• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରେକ୍‌ଫାଷ୍ଟ... ଲଞ୍ଚ... ଟିଫିନ୍‌... ଡିନର । ଏହି ସବୁ ତ ଆମର ନିତିଦିନିଆ କଥା । ପିଲାଦିନୁ ଏହି ସବୁର ଅଭ୍ୟାସ ରହିଛି । କାରଣ ବଞ୍ଚିବାକୁ ହେଲେ ଖାଦ୍ୟ ନିତ୍ୟାନ୍ତ ଜରୁରୀ । ଏଥିରୁ ଆମକୁ ଶକ୍ତି ମିଳିଥାଏ । ହେଲେ ଏବେ ଯୁଗ ପରିବର୍ତ୍ତନ ହୋଇଯାଇଛି । ବର୍ତ୍ତମାନ ସମୟରେ ଖାଇବା ପିଇବାଠାରୁ ଶୋଇବାଠାରୁ ଆହୁରି ଜରୁରୀ ହୋଇପଡ଼ିଛି ମୋବାଇଲ ଫୋନ୍ । ଆଉ ଏବେ ସ୍ମାର୍ଟ ଫୋନ୍‌ ତ ସବୁଙ୍କୁ ବାୟା କରି ରଖିଛି । ବ୍ରେକ୍‌ଫାଷ୍ଟ... ଲଞ୍ଚ... ଟିଫିନ୍‌... ଡିନର ସମୟ ଯେତେ ବିଳମ୍ବ ହେଲେ ବି ଚଳିବ । କିନ୍ତୁ ନିଦ ଭାଙ୍ଗିବା ବେଳକୁ ଯଦି ମୋବାଇଲ୍‌ଟି ହାତ ପାହାନ୍ତାରେ ନଥାଏ ତେବେ ଆମେ ଚମକି ପଡ଼ୁ । ଆଉ ହଠାତ୍ ଚିହିଁକି ଉଠି, ମୋବାଇଲ୍‌ ଖୋଜିବାରେ ବ୍ୟସ୍ତ ହୋଇଯାଉ ।

Mobile UseMobile Use

ମୋବାଇଲ ଏବେ ଲୋକଙ୍କର ହାର୍ଟ ବିଟ୍‌ କହିଲେ ଚଳେ । ମୋବାଇଲ ଏବେ ସବୁରିଙ୍କ ବେଷ୍ଟ ଫ୍ରେଣ୍ଡ । ଏମିତିକି ଛୋଟ ପିଲାମାନେ ଆଉ ଘର ବାହାରକୁ ଯାଉନାହାନ୍ତି ଖେଳିବାକୁ କିମ୍ବା ମୋବାଇଲ ଥିଲେ ତାଙ୍କର ଆଉ ଖେଳଣା ବି ଦରକାର ନାହିଁ । ପ୍ରତ୍ୟେକ ଛୋଟ ଏବଂ ବଡ ଆବଶ୍ୟକତା ପାଇଁ ଆମେ ଫୋନ୍‌ର ସହାୟତା ନେଇଥାଉ । କହିବାକୁ ଗଲେ ସ୍ମାର୍ଟଫୋନ୍ ଆମ ଜୀବନଶୈଳୀକୁ ଅତ୍ୟନ୍ତ ସହଜ କରିଦେଇଛି । ବ୍ୟାଙ୍କ କାମ ହେଉ କିମ୍ବା ସପିଂ ହେଉ, ସ୍ମାର୍ଟଫୋନ୍ ସାହାଯ୍ୟରେ ସବୁକିଛି ଖୁବ୍ ସରଳ ହୋଇଥାଏ ।

Mobile UseMobile Use

ତେବେ ମୋଟା ମୋଟି ଭାବେ ଦେଖିବାକୁ ଗଲେ ମୋବାଇଲ ଫୋନ୍‌ ବା ସ୍ମାର୍ଟ ଫୋନ୍‌ ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇସାରିଲାଣି । ମୋବାଇଲ୍‌କୁ ଘଡ଼ିଏ ଛାଡ଼ି ରହି ହେବ ନାହିଁ । ତେବେ ଆମ ମାନଙ୍କର ଏଭଳି ଅଭ୍ୟାସ ଯେ, ଶରୀର ପାଇଁ କେତେ କ୍ଷତିକାରକ ତାହା ଆମେ ଜାଣିନାହୁଁ । କିଛି ଲୋକ ଅଧିକ ମୋବାଇଲ ବ୍ୟବାହାର କଲେ ଶରୀରରେ କ’ଣ କ୍ଷତି ହୋଇଥାଏ, ତାହା ଜାଣି ମଧ୍ୟ ଏହାକୁ ହେୟ ଜ୍ଞାନକରନ୍ତି । ଏହି ସବୁ ଅଭ୍ୟାସ ଯୋଗୁଁ ଛୋଟ ପିଲାଙ୍କ ଉପରେ ମଧ୍ୟ ବେଶ କୁପ୍ରଭାବ ପଡ଼ିଥାଏ । ଏଥିରୁ ବାହାରୁଥିବା ଲାଇଟ୍ ଅନେକ ଗମ୍ଭୀର ରୋଗର କାରଣ ହୋଇପାରେ ।

Mobile UseMobile Use

ଲଗାତର ଭାବେ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ଆଖି ଉପରେ ପ୍ରଭାବ ପଡ଼ିଥାଏ । ଶରୀରରେ ଆଖି ହେଉଛି ସବୁଠୁ ସମ୍ବେଦନଶୀଳ ଅଙ୍ଗ । ଆମ ଅଜାଣତରେ ମୋବାଇଲ୍ ର କୁପ୍ରଭାବ ବଢ଼ିବାକୁ ଲାଗେ । ତେଣୁ ସମସ୍ୟା ବଢ଼ିବା ପୂର୍ବରୁ ତାକୁ ସୁଧାରିବା ଆମ କର୍ତ୍ତବ୍ୟ । ଏଥିରୁ ନିର୍ଗତ ହେଉଥିବା ବ୍ଲୁ ଲାଇଟ୍ ଆଖି ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଏ । ଯାହାଫଳରେ ମୁଣ୍ଡବିନ୍ଧା, ଆଖି ବିନ୍ଧା ଓ ଆଖି ଡ୍ରାଏ ବି ହୋଇପାରେ । ତେଣୁ ମୋବାଇଲ୍‌କୁ ଯେତେ କମ୍ ସମୟ ବ୍ୟବହାର କରିବା ତାହା ଆମ ପାଇଁ ଠିକ୍ ।

Mobile UseMobile Use

ଏମିତିକି ମୋବାଇଲ୍‌କୁ ଅଧିକ ସମୟ ଧରି ବସିବା ଦ୍ୱାରା ରିଷ୍ଟ୍ କମ୍ପ୍ଲିକେସନ୍‌ ଦେଖାଦେଇଥାଏ । ଦୀର୍ଘ ସମୟ ଧରି ମୁଣ୍ଡ ନୁଆଁଇ ମୋବାଇଲକୁ ଦେଖିବା ଦ୍ୱାରା ଛୋଟ ପିଲାଙ୍କ ଉଚ୍ଚତା ବଢ଼ିବାରେ ବି ସମସ୍ୟା ଦେଖାଦେଇପାରେ । ଆମ ସ୍ଲିପିଂ ପ୍ୟାଟର୍ଣ୍ଣ ଉପରେ ବି ମୋବାଇଲ୍‌ ବ୍ୟବାହାର ପ୍ରଭାବ ପକାଇଥାଏ । ଶରୀରକୁ ଉପଯୁକ୍ତ ନିଦ୍ରା ଆବଶ୍ୟକ ହେଉଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍ ଧରିଲେ ଶୋଇବା ସମୟ ବ୍ୟବଧାନର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯାହାକି ଆମ ଶରୀରକୁ ଦୁର୍ବଳ ମଧ୍ୟ କରିଥାଏ । ସଠିକ୍‌ ଭାବେ ନଶୋଇବା ଦ୍ୱାରା ଗାଲ ପଶିଯିବାଠାରୁ ଆରମ୍ଭ କରି ଆଖି ତଳ କଳା ପଡ଼ିବା, ଗ୍ୟାସ୍‌ଟ୍ରିକ୍‌, ପେଟଗରମ, ଚୁଟି ଝଡ଼ିବା ଭଳି ସମସ୍ୟା ଦେଖାଦେଇପାରେ ।

OTV is now on Whatsapp

Join and get latest news update delivered to you via whatsapp

Join Now