Advertisment

ଜାଲ୍ ସାର୍ଟିଫିକେଟ ଦେଇଥିବା ପିଲାଙ୍କ ଆଡମିଶନ ରଦ୍ଦ ପାଇଁ ନିର୍ଦ୍ଦେଶ

ଆରଟିଆଇ ତଥ୍ୟରୁ ଏହା ଜଣାପଡ଼ିବା ପରେ, କଲେଜରେ ଛାତ୍ର ଅଶାନ୍ତି ତୀବ୍ର ହୋଇଥିଲା

author-image
Chandan Shishu
Bhadrak College

Bhadrak College

ଭଦ୍ରକ: ଭଦ୍ରକ କଲେଜରେ ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡମିଶନ ଘଟଣାରେ ସବୁ ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ସଚିବ। ସବୁ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ସଚିବ ଚିଠି ଲେଖିଛନ୍ତି। ଜିଲ୍ଲାର CDMOଙ୍କ ଦ୍ୱାରା ସବୁ ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚରେ ଯଦି କେହି ଫେକ୍ ଜଣାପଡ଼ିଲା, କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାଲ୍ ସାର୍ଟିଫିକେଟ ଦେଇଥିବା ପିଲାଙ୍କ ଆଡମିଶନ ରଦ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଡମିଶନ ରଦ୍ଦ ସହ ସ୍ଥାନୀୟ ଥାନାରେ ଏତଲା କରିବାକୁ ବି ନିର୍ଦ୍ଦେଶ ହୋଇଛି। ଭଦ୍ରକ କଲେଜରେ ଫେକ୍ ସାର୍ଟିଫିକେଟ ଦେଇ ଆଡମିଶନ ଚର୍ଚ୍ଚିତ ଥିଲା।  ଆରଟିଆଇ ତଥ୍ୟରୁ ଏହା ଜଣାପଡ଼ିବା ପରେ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ତୀବ୍ର ହୋଇଥିଲା। 

Advertisment

ତେବେ ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ ହୋଇଥିଲା। ABVP ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଛାତ୍ରଛାତ୍ରୀ। ଭଦ୍ରକ କଲେଜ୍ ଆଡମିଶନ କେଳେଙ୍କାରୀ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ କଲେଜରେ ଆଡମିଶନ ଅଭିଯୋଗ ହୋଇଛି। ୮୦ ପ୍ରତିଶତ ମାର୍କ ରଖି ପିଲା ସିଟ୍ ପାଉନାହାନ୍ତି, ଅଥଚ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାଁ ଲେଖାଉଥିବା ଅଭିଯୋଗ ହୋଇଛି।   

ABVPର ଅଭିଯୋଗ ଅନୁସାରେ, ଏହି କଲେଜରେ ବେଆଇନ୍‌ ତଥା ଜାଲ ସାର୍ଟିଫିକେଟ୍ ଭାବରେ ଆଡମିଶନ୍ ହୋଇଛନ୍ତି। ଏହା ପଛରେ  ବିଜେଡିର ରାଜ୍ୟ ଯୁଗ୍ମ ସମ୍ପାଦକ ହିଁ ସେମାନଙ୍କୁ ଆଡମିଶନ୍ କରାଇଛନ୍ତି। ଏମିତି ଜଣେ ନୁହେଁ, ୪ ଜଣ ପିଲାଙ୍କୁ ଆଡମିଶନ୍ କରାଇଛନ୍ତି। ସେମାନଙ୍କ ଠାରୁ ୩୦ରୁ ୪୦ ହଜାର ଟଙ୍କା ନେଇଛନ୍ତି। ସେମାନଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହାସହ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। 

Advertisment
Verify PH-OH Certificates Higher Education Department
Advertisment
Advertisment