Advertisment

ଆଶ୍ଚର୍ଯ୍ୟ କରୁଛି ଦିବ୍ୟାଙ୍ଗଙ୍କ ଦମଦାର ବୋଲିଂ

ନିରନ୍ତର ଅଭ୍ୟାସ ଏବଂ ଇଚ୍ଛାଶକ୍ତି ହିଁ ଯେକୌଣସି 'ଅକ୍ଷମତା'କୁ ଏକ ଆଶ୍ଚର୍ଯ୍ୟଜନକ 'ଦକ୍ଷତା'ରେ ପରିଣତ କରିଦିଏ। ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଏହାର ପ୍ରମାଣ ପାଇଯିବେ।

ଅଦ୍ୟତନ ହୋଇଛି
Handicap man playing cricket doing bowling

Handicap man playing cricket doing bowling

Advertisment

ମଣିଷ ଶରୀରରେ କିଛି କମ ଥିଲେ ମଧ୍ୟ ନିଜର ସାହସ ଓ ହାର ନ ମାନିବାର ଆତ୍ମାବିଶ୍ୱାସ ତାଙ୍କୁ ଶକ୍ତି ଦେଇଥାଏ। ଆମେ ପ୍ରାୟତଃ ଦିବ୍ୟାଙ୍ଗଙ୍କୁ ଦୟା ଦୃଷ୍ଟିରେ ଦେଖୁ କିନ୍ତୁ ଏହିପରି ଲୋକମାନେ ମଧ୍ୟ କ୍ରମାଗତ ଅଭ୍ୟାସ ଏବଂ ସେମାନଙ୍କ ଇଚ୍ଛା ବଳରେ ଆଗକୁ ଯାଇ ପାରନ୍ତି। ସମ୍ପ୍ରତି, ଏପରି ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଏକ ବୋଲିଂ ଭିଡିଓ ସୋସିଆଲ୍ ମିଡିଆ ରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ। ଏହି ଭାଇରାଲ ଭିଡିଓ କୁ ଆପଣ ଦେଖିବା ପରେ ତାଙ୍କୁ ସଲାମ କରିବାକୁ ପଛେଇବେ ନାହିଁ।

Advertisment

ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ତାଙ୍କ ଟ୍ୱିଟର ପେଜ୍‌ରେ ଅନେକ ସମୟରେ ଅଜବ ଜିନିଷ ଟ୍ୱିଟ୍ କରନ୍ତି। ସମ୍ପ୍ରତି ସେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି କ୍ରିକେଟ୍ ଖେଳୁଥିବା ଦେଖାଯାଏ। ଏଥିରେ ଜଣାଯାଏ ଯେ ସେ ତାଙ୍କ ବୋଲିଂରେ ଫିଦା ହୋଇ ଯାଇଛନ୍ତି।

ଅଧିକ ପଢ଼ନ୍ତୁ: ଜମିରେ କଠିନ ପରିଶ୍ରମ କରି ପରିବାର ପାଳୁଛନ୍ତି ଦିବ୍ୟାଙ୍ଗ ଯୁବକ

ଆପଣ ଯଦି ଜଣେ କ୍ରିକେଟ୍ ପ୍ରେମୀ କିମ୍ବା କ୍ରିକେଟ୍ ବିଷୟରେ କିଛି ଜଣାଅଛି ତେବେ ନିଶ୍ଚିତ ଭାବରେ ଜାଣିଥିବେ ଯେ କ୍ରିକେଟ୍‌ରେ ବୋଲିଂ କରିବା କେତେ କଷ୍ଟକର। ବଲ୍‌କୁ ଏପରି ଭାବରେ ପକେଇବାକୁ ହୋଇଥାଏ ଯେପରି ବ୍ୟାଟ୍ସମ୍ୟାନ୍ ଏଥିରୁ ରନ୍ ପାଇ ପାରିବେ ନାହିଁ।

Advertisment

ଏମିତି କି ସବୁଠୁ ବଡ ବୋଲରଙ୍କ ଓଭର ମଧ୍ୟ ବେକାର ହୋଇଯାଏ ଯେତେବେଳେ ବ୍ୟାଟ୍ସମ୍ୟାନ ତାଙ୍କ ବଲକୁ ମାରି ସୀମା ପାର କରିଦିଅନ୍ତି। କିନ୍ତୁ ଯେତେବେଳେ ଆପଣ ଏହି ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କୁ ଦେଖିବେ, ସେତେବେଳେ ଆପଣ ମଧ୍ୟ ତାଙ୍କର ପ୍ରଶଂସକ ହୋଇଯିବେ ଏବଂ ତାଙ୍କୁ ପ୍ରଶଂସା କରିବାକୁ ଟିକେ କୁଣ୍ଠାବୋଧ ମନେ କରିବେ ନାହିଁ।

ଏହି ଭିଡିଓ ଶେୟାର କରି ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ଲେଖିଛନ୍ତି- "ନିରନ୍ତର ଅଭ୍ୟାସ ଏବଂ ଇଚ୍ଛାଶକ୍ତି ଦ୍ୱାରା, ଯେକୌଣସି 'ଅକ୍ଷମତା' ଏକ ଆଶ୍ଚର୍ଯ୍ୟଜନକ 'ଦକ୍ଷତା'ରେ ପରିଣତ ହୋଇପାରେ..!" ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ ଯିଏ ଦିବ୍ୟାଙ୍ଗ ହୋଇ ମଧ୍ୟ ସ୍ଥାନୀୟ କ୍ରିକେଟ୍ ଟୁର୍ନାମେଣ୍ଟରେ ବୋଲିଂ କରୁଛନ୍ତି। ଏହି ଭିଡିଓ ଅଳ୍ପରେ ହାର ମାନି ଯାଉଥିବା ଯେକୌଣସି ବ୍ୟକ୍ତିଙ୍କ ମନରେ ନିଶ୍ଚିତ ପ୍ରେରଣା ଭରିବ।

Advertisment

ବୋଲିଂ କରୁଥିବା ଏହି ବ୍ୟକ୍ତିଙ୍କ ହାତରେ କିଛି ସମସ୍ୟା ଥିବା ଦେଖାଯାଏ। ପ୍ରଥମ ଥର ଯେତେବେଳେ ଆପଣ ଏହି ବ୍ୟକ୍ତିଙ୍କୁ ଦେଖିବେ ହୁଏତ ଚିନ୍ତାରେ ପଡିଯିବେ ସେ କିପରି ଏପରି ହାତରେ ବୋଲିଂ କରିବେ! କିନ୍ତୁ ଯେତେବେଳେ ସେହି ବ୍ୟକ୍ତି ବୋଲିଂ କରନ୍ତି, ତାଙ୍କ ବଲ୍‌କୁ ସାମ୍ନା କରିବା ଏତେ ସହଜ ନୁହେଁ ବୋଲି ଦେଖିବାକୁ ମିଳେ। ତାଙ୍କର ଏହି ଚମତ୍କାର ବୋଲିଂକୁ ସମସ୍ତେ ପସନ୍ଦ କରୁଛନ୍ତି।

ଖବର ଲେଖାହେଲା ବେଳକୁ ଏହି ଭିଡିଓଟି ୨୫ ହଜାରରୁ ଅଧିକ ଭ୍ୟୁ ମିଳିଥିବା ବେଳେ କିଛି ଲୋକ ସେମାନଙ୍କର ମତାମତ ମଧ୍ୟ ଦେଇଛନ୍ତି। ଜଣେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଇଁ ମାତା ଦେବୀଙ୍କୁ ପ୍ରାର୍ଥନା କରିଛନ୍ତି। ଏଥିସହିତ ସଞ୍ଜୟ କୁମାର ଯାହା ଲେଖିଛନ୍ତି ସେଥିରେ ଜଣେ ସହମତ ହୋଇଛନ୍ତି। ଅନ୍ୟଜଣେଏହି ଭିଡିଓକୁ ଟ୍ୱିଟ୍ କରି ଲେଖିଛନ୍ତି – “ଦୟାକରି ଏଭଳି ପିଲା, ଲୋକଙ୍କୁ ସହାନୁଭୂତି ଦେଖାନ୍ତୁ, ସେମାନଙ୍କୁ ଉତ୍ସାହିତ କରନ୍ତୁ।”

Viral Video Inspirational Story Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ