• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସରପଞ୍ଚ ପାଇବେ ୧୦ ହଜାର । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବଢ଼ିଲା । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର ଟଙ୍କା । ଏହା ସହ ଜିଲ୍ଲା ପରିଷଦ ଉପସଭାପତି ମାସିକ ପାଇବେ ୨୦ ହଜାର ଟଙ୍କା ।

ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ୧୦ ହଜାରକୁ ବୃଦ୍ଧି । ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ ହଜାର ଟଙ୍କା ପାଇବେ । ସେହିପରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ପାଇବେ ୭୫୦୦ ଟଙ୍କା । ସୂଚନାଯୋଗ୍ୟ ସରପଞ୍ଚ ମାସିକ ୨୩୫୦ ଟଙ୍କା ପାଉଥିବା ବେଳେ, ଏବେ ପାଇବେ ମାସିକ ୧୦ ହଜାର ଟଙ୍କା ।

ସେହିପରି ନାଏବ ସରପଞ୍ଚ ୯୪୦ ପାଉଥିଲେ, ଏବେ ପାଇବେ ୪ ହଜାର ଟଙ୍କା । ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରମାନଙ୍କ ଦୈନିକ ଭତ୍ତା ୪୮୦କୁ ବୃଦ୍ଧି ହୋଇଛି । ସେହିପରି ଗତ କିଛିଦିନ ତଳେ ଆଶାକର୍ମୀମାନଙ୍କର ଦରମା ବୃଦ୍ଧି କରିଥିଲେ ସରକାର । ମାସିକ ପାରିଶ୍ରମିକ ୪ ହଜାର ୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି ପାଇଛି । ଏଥିଯୋଗୁ ଉପକୃତ ହେବେ ୪୯ ହଜାର ୫୨୨ ଆଶାକର୍ମୀ ।

ପାରିଶ୍ରମିକ ବାବଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ ୫୫ ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରାୟ ସମସ୍ତଙ୍କର ଦରମା ବୃଦ୍ଧି କରିଛନ୍ତି ସରକାର ।

ଗତ କିଛିଦିନ ତଳେ ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୭ ହଜାର ୫୦୦ଟଙ୍କାରୁ ୧୦ ହଜାରକୁ ବୃଦ୍ଧି ପାଇଛି । ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫ ହଜାର ୩୭୫ଟଙ୍କାରୁ ୭ ହଜାର ୨୫୦କୁ ବୃଦ୍ଧି ପାଇଛି । ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ୩ ହଜାର ୭୫୦ଟଙ୍କାରୁ ୫ ହଜାରକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ମସିହା ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ।

କିଛିଦିନି ତଳେ ରାଜ୍ୟରେ ବିଭିନ୍ନ ଘରୋଇ କଲେଜରେ କାର୍ଯ୍ୟ କରୁଥିବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦରମା ବୃଦ୍ଧି କରିଥିଲେ ରାଜ୍ୟ ସରକାର । ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ସେମାନେ ଏଣିକି ଦରମା ଓ ଆନୁଷଙ୍ଗିକ ଭତ୍ତା ପାଇବେ ।

ଏହା ପିଛିଲା ଭାବେ ଜାନୁୟାରୀ ମାସରୁ ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁର କରିଥିଲେ । ଏହାସହ ଘରୋଇ ହାଇସ୍କୁଲ୍‍, ସଂସ୍କୃତ ଟୋଲ୍‍ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ଓ ଭତ୍ତାକୁ ବୃଦ୍ଧି କରି ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ପ୍ରଦାନ ଲାଗି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ ।