• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୬ ହଜାର ୬ଶହ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ୨୮ଟି ଜାତୀୟ ରାଜପଥର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ । ପୁରୀ ଶରଧାବାଲି ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ ଗଡ଼କରୀ ।

ଏହି ଅବସରରେ NH-୧୬ ଚଣ୍ଡିଖୋଲ ଠାରୁ ଭଦ୍ରକ ପର୍ଯ୍ୟନ୍ତ ୬- ଲେନିଂ ରାସ୍ତା ଏବଂ NH-୪୯ର ବାହାରଗୋଡ଼ା-ସିଂଘରା ଖଣ୍ଟର ୪-ଲେନିଂ ରାସ୍ତା ଲୋକାର୍ପିତ ହୋଇଛି । ଏଥିସହ ଅନ୍ୟ ୨୬ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଡ଼କରୀ, ଯେଉଁଥିରୁ ଅଧିକାଂଶ ପ୍ରକଳ୍ପ ଓଡ଼ିଶାର ରହିଛି ।

କୃଷ୍ଣପ୍ରସାଦ ବ୍ଲକ୍ ସାତପଡ଼ା ଠାରୁ ଜହ୍ନିକୁଦାକୁ ସଂଯୋଗୀକରଣ ପାଇଁ ଛଅ କିଲୋମିଟର ରାସ୍ତା ନିର୍ମାଣ ହେବ ବୋଲି ସେ ଘୋଷଣା କରିଛନ୍ତି । ଏହି ଅବସରରେ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ, ଆଗାମୀ ଜୁଲାଇ କିମ୍ବା ଅଗଷ୍ଟ ମାସରୁ ଅଯୋଧ୍ୟାକୁ ପୁରୀରୁ ସ୍ୱତନ୍ତ୍ର ଟ୍ରେନ ଚାଲିବ । ବର୍ଷ ବର୍ଷ ଧରି ପଡ଼ି ରହିଥିବା ପୁରୀ- କୋଣାର୍କ ରେଳ ଲାଇନ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ମଧ୍ୟ କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ଆଜି ପୁରୀର ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜର ମଧ୍ୟ ଶିଳାନ୍ୟାସ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର ଏବଂ ଜାତୀୟ ରାଜପଥ ଓ ସଡ଼କ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।