• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

(ରାମକୃଷ୍ଣ ଡାକୁଆ): ସେନାରେ ସଂସ୍କାରର ଆବଶ୍ୟକତା ରହିଛି । ସଂସ୍କାରର ଅର୍ଥ ନୂଆ ଭାରତରେ ନୂଆ ସଂକଳ୍ପ ସହ ଯବାନମାନେ ଦେଶ ମାତୃକାର ସେବା ପ୍ରତି ପ୍ରତିବଦ୍ଧତା ଓ ପରାକାଷ୍ଠା ପ୍ରଦର୍ଶନ କରିବା । ନୂଆ ବୈଷୟିକ ଜ୍ଞାନ କୌଶଳ ସହ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ସମୃଦ୍ଧ ସେନା ଛିଡ଼ା କରାଇବା । ପଡ଼ୋଶୀ ଶତ୍ରୁ ଦେଶକୁ ଭୟ ଦେଖାଇବା ଯେତିକି ଜରୁରୀ ସେନାରେ ଯୁବ ମାନବ ସମ୍ବଳର ସଦୁପଯୋଗ ମଧ୍ୟ ସେତିକି ଜରୁରୀ ।

ଖାସ୍ ସେଥିପାଇଁ ଭାରତ ସରକାର ସେନାରେ ସଂସ୍କାରର ଦ୍ୱାହି ଦେଇ ଅଗ୍ନିପଥ ନାମକ ଏକ ମହତ୍ୱକାଂକ୍ଷୀ ଯୋଜନାର ପରିକଳ୍ପନା କରିଥିବା ପ୍ରକାଶ କରି ଏହାର ଘୋଷଣା କରିଛନ୍ତି । ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଥିବା ଯବାନଙ୍କୁ ଅଗ୍ନିବୀର ଭାବେ ଦେଶ ଜାଣିବ ଶତ୍ରୁ ଚିହ୍ନିବ । ଅଗ୍ନିପଥ ଯୋଜନାରେ ସେନାର ସମସ୍ତ ତିନି ବାହିନୀରେ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇବାକୁ ଥିବା ଅଗ୍ନିବୀରଙ୍କ କାର୍ଯ୍ୟକାଳର ଅବଧି କିନ୍ତୁ ସ୍ଥିରିକୃତ । ମାତ୍ର ୪ ବର୍ଷର ସ୍ୱଳ୍ପକାଳୀନ ସେବା କରିବାର ସୁଯୋଗ ମିଳିବ ଅଗ୍ନିବୀରଙ୍କୁ ।

ବାର୍ଷିକ ମୋଟ ଭର୍ତ୍ତିର ମାତ୍ର ୨୫ ପ୍ରତି ସର୍ବୋକୃଷ୍ଟ ଯବାନଙ୍କୁ ନେଇ ସେନା ସମୃଦ୍ଧ ହେବ । ବାକି ଅନ୍ୟ ଅଗ୍ନିବୀରଙ୍କୁ ସେନାରେ ସୁଯୋଗ ମିଳି ନ ପାରିଲେ ମଧ୍ୟ ଦେଶର ପ୍ରତିଷ୍ଠିତ ସାମରିକ ଓ ବେସାମରିକ ପ୍ରତିଷ୍ଠାନରେ ନିଯୁକ୍ତି ସୁଯୋଗ ରହିଛି । ଏହାକୁ ନେଇ ହିଁ ସାରା ଦେଶରେ ନିର୍ଦ୍ଧିଷ୍ଟ କିଛି ବର୍ଗ ଅସନ୍ତୋଷ ଜାହିର କରିଛନ୍ତି । ଅନେକ ସ୍ଥାନରେ ଆଶାୟୀମାନେ ମଧ୍ୟ ଏହି ଯୋଜନ ବିରୋଧରେ ସ୍ୱର ଉତ୍ତୋଳନ କରି ଏହାର ପ୍ରତ୍ଯାବର୍ତ୍ତନ ଦାବି ଦୋହରାଉଛନ୍ତି । ସରକାରୀ କଳ ଓ ଦଳ ଏହାର ବୈଶିଷ୍ଟତା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସଚେତନତା ସୃଷ୍ଟି କରିପାରେ ଲାଗି ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନ ଯେ, ୪ ବର୍ଷ ପରେ କେମିତି ହେବ ଅଗ୍ନିବୀରଙ୍କ ମୂଲ୍ୟାୟନ କେମିତି ସେନାରେ ମିଳିବ ସୁଯୋଗ ତାକୁ ନେଇ ଏହି ରିପୋର୍ଟ....

ମୂଲ୍ୟାଙ୍କନ:-

ବିଭିନ୍ନ ପଯର୍ୟାୟରେ ଅଗ୍ନିବୀରଙ୍କ ମୂଲ୍ୟାୟନ କରିବେ ସ୍ଥଳ, ବାୟୁ ଓ ନୌସେନା-

ଏହି ପ୍ରସଙ୍ଗରେ ସ୍ଥଳ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ବି.ଏସ.ରାଜୁ କହିଛନ୍ତି ଯେ, ଅଗ୍ନିବୀରଙ୍କ ୪ ବର୍ଷର ସେବା ମଧ୍ୟରେ ହିଁ ସେମାନଙ୍କୁ ନିୟମିତ ସେବା(ସେନାରେ ପୂର୍ଣ୍ଣକାଳୀନ ଭର୍ତ୍ତି) ଲାଗି ଚୟନ କରାଯିବ । ଏହି ଅବଧି ମଧ୍ୟରେ ଅଗ୍ନିବୀରଙ୍କ ଉଦ୍ଦେଶ୍ୟ, ବ୍ୟକ୍ତିତ୍ୱ ଉପରେ ବିଶେଷ ଦୃଷ୍ଟି ଦିଆଯିବ । ସେବାର ୪ ବର୍ଷ ପରେ ଅଗ୍ନିବୀରମାନେ ନିଜକୁ ନିଜେ ଅନୁଭବ କରିବେ ଯେ, ସେମାନେ ଏକ ପାରଦର୍ଶୀ ଚୟନ ପ୍ରକ୍ରିୟାର ସମ୍ମୁଖିନ ହେଉଛନ୍ତି ଏବଂ ହେବାକୁ ଯାଉଛନ୍ତି । ଏହା ସହ ଅଗ୍ନବୀରମାନେ ଚୟନ ପାଇଁ ସେନା ପକ୍ଷରୁ ନିର୍ଦ୍ଧିଷ୍ଟ ଅନ୍ୟ କିଛି ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଛି ।

ପ୍ରାରମ୍ଭିକ ପ୍ରକ୍ରିୟା:-

୬ ମାସର ଟ୍ରେନିଂ ପରେ ହିଁ ଅଗ୍ନିବୀରଙ୍କ ପ୍ରଥମ ପଯର୍ୟାୟ ମୂଲ୍ୟାଙ୍କନ ହେବ ।

ପ୍ରତ୍ଯେକ ବର୍ଷର ଶେଷରେ ଶାରୀରିକ ଫିଟନେସ୍ ମୂଲ୍ୟାଙ୍କନରେ ରହିବ ।

ଫାୟାରିଙ୍ଗ୍ କୌଶଳ, ଅନ୍ୟ ଅଭ୍ୟାସକୁ ବିଶେଷ ଗୁରୁତ୍ୱ ଦିଆଯିବ ।

ଅଗ୍ନିବୀରଙ୍କ ମୂଲ୍ୟାଙ୍କନ ପାଇଁ ଡାଟା ପ୍ରସ୍ତୁତ କରାଯିବ ।

୪ ବର୍ଷ ପରେ ରିପୋର୍ଟ କାର୍ଡ ଆଧାରରେ ଅଗ୍ନିବୀରଙ୍କ ମୂଲ୍ୟାଙ୍କନ ହେବ ।

ମୂଲ୍ୟାଙ୍କନ ପାଇଁ ଅନ୍ୟ ମାପଦଣ୍ଡ:-

ଅଗ୍ନିବୀରଙ୍କ ବ୍ଯବହାର ଏବଂ ଯୋଗ୍ୟତା ଆଧାରରେ ।

ଅଗ୍ନିବୀରଙ୍କ ବ୍ଯବହାର, ଯୋଗ୍ଯତା ଆଧାରରେ ମୂଲ୍ୟାୟନ ।

ପ୍ଲାଟୁନ କମାଣ୍ଡର, କମ୍ପାନୀ କମାଣ୍ଡର, କମାଣ୍ଡିଙ୍ଗ୍ ଅଫିସର ।

ଅନ୍ଯ ବରିଷ୍ଠ ଅଧିକାରୀଙ୍କ ସହ ମିଶିବା ସେମାନଙ୍କ ସହ ଆଚାର, ଉଚ୍ଚାରଣ ଆଧାରରେ ମୂଲ୍ୟାଙ୍କନ ।

ଦକ୍ଷତା ଆଧାରରେ ମଧ୍ୟ ଅଗ୍ନିବୀରଙ୍କ ମୂଲ୍ୟାୟନ କରାଯିବ ।

ବର୍ଷର ଶେଷରେ ସମସ୍ତଙ୍କ ରିପୋର୍ଟ ସିଷ୍ଟମରେ ଅପଲୋଡ ହେବ ।

ଏଥିରେ କୌଣସି ମାନବୀୟ ହସ୍ତକ୍ଷେପ ବା କେହି ଅଧିକାରୀ ହସ୍ତକ୍ଷେପ କରିବେ ନାହିଁ ।

ଏହି ଆଧାରରେ ସର୍ବଶ୍ରେଷ୍ଠ ସୈନିକର ଚୟନ କରାଯାଇପାରିବ ।

ପ୍ରଶିକ୍ଷଣ:-

ଅଗ୍ନିବୀରଙ୍କ ପାଇଁ ୪ ବର୍ଷର ପ୍ରଶିକ୍ଷଣ ଅବଧି ପଯର୍ୟାପ୍ତ କି ?

ଅଗ୍ନିବୀରଙ୍କ ପାଇଁ ୪ ବର୍ଷର ପ୍ରଶିକ୍ଷଣ ପଯର୍ୟାପ୍ତ ଅଟେ ।

ପ୍ରଥମ ୬ ମାସରେ କଠିନ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦେବେ ବାଟାଲିୟନ କମାଣ୍ଡର ।

ବାଟାଲିୟନର ଆବଶ୍ୟକତା ଅନୁସାରେ ଯୁଦ୍ଧ କୌଶଳ ପ୍ରଦାନ କରାଯିବ ।

ପରିବର୍ତ୍ତନ:-

ଯୋଜନାରେ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ଅଣାଯାଇପାରେ ।

ନିୟନ୍ତ୍ରିତ ଭାବରେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଛି ।

ବର୍ତ୍ତମାନ ସମୟରେ ଯୋଜନାରେ କୌଣସି ପ୍ରକାରର ପରିବର୍ତ୍ତନର ଆବଶ୍ୟକତା ନାହିଁ ।

ଆଗକୁ ଆବଶ୍ୟକ ହେଲେ ଯୋଜନାରେ ପରିବର୍ତ୍ତନ କରାଯାଇପାରେ ।

ଫାଇଦା:-

ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ଭର୍ତ୍ତି ହେଲେ ସେନାରେ ସୈନକ ଅଭାବ ଦୂର ହେବ ।

ଗତ ଦୁଇ ବର୍ଷ ହେଲା ନିଯୁକ୍ତି ବନ୍ଦ ରହିଥିବା ଯୋଗୁଁ ସେନାରେ ଅଭାବ ରହିଥିଲା ।

ଏହି ଯୋଜନା ଦ୍ୱାରା ସେନାର ଶକ୍ତି ଉପରେ ପ୍ରଭାବ ପଡ଼ିବ ।

ଆଗକୁ ଆଗକୁ ସମୟ ବଢ଼ିଲେ ସୈନିକ ସଂଖ୍ୟା ବଢ଼ାଇବା ।

ଏହା ଦ୍ୱାରା ସେନାର ଶକ୍ତି ଆବଶ୍ୟକତା ଅନୁସାରେ ସ୍ଥିର ରହିବ ।

ପୃଷ୍ଠଭୂମି:-

କଣ ଏହି ଅଗ୍ନିପଥ ଯୋଜନା ?

ସ୍ଥଳ ସେନା, ବାୟୁସେନା, ନୌସେନା ପାଇଁ ଅଖିଳ ଭାରତୀୟ ସ୍ତରରେ ଯୋଗ୍ୟତା ଆଧାରରେ ନିଯୁକ୍ତି ।

ଏହି ଯୋଜନା ଆଧାରରେ ଭର୍ତ୍ତି ହେଉଥିବା ଯୁବକ, ଯୁବତୀଙ୍କୁ ଅଗ୍ନିବୀର କୁହାଯିବ ।

ଅଗ୍ନିବୀରଙ୍କୁ ସେନାରେ ୪ ବର୍ଷର ସେବା କରିବାର ସୁଯୋଗ ପ୍ରଦାନ କରାଯିବ ।

ଏହା ପରେ ଯୋଗ୍ୟତା ଆଧାରରେ ବାର୍ଷିକ ୨୫ ପ୍ରତିଶତ ଆଧାରରେ ନିୟମିତ ସେବାର ସୁଯୋଗ ।

ସାରା ଦେଶରେ କିନ୍ତୁ ବର୍ତ୍ତମାନ ଏହି ଯୋଜନାକୁ ନେଇ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବିରୋଧ କରୁଛନ୍ତି ।