/odishatv-khabar/media/post_attachments/uploadimage/library/16_9/16_9_0/Funeral_1669111928.jpg)
Funeral
ଘର ହେଉ ବା ସାହି ଭାଇରେ ଜଣେ କିଏ ଆରପାରିକୁ ଚାଲିଗଲେ, ଶୋକର ପରିବେଶ ଖେଳିଯାଏ । କାନ୍ଦବୋବାଳିରେ ଗାଁ ଦାଣ୍ତ ଫାଟି ପଡ଼େ । ଶବସତ୍କାର ବେଳେ ଦୁଃଖରେ ମ୍ରିୟମାଣ ହୋଇପଡ଼ନ୍ତି ସଭିଏଁ । କିନ୍ତୁ ଆପଣ କେବେ ଶୁଣିଛନ୍ତି ବା ଦେଖିଛନ୍ତି ଶବସତ୍କାର ବେଳେ ଲୋକେ ଖୁସି ହେବାର । କଥାଟି ନିଶ୍ଚୟ ଆପଣଙ୍କୁ ଅଡ଼ୁଆ ଲାଗୁଥାଇପାରେ । ହେଲେ ବି ସତ । ଏଭଳି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାରେ । ଯେଉଁଠି ଶବସତ୍କାରରେ ଲୋକେ ଡିଜେ ବଜାଇ ନାଚି ନାଚି ମଶାଣିକୁ ଯାଉଛନ୍ତି ।
ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାଠାରେ ଆଜି ଏକ ଶବ ଶୋଭାଯାତ୍ରାକୁ ନେଇ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥିଲା । ତାକୁ ନେଇ ଏବେ ଯୋର୍ ଚର୍ଚ୍ଚା ବି ହେଉଛି । ଘଟଣା ଅନୁସାରେ ପଞ୍ଚରା ଗ୍ରାମର ମାଙ୍ଗରୀ ସୁରିନ ନାମକ ଏକ ବୃଦ୍ଧା ମହିଳା (୧୧୫) ବର୍ଷ ବୟସରେ ଗତରାତିରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।
ତେବେ ସେ ୧୧୫ ବର୍ଷ ବଞ୍ଚିଥିବା କାରଣରୁ ତାଙ୍କ ସାହିଭାଇ ଶୋକ ତ୍ୟାଗ କରି ତାଙ୍କୁ ତାଙ୍କ ଅନ୍ତିମ ଶବ ଶୋଭାଯାତ୍ରାରେ ନେଇଛନ୍ତି । ଏକ ଭିନ୍ନ ଢଙ୍ଗରେ ଗାଡିରେ ଡିଜେ ବାଜା ବଜାଇ ନାଚି ନାଚି ତାଙ୍କୁ ଅନ୍ତିମ ବିଦାୟ ଦେଇଥିବା ଘଟଣା ଦେଖିବାକୁ ମିଳିଛି । ବାର୍ଦ୍ଧକ୍ୟ କାରଣରୁ ସେ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)