• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନୂଆପଡା ଜିଲ୍ଲା ସୁନାବେଡା ଉପତ୍ୟକାର ମାଳଭୂମି ଅଂଚଳରେ ଏବେ ଆଳୁ ଚାଷ । ଦିନ ଥିଲା ସୁନାବେଡା ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ଲୋକେ ପାରଂପାରିକ ଚାଷ କରି ଅନେକ କ୍ଷତି ସହୁଥିଲେ । ହେଲେ କିଛି ବର୍ଷ ହେଲା ପରୀକ୍ଷାମୂଳକ ଭାବେ ଚାଷ ପରେ ଏବେ ପାହାଡିଆ ଅଞ୍ଚଳରୁ ବେଶ ଭଲ ଉତ୍ପାଦନ ହୋଇପାରୁଛି ଆଳୁ ।

ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ। ଯେଉଁ ମାଟିକୁ ଆଳୁ ଚାଷ ପାଇଁ ଅନୁପଯୋଗୀ କୁହାଯାଉଥିଲା ସେହି ମାଟିରେ ହିଁ ଉତ୍ପାଦନ କରିପାରିଛନ୍ତି ସ୍ଥାନୀୟ ଚାଷୀ ।

ଅଧିକ ପଢ଼ନ୍ତୁ: ପ୍ରଥମେ ନିଜେ ଦାଦନ ଖଟୁଥିଲେ, ଏବେ ଚାଷ କରି ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି

ଆମେ କହୁଛୁ, ନୂଆପଡ଼ା ସୁନାବେଡା ଅଭୟାରଣ୍ୟ ଅଂଚଳର କଥା । ଦିନ ଥିଲା ଏଠାରେ ଆଳୁ ଚାଷ ପାଇଁ ରାଜି ହେଉନଥିଲେ ଆଦିମ ଜନଜାତି ଓ ବନବାସୀ । ପାରମ୍ପାରିକ ଚାଷ କରି ବି କ୍ଷତି ସହୁଥିଲେ । ଏବର୍ଷ ୩ଟି ପଂଚାୟତରେ ୭୦ ଏକର ଜମିରେ ଆଳୁ ଚାଷ କରାଯାଇଛି।

ସୁନାବେଡା ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ସୁନାବେଡା, ସୋସେଙ୍ଗ ଓ ମିଛାପାଲି ପଂଚାୟତର ୧୨୫ ଜଣ ଚାଷୀଙ୍କୁ ତାଲିମ ଦିଆଯାଇଥିଲା । ଓପିଲିପି ବା ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମରେ ଟ୍ରେନିଂ ଦିଆଯାଇଥିଲା। ଏମାନଙ୍କୁ ଓପିଲିପି, ସିବିଡିଏ ଏବଂ ଜିଲ୍ଲା ଉଦ୍ୟାନ ବିଭାଗ ତାଲିମ ଦେଇଥିଲା । ଚଳିତବର୍ଷ ୪ ହଜାର କ୍ୱିଣ୍ଟାଲ ଆଳୁ ଅମଳ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।

ଜୈବିକ ପଦ୍ଧତିରେ ଚାଷ କରାଯାଉଥିବାରୁ ଆଖପାଖ ଅଞ୍ଚଳର ଲୋକଙ୍କର ପ୍ରଥମ ପସନ୍ଦ ହୋଇଛି ସୁନାବେଡାର ଆଳୁ।
(ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ)

ଦେଖନ୍ତୁ ଭିଡିଓ | ମାଛ ଯାଆଁଳ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା