Advertisment

ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ନଲଗାଇଲେ ଅକ୍ଟୋବରରୁ ଫାଇନ୍‌ ଗଣିବେ ୧୦ ହଜାର !

ଡେଡଲାଇନ୍ ଆଉ ବଢ଼ାଯିବ ନାହିଁ ବୋଲି ସଫା ସଫା କହିଦେଇଛି ପରିବହନ ବିଭାଗ

ଅଦ୍ୟତନ ହୋଇଛି
High Security Number Plate

High Security Registration Plate mandatory

Advertisment

ବଡ଼ ଗଡ଼ବଡ଼ ନମ୍ବର ପ୍ଲେଟ୍ ଅଙ୍କ, ବିଗିଡ଼ିଯାଇଛି ଗଣିତ। ସପ୍ତାହକ ମଧ୍ୟରେ ମିଳୁନି ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ସେପଟେ ସମୟ ଯେତେ ଗଡ଼ୁଛି, ଗାଡ଼ି ମାଲିକଙ୍କ ଚିନ୍ତା ସେତେ ବଢ଼ୁଛି। ୧, ୨, ୩, ୪ରେ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ସେପ୍ଟେମ୍ବର ୩୦ ନୂଆ ନମ୍ବର ପ୍ଳେଟ୍ ଲଗାଇବାର ଶେଷ ଦିନ ନ ଲଗାଇଥିଲେ ଅକ୍ଟୋବର ପହିଲାରୁ ୧୦ ହଜାର ଟଙ୍କା ଜରିମାନା ଗଣିବା ଥୟ। ଭୁବନେଶ୍ୱର ର ସୌଭାଗ୍ୟ ଦେଓ,  ମେ ୨୬ରେ ବିଜ୍ଞପ୍ତି ବାହାରିବା ପରଠୁ ନିଜ ବାଇକ୍ ଓ କାରରେ ଏହି ନମ୍ବର ପ୍ଲେଟ୍ ଲଗାଇବାକୁ ସିଆମ୍ ୱେବସାଇଟ୍‌ରେ ଆବେଦନ କରିଆସୁଥିଲେ ବାଇକ୍ ଲାଗି ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ତ ସହଜରେ ଲାଗିଗଲା, କିନ୍ତୁ ସିଷ୍ଟମଜନିତ ତ୍ରୁଟି ଯୋଗୁ କାର୍ ପାଇଁ ଅନେକ ଦିନ ଯାଏଁ ଆବେଦନ ନେଲାନି ସିଆମ୍ ୱେବସାଇଟ୍।

Advertisment

ବହୁ ଚେଷ୍ଟା ପରେ ଗତ ୧୬ରେ ତାଙ୍କ ଆବେଦନ ପଞ୍ଜୀକୃତ ହୋଇଛି କିନ୍ତୁ ରିସିପ୍ଟ ମିଳିଛି, ଅକ୍ଟୋବର ୬ରେ ଲାଗିବ ନୂଆ ପ୍ଲେଟ୍ ଏବେ ସୌଭାଗ୍ୟଙ୍କ ଚିନ୍ତା, ଅକ୍ଟୋବର ୧ରୁ ୬ ତାରିଖ ଯାଏଁ ସେ ରାସ୍ତାରେ ଗାଡ଼ି ଚଲାଇ ପାରିବେ ତ? କେବଳ ସୌଭାଗ୍ୟ ନୁହନ୍ତି, ବହୁ ଅଟୋ ଚାଳକ, ଟ୍ରକ୍ ମାଲିକ ବି ଉଠାଇଛନ୍ତ ସମାନ ଅଭିଯୋଗ, ସମାନ ପ୍ରଶ୍ନ ଏଭଳି ସ୍ଥିତିରେ ଯେଉଁମାନେ ସେପ୍ଟେମ୍ବର ଶେଷ ସୁଦ୍ଧା ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଆବେଦନ କରୁଛନ୍ତି, ସେମାନଙ୍କୁ ସରକାର ରିହାତି ଦିଅନ୍ତୁ ବୋଲି ଦାବି କଲେଣି ଗାଡ଼ି ମାଲିକ। 

ଏପଟେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ତିଆରି କରୁଥିବା କମ୍ପାନିଙ୍କ କହିବା କଥା, ଅକ୍ଟୋବରରୁ ନିୟମକୁ କଡ଼ାକଡ଼ି କରିବା ଲାଗି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ସ୍ପଷ୍ଟ କରିବା ପରେ ବଢ଼ିଛି ଆବେଦନ। ଏହାକୁ ଦୃଷ୍ଟିରେ ରଖି ସେମାନେ ଏହି ନମ୍ବର ପ୍ଲେଟର ଉତ୍ପାଦନ ବି ବଢ଼ାଇଛନ୍ତି  କିନ୍ତୁ ଆଗକୁ ପାର୍ବଣ ଥିବାରୁ ଡିଲରମାନେ ଗାଡ଼ି ବିକ୍ରିରେ ବ୍ୟସ୍ତ ରହିବେ। ଏହାଛଡ଼ା ଅନେକ ଛୁଟିଦିନ ରହିବ, ତେଣୁ ସେମାନେ HSRP ଯୋଗାଣର ଏକ ସପ୍ତାହ ୱେଟିଂ ପିରିୟଡ୍‌କୁ ୧୫ ଦିନ ଯାଏଁ ବଢ଼ାଇଛନ୍ତି।

Advertisment

ସେହିଭଳି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି କହିଛି, ୧ ଓ ୨ରେ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ଅଗଷ୍ଟ ୩୧ ଯାଏଁ ସମୟ ଦିଆଯାଇଥିଲା କିନ୍ତୁ ଗତମାସରେ ବନ୍ୟା କାରଣରୁ ଏ ଅବଧିକୁ ସେପ୍ଟେମ୍ବର ଯାଏଁ ବଢ଼ାଯାଇଛି। ଆଗକୁ ଆଉ ଡେଡଲାଇନ୍ ବଢ଼ିବନି କିନ୍ତୁ ୱେଟିଂ ପିରିୟଡ ବଢ଼ୁଥିବାରୁ ଜରିମାନା ଆଦାୟ କରାଯିବ କି ନାହିଁ ସରକାର ଉପଯୁକ୍ତ ସମୟରେ ନିଷ୍ପତ୍ତି ନେବେ। 

ସୂଚନା ଅନୁସାରେ, ପୁରୁଣା ନମ୍ବର ପ୍ଲେଟ୍ ବଦଳାଇବା ପାଇଁ ଏବେ ଦିନକୁ ୫୦ ହଜାରରୁ ଅଧିକ ଆବେଦନ ଆସୁଛି। ପ୍ରତିଦିନ ୧୩ ହଜାରରୁ ଅଧିକ ପ୍ଲେଟ୍ ଲାଗୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୬୦ ହଜାରରୁ ଅଧିକ ଆବେଦନ ଆସିଥିବା ବେଳେ ୬ ଲକ୍ଷ ୫୧ ହଜାର ଗାଡ଼ିରେ HSRP ଲାଗିସାରିଲାଣି।

Advertisment

(ରିପୋର୍ଟ: ଦେବାଶିଷ ମହାନ୍ତି, କଟକ ଓ କପିଳେନ୍ଦ୍ର ପ୍ରଧାନ, ଭୁବନେଶ୍ୱର)

Online Apply High Security Number Plate High Security Number Plate In Odisha NumberPlate Registration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ