Advertisment

‘ଭାଇ, କଥା ସବୁ କଥାରେ ରହିଗଲା’

‘ସତରେ ବିଷ୍ଣୁ ଭାଇ ! ଏହି ପୁସ୍ତକର ମଲାଟରେ ଆପଣ ଜଳୁଛନ୍ତି, ଏକଦମ୍ ଜୀବନ୍ତ ଲାଗୁଛନ୍ତି । ଯେମିତି ଆଗରୁ ଥିଲେ। ଏବେ ବି ଆପଣ ଅଗଣିତ ଶୁଭେଚ୍ଛୁଙ୍କ ହୃଦୟରେ ବସା ବାନ୍ଧି ରହିଛନ୍ତି ଓ ରହିଥିବେ ଚିରକାଳ। ଆପଣଙ୍କ ଭଳି ପରୋପକାରୀ ଦରଦୀ ମଣିଷ ଏ ଦୁନିଆରେ ମିଳିବା କଷ୍ଟ।’ ଆଜି ବିରୋଧୀ ଦଳ ଉପନେତା ତଥା ବିଶିଷ୍ଟ ଲେଖକ ବିଷ୍ଣୁ ସେଠୀଙ୍କ ଆଜି ଏକାଦଶାହରେ ଏମିତି ସ୍ମୃତି ଚାରଣ କରିଛନ୍ତି ବନ୍ଧୁ, ଶୁଭେଚ୍ଛୁ ତଥା ‘ଲେଖାଲେଖି’ର ସମ୍ପାଦକ ଇଂ ପ୍ରଦୀପ୍ତ ବେଉରା।

ଅଦ୍ୟତନ ହୋଇଛି
Bishnu Sethi

Bishnu Sethi Souvenir Bishnu Patha

Advertisment

‘ସତରେ ବିଷ୍ଣୁ ଭାଇ ! ଏହି ପୁସ୍ତକର ମଲାଟରେ ଆପଣ ଜଳୁଛନ୍ତି, ଏକଦମ୍ ଜୀବନ୍ତ ଲାଗୁଛନ୍ତି । ଯେମିତି ଆଗରୁ ଥିଲେ। ଏବେ ବି ଆପଣ ଅଗଣିତ ଶୁଭେଚ୍ଛୁଙ୍କ ହୃଦୟରେ ବସା ବାନ୍ଧି ରହିଛନ୍ତି ଓ ରହିଥିବେ ଚିରକାଳ। ଆପଣଙ୍କ ଭଳି ପରୋପକାରୀ ଦରଦୀ ମଣିଷ ଏ ଦୁନିଆରେ ମିଳିବା କଷ୍ଟ।’ ଆଜି ବିରୋଧୀ ଦଳ ଉପନେତା ତଥା ବିଶିଷ୍ଟ ଲେଖକ ବିଷ୍ଣୁ ସେଠୀଙ୍କ ଆଜି ଏକାଦଶାହରେ ଏମିତି ସ୍ମୃତି ଚାରଣ କରିଛନ୍ତି ବନ୍ଧୁ, ଶୁଭେଚ୍ଛୁ ତଥା ‘ଲେଖାଲେଖି’ର ସମ୍ପାଦକ ଇଂ ପ୍ରଦୀପ୍ତ ବେଉରା।

Advertisment

ବିଷ୍ଣୁ ସେଠୀ ଙ୍କ ସହ ତାଙ୍କର ସମ୍ପର୍କ ଅନେକ ଦିନର । ଖୁବ ଘନିଷ୍ଠ ମଧ୍ୟ। ତାଙ୍କର ଏକାଦଶାହରେ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶ୍ରୀ ବେଉରା। ପୁରୁଣା ଦିନର ସ୍ମୃତି ଚାରଣ କରି ଶ୍ରୀ ବେଉରା କହିଛନ୍ତି ‘‘ବହୁ ଦିନରୁ ଆପଣଙ୍କ ସହ ମୋର ଥିଲା ନିବିଡ଼ ସଂପର୍କ। ପ୍ରଥମେ ମୁଁ 'ବନପୁଷ୍ପ' ପତ୍ରିକା କଲାବେଳୁ ଆପଣଙ୍କ ସହ ସଂପର୍କରେ ଆସିଥିଲି। ଆପଣଙ୍କ 'ଘାସଫୁଲ' ପତ୍ରିକାର ଆମେ ଥିଲୁ ମୁଗ୍ଧ ପାଠକ। ତାପରେ ଆପଣଙ୍କ ଘର ଚାନ୍ଦବାଲିକୁ ଆମ ଘର ରାଜନଗର। ଖୁବ୍ ପାଖାପାଖି ଅଞ୍ଚଳ। ଖାଲି ମୁଁ ନୁହେଁ ରାଜନଗରର ଅନେକ ସାହିତ୍ୟିକ ଆପଣଙ୍କ ଘନିଷ୍ଠ।

ଅଧିକ ପଢନ୍ତୁ: ସଫଳତାରେ ବିଭୋର ହୁଅନ୍ତିନି କି ବିଫଳତାରେ ଭାଙ୍ଗି ପଡ଼ନ୍ତିନି ବିଷ୍ଣୁ ସେଠୀ

Advertisment

ପରେ ମୁଁ ଭୁବନେଶ୍ୱର ରେ ରହି 'ଲେଖାଲେଖି' ପତ୍ରିକା କଲା ପରେ ଆପଣଙ୍କ ସହ ଆହୁରି ନିବିଡ଼ ହୋଇଛି। 'ଲେଖାଲେଖି'ର ଥିଲେ ଆପଣ ଜଣେ ଦୃଢ଼ ପ୍ରଶଂସକ। କେତେ ଅନ୍ତରଙ୍ଗ ସମୟରେ ସାହିତ୍ୟକୁ ନେଇ କେତେ ଆଲୋଚନା ହୋଇଛି। 'ଲେଖାଲେଖି'ର ନଭେମ୍ବରରେ ହେବାକୁ ଥିବା ବହି ଉତ୍ସବକୁ ଆପଣ ସାହାଯ୍ୟ କରିଥାନ୍ତେ ଓ ଅତିଥି ହେଇ ଆସିଥାନ୍ତେ ବୋଲି କଥା ହେଇଥିଲା। କିନ୍ତୁ ସେ କଥା କଥାରେ ରହିଗଲା। ଆହୁରି ମଧ୍ୟ ଆପଣ ଏ ବର୍ଷ 'ଲେଖାଲେଖି'ର ପୂଜା ସଂଖ୍ୟା ପାଇଁ ଗୋଟେ ଝକାସ୍ କବିତା ଦେବା ପାଇଁ କହିଥିଲେ। କିନ୍ତୁ ଗୁରୁତର ଅସୁସ୍ଥତା ପାଇଁ ଦେଇ ପାରିଲେ ନାହିଁ। ଦେଖନ୍ତୁ, ସଂଯୋଗବଶତଃ କାଲି ଆପଣଙ୍କ ଉପରେ ହେଇଥିବା ସ୍ମରଣିକା 'ବିଷ୍ଣୁପଥ' ବାହାରିବ ଆଉ କାଲି ବି 'ଲେଖାଲେଖି'ର ପୂଜା ସଂଖ୍ୟା ବଜାରକୁ ଯିବ ଭାଇ।’

ଆପଣଙ୍କର ଏକ ସୁନ୍ଦର କବିତା 'ରାସ୍ତା ଅସରନ୍ତି' ଦୁଇ ବର୍ଷ ତଳେ 'ଲେଖାଲେଖି' ପୂଜା ସଂଖ୍ୟା ୨୦୨୦ରେ ବାହାରିଥିଲା। ସେଥିରେ ଆପଣ ଯାହା ଲେଖିଥିଲେ, ତାହା ହିଁ ଆପଣଙ୍କ କ୍ଷେତ୍ରରେ ଆଜି ଘଟିଲା। ସତରେ ହେ କବି ! ଆପଣ ତ୍ରିକାଳଦର୍ଶୀ। ଆପଣଙ୍କୁ ହରେଇ ଆମେ ବହୁତ ଦୁଃଖିତ।”

Advertisment

ବିଷ୍ଣୁ ସେଠୀ କଥା ଦେଇଥିଲେ, ପୂଜାରେ ‘ଲେଖାଲେଖିକୁ’ ଝକାସ କବିତା ଦେବାକୁ । ହେଲେ କବିତା ଦେଇ ପାରି ନ ଥିଲେ। ତା ପୂର୍ବରୁ ଖସି ପଡ଼ିଥିଲା ତାଙ୍କ ହାତର କଲମ। ତଥାପି ପୂଜା ସଂଖ୍ୟା ଲେଖାଲେଖିରେ ପ୍ରକାଶ ପାଇଛି ବିଷ୍ଣୁ ସେଠୀଙ୍କ କବିତା । ବିଷ୍ଣୁଙ୍କର ସେଇ ପୁରୁଣା କବିତା ପ୍ରକାଶ କରି ଇଂ ବେଉରା ତାଙ୍କ ପ୍ରତି ଭକ୍ତି ଅର୍ଘ୍ୟ ଅର୍ପଣ କରିବା ସହ ସେ ଜଣେ ତ୍ରିକାଳଦର୍ଶୀ ଥିଲେ ବୋଲି କହିଛନ୍ତି। କବିତାଟି ଏଠି ପାଠକଙ୍କ ଉଦ୍ଦେଶ୍ୟରେ ନିଶ୍ଚୟ ରଖିବୁ ।

‘ଆସିଲାଣି ରାତି ପାହି ପାହି
କିଏ ସେ ଡାକୁଛି ମୋ ନାଁ ଧରି
ନିର୍ଜନ ପ୍ରହରେ ରହି ରହି।
କେତେ କାମ ଅଛି ସାରିବାକୁ
ଯମ ଜଂଜାଳ ଘାରେ ରାତିଦିନ
କିଏ କାନ ପାତେ ରହିବାକୁ  ।
ମନେନାହିଁ କେବେ ମନେ ନାହିଁ
କେଉଁଠୁ ଆସିଲି କୁଆଡେ ବା ଯିବି
ଆଉ କେତେ କାଳ କାଳ ପାଇଁ
ସାମ୍ନାରେ ଦେଖୁଛି ସିଏ ନୁହେଁ ମୋର
ତା’ ଆଗେ ରହିଛି ଜୀବନ ଚକର
ପଛରେ ଯାହା ମୁଁ ଛାଡ଼ିଯିବି ଦିନେ
ସେଇ ହେବ ମୋର ନିଜର
ଅନ୍ଧାର ରାତି ଝଡ଼ର ଆକାଶେ
ଚାଲିଛି ପଥିକ ଡରିଡରି
ମୃତ୍ୟୁ ତ ଆଗରେ କଢ଼ାଉଛି ପଥ
ଜୀବନ ଲାଗୁଛି ଭାରି ଭାରି।
ଜୁଳୁଜୁଳିଆ କୀଟର ଆଲୋକେ
କହୁ କିଏ ଯାଇଅଛି ଉଦ୍ଧରି
କିଏ ସେ ଡାକୁଛି ନିର୍ଜନ ପ୍ରହରେ
ରହି ରହି ।
ଆଖି ଆସିଲାଣି ମୁଦିମୁଦି
ଲୋଭ ଦଉଡ଼ରେ କିଏ ବାଂଧି
ନେବା ପାଇଁ ଦ୍ୱାରେ ହାତ ମାରିଲାଣି
ମୁଠାଏ ଚାଉଳ ଥିଲି ରାନ୍ଧି
ଚାଉଳ ତ ନାହିଁ ଆଉ ହାଣ୍ଡିରେ
ଜାଳ ଜଳୁଅଛି ଆକାଶର ତଳେ
ଉଠ ବାବୁ ଗୋବିନ୍ଦ ଚନ୍ଦ୍ର
ଜୀବନ ଯିବାକୁ ଚିଟାଉ ଦେଲାଣି
ବସି କାନ୍ଦୁଅଛି ଗର୍ଭଧାରିଣୀ
ଅନନ୍ତ ଆକାଶ ଦିଗ ବାରେଣୀ  

ଏଠି କହିରଖିବୁ, ବିଶିଷ୍ଟ ଲେଖକ, ଜନନେତା, ବିଧାୟକ, ବିରୋଧୀ ଦଳ ଉପନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କର ଆଜି ଏକାଦଶାହ । କାଲି ଦ୍ୱାଦଶାହ ଦିନ ପ୍ରକାଶ ପାଇବ ଏହି ସ୍ମରଣିକା 'ବିଷ୍ଣୁପଥ'। ୧୭୬ ପୃଷ୍ଠାର ଏହି ପୁସ୍ତିକାରେ ରହିଛି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧା ସୁମନ।

Bishnu Sethi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ