Advertisment

ହୀରାକୁଦ ଛାଡ଼ିଲା ବନ୍ୟାପାଣି: 'ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ ରୁହ'

ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Hirakud Gate

Hirakud Gate

ଆଜି ହୀରାକୁଦରୁ ଛଡ଼ାଗଲା ଏ ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ଗେଟ୍ ଖୋଲାଯାଇଛି। ପ୍ରଥମେ ୭ନଂ ଗେଟ୍‌ରେ ପାଣି ଛଡ଼ାଯାଇଛି।ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ଜଣାପଡ଼ିଛି। ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି। 

Advertisment

ଆଜି ସକାଳୁ ଡ୍ୟାମର ଜଳପତ୍ତନ ୬୧୩.୦୮ ଫୁଟ୍ ରହିଥିଲା। ସେହିପରି ଡ୍ୟାମ୍ ଭିତରକୁ ୧ ଲକ୍ଷ ୩୫ ହଜାର ୧୪୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୩୯ ହଜାର ୩୪୮ କ୍ଯୁସେକ୍ ପାଣି ନିଷ୍କାସନ କରାଯାଉଥିଲା ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିଲା। ଏହାକୁ ନଜରରେ ରଖି ଆଜି ବନ୍ୟାଜଳ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହା ଫଳରେ ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି। ଏଥିପାଇଁ ତଳମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗତ ୨ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

Advertisment
Hirakud Gate Flood Area
Advertisment
Advertisment