Advertisment

ଟେନସନ୍ ବଢ଼ାଇଲାଣି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍

ଏବେ ପ୍ରଶ୍ନ, HSRP ସମସ୍ୟାର ସମାଧାନ କଣ ? ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ପରିବହନ ବିଭାଗ HSRP ଡେଡଲାଇନ ବଢ଼ାଇବ କି ?

author-image
Chandan Shishu
ଅଦ୍ୟତନ ହୋଇଛି
High-security plate: Anxiety grips vehicle owners as deadline approaches fast

High-security plate: Anxiety grips vehicle owners as deadline approaches fast

ଗାଡ଼ି ମାଲିକଙ୍କ ଟେନସନ୍ ବଢ଼ାଇଛି ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଡେଡଲାଇନ୍। ଏଚ୍ଏସଆରପି  ପାଇଁ କେବଳ ଅନଲାଇନରେ ଆବେଦନ କରାଯାଇ ପାରିବ। ତେବେ ଅନେକ ସମୟରେ ଧୋକା ଦେଉଛି ବ୍ୟବସ୍ଥା। କାହାର ରେଜିଷ୍ଟ୍ରେସନ ହୋଇପାରୁନାହିଁ ତ ଆଉ କାହାକୁ ଢେର ବିଳମ୍ବରେ ମିଳୁଛି ତାରିଖ। ଭୁବନେଶ୍ୱରର କିଶୋର ନାୟକ। ତାଙ୍କ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ଏଇ ମାସ ୩୦ କିନ୍ତୁ ସିଆମ୍  Websiteରେ ପଞ୍ଜିକରଣ ପରେ ତାଙ୍କୁ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ତାରିଖ ମିଳିଛି ନଭେମ୍ବର ୭। ଏବେ କିଶୋରଙ୍କ ଚିନ୍ତା, ଅକ୍ଟୋବର ପହିଲାରୁ ସେ ଗାଡ଼ି ଚଲାଇ ପାରିବେ ତ? ଆଉ ଇଏ ହେଉଛନ୍ତି ଟ୍ରକ୍ ମାଲିକ ସୁଶୀଲ ପାତ୍ର। ତାଙ୍କ ଟ୍ରକ୍ ଲାଗି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଆବେଦନ କଲା ବେଳକୁ ସିଆମ୍ Websiteରେ କହୁଛି, ଆପଣଙ୍କ ଗାଡ଼ିର ତଥ୍ୟ ପରିବହନ  Websiteରେ ଉପଲବ୍ଧ ନାହିଁ। ଏମିତି ସ୍ଥିତିରେ ଧାର୍ଯ୍ୟ ସମୟ ଭିତରେ ତାଙ୍କ ଗାଡିରେ କେମିତି ଲାଗିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, ମୁଣ୍ଡ କାମ କରୁନି ସୁଶୀଲଙ୍କର। 

Advertisment

ଏବେ ପ୍ରଶ୍ନ, HSRP ସମସ୍ୟାର ସମାଧାନ କଣ ? ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ପରିବହନ ବିଭାଗ HSRP ଡେଡଲାଇନ ବଢ଼ାଇବ କି ? ନା ଧାର୍ଯ୍ୟ ଅବଧି ଶେଷ ପରେ ଆଦାୟ ହେବ ଫାଇନ୍ ? ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଯୁକ୍ତି- ମେ ୨୬ରୁ HSRP ନିୟମ ଅଣାଗଲାଣି। ନିୟମ କଡ଼ାକଡ଼ି ପୂର୍ବରୁ ଲୋକଙ୍କୁ ୩ ମାସର ବଫର୍ ପରିୟଡ଼ ବି ଦିଆଯାଇଥିଲା। HSRP ନିମୟକୁ ଗାଡ଼ି ନମ୍ବରର ଶେଷ ଅଙ୍କ ଅନୁଯାୟୀ ପର୍ଯ୍ୟାୟକ୍ରମେ ଲାଗୁ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ବନ୍ୟା ଯୋଗୁ ୧ ଓ ୨ରେ ଶେଷ ହେଉଥିବା ଗାଡ଼ି ନମ୍ବର ଲାଗି ଅବଧି ବି ମାସେ ବଢ଼ାଯାଇ ସାରିଛି, କିନ୍ତୁ ଲୋକମାନେ ତତ୍ପରତା ନଦେଖାଇବାରୁ ଏଭଳି ସ୍ଥିତି  ଉପୁଜିଛି। ତେବେ ଡେଡଲାଇନ ଆଉ ବଢାଯିବନି ବୋଲି ସ୍ପଷ୍ଟ କରିଛନ୍ତି ପରିବହନ କର୍ତ୍ତୃପକ୍ଷ କିନ୍ତୁ ଯାଞ୍ଚ ସମୟରେ ବାସ୍ତବ ସମସ୍ୟା ଥିବା ଲୋକଙ୍କ କଥା ବିଚାରକୁ ନିଆଯିବ ବୋଲି କୁହାଯାଇଛି।

୧, ୨, ୩, ୪ରେ ଶେଷ ହେଉଥିବା ଗାଡ଼ି ନମ୍ବର ଲାଗି ସେପ୍ଟେମ୍ବର ୩୦ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ। ଏହାପରେ ଏହି ନମ୍ବରର ଗାଡ଼ି ବିନା HSRPରେ ରାସ୍ତାରେ ଚାଲିଲେ, ୧୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା ହୋଇଛି କିନ୍ତୁ ନମ୍ବର ପ୍ଲେଟ୍ ଲଗାଇବା ନେଇ ଲୋକେ ବହୁ ସମ୍ମୁଖୀନ ହେଉଥିବାରୁ ଏହାର ସମାଧାନ କରାଯିବା ଲାଗି ଦାବି ହେଉଛି।

Advertisment

(ରିପୋର୍ଟ: କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ)

HSRP Deadline
Advertisment
Advertisment