆପଣ ଅସୁବିଧାରେ ପଡ଼ିପାରନ୍ତି । ତେବେ ଆସନ୍ତୁ ଜାଣିବା ଆପଣ କ’ଣ କରିବେ ?
ଅଧିକ ପଢ଼ନ୍ତୁ: ଶୀଘ୍ର ଶେଷ ହୋଇଯାଉଛି କି ଆପଣଙ୍କ ଡାଟା ? ଜାଣନ୍ତୁ ଏହି ଉପାୟ, ସରିବନି ନେଟ୍ପ୍ୟାକ୍ !
ମୋବାଇଲ୍ ଚାର୍ଜ କରିବା ସମୟରେ ବ୍ୟବହାର କରନ୍ତୁନାହିଁ
ମୋବାଇଲ୍ ଚାର୍ଜ ବସାଇବା ସମୟରେ କେବେ ବି ବ୍ୟବହାର କରନ୍ତୁନାହିଁ । କାରଣ ଏହା କରିବା ଦ୍ୱାରା ମୋବାଇଲ୍ ବ୍ୟାଟେରୀ ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ଫଳରେ ମୋବାଇଲ୍ ବିସ୍ଫୋରଣ ହେବାର ଅଧିକ ସମ୍ଭାବନା ରହିଥାଏ ।
ମୋବାଇଲ୍ ସୁଇଚ୍ ଅଫ୍ କରନ୍ତୁ
ଏହା ଆପଣ ଜାଣିବା ଜରୁରୀ ଯେ, ଆପଣ ବ୍ୟବହାର କରୁଥିବା ସ୍ମାର୍ଟଫୋନକୁ ନିଶ୍ଚୟ ଥରେ ସୁଇଚ୍ ଅଫ୍ କରିବା ଆବଶ୍ୟକ । କାରଣ ମାତ୍ର କିଛି ସମୟ ପାଇଁ ମୋବାଇଲ୍ ସୁଇଚ୍ ଅଫ୍ ରହିବା ନିହାତି ଜରୁରୀ । ଏମିତି ବି କିଛି ଲୋକ ରହିଛନ୍ତି, ଯିଏ କି ମୋବାଇଲ୍ କିଣିବା ଦିନରୁ ଫୋନ୍କୁ କେବେ ଅଫ୍ କରିଥିବେ । ତେଣୁ ଆପଣ ଯଦି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନଦିଅନ୍ତୁ ।
ରାତିସାରା ମୋବାଇଲ୍ ଚାର୍ଜ କରନ୍ତୁନାହିଁ
ଆପଣ ରାତିରେ ଶୋଇବା ପରେ କେବେବି ମୋବାଇଲ୍କୁ ଚାର୍ଜରେ ଛାଡ଼ିଦିଅନ୍ତୁ ନାହିଁ । କାରଣ ରାତିସାରା ଫୋନ୍ ଚାର୍ଜ ବସାଇବା ଦ୍ୱାରା ମୋବାଇଲର ବ୍ୟାଟେରୀ ଉପରେ ପ୍ରଭାବ ପଡ଼ିଥାଏ । କେତେବେଳେ ବି ବ୍ୟାଟେରି ବିସ୍ଫୋରଣ ହେବାର ସମ୍ଭାବନା ରହିଥାଏ ।
ମୋବାଇଲ୍ କ୍ଳିନ୍ କରନ୍ତୁ
ଆପଣଙ୍କ ମୋବାଇଲ୍ରେ ଯେଉଁ ସବୁ ଆପ୍ ବ୍ୟବହାର କରୁଛନ୍ତି । ସେ ସମସ୍ତ ଆପ୍କୁ ସଠିକ୍ ଭାବେ ବନ୍ଦ କରନ୍ତୁ ଏବଂ ମୋବାଇଲ୍କୁ କ୍ଲିନ୍ କରନ୍ତୁ । ଯଦି ଆପଣ ଏହା ସଠିକ୍ ଭାବେ କରନ୍ତି, ତେବେ ଆପଣଙ୍କ ମୋବାଇଲ୍ ହ୍ୟାଙ୍ଗ୍ ଓ ଗରମ ହେବନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)