Advertisment

ଶନି ମନ୍ଦିରକୁ କୋଟିଏ ଟଙ୍କାର ସୁନା କଳସ ଦାନ କଲେ ନବ ଦାସ

ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।

ଅଦ୍ୟତନ ହୋଇଛି
Health Minister Naba Das Donate Gold Pot to Shani Temple

Health Minister Naba Das donate gold pot to Shani Temple

Advertisment

ଶନି ମନ୍ଦିରକୁ ସୁବର୍ଣ୍ଣ କଳସ ଦାନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।  ଏହି ସୁବର୍ଣ୍ଣ କଳସର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ୧କେଜି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ କଳସ ଦାନ କରିଛନ୍ତି। ଗତ ଶନିବାର ଶନି ଅମାବାସ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆରପାରିକୁ ଯିବା ପୂର୍ବରୁ ମନ୍ଦିରକୁ ଦାନ କରିଦେଲେ ସବୁ ସମ୍ପତ୍ତି

ନବଦାସ ନିଜ ପରିବାର ସହ ଶନି ଶିଙ୍ଗନାପୁର ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି  ଏନେଇ ନବ ଦାସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ତେବେ କୋଭିଡ୍‌ କାଳରେ ଯେତେବେଳେ ରାଜ୍ୟରେ ହାହାକାର ସ୍ଥିତି ପଡ଼ିଥିଲା, ସେତେବେଳେ ନବ ଦାସ ୮୦ଟି ଟ୍ରକ୍‌ କଣିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। ଏନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାର କୌଣସି ସ୍ପଷ୍ଟୀକରଣ ରଖିନଥିଲେ।  

Advertisment

ଦେଖନ୍ତୁ ଭିଡିଓ | ମନ୍ଦିରକୁ ଦେଇଦେଲେ ୪୦ ବର୍ଷର ଭିକ୍ଷାବୃତ୍ତି ଟଙ୍କା

Health Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ