Advertisment

ଚିରନିଦ୍ରାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର

ସେ ରମାଦେବୀଙ୍କ ନିର୍ଦ୍ଦେଶରେ ଗାଁ ଗାଁ ବୁଲି  ଚରଖା ଚଲାଇବା ଓ ସୂତା କଟାଇବା ଶିଖାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Freedom Fighter Sulakhyana Mohapatra passes away

Freedom Fighter Sulakhyana Mohapatra passes away

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କର ୧୦୨ବର୍ଷରେ ଦେହାନ୍ତ ଘଟିଛି। ଆଜି ସଂଧ୍ୟା ୬.୨୫ମି ସମୟରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ତାଙ୍କ ବାସଭବନରେ ସ୍ବାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ପରଲୋକ ହୋଇଛି। ପିଲାଟି ଦିନରୁ ସୁଲକ୍ଷଣା ତାଙ୍କ ସ୍ୱାମୀ ହରିହର ମହାପାତ୍ରଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ।

Advertisment

ମହାତ୍ମାଗାନ୍ଧୀ ଯେତେବେଳେ ଡେଲାଙ୍ଗ ବେରବୋଇ ଆସିଥିଲେ ସେତେବେଳେ ମହାତ୍ମାଗାନ୍ଧୀ ଓ କସ୍ତୁରବାଙ୍କୁ ଭେଟି ସ୍ବାଧୀନତା ସଂଗ୍ରାମ ପାଇଁ ସେ ପିନ୍ଧିଥିବା ସମସ୍ତ ସୁନା ଗହଣା ପ୍ରଦାନ କରିଥିଲେ। ସୁନା ଗହଣାକୁ ବିକ୍ରି କରି ସ୍ବାଧୀନତା ସଂଗ୍ରାମରେ ସେହି ଟଙ୍କାକୁ ଲଗାଇବାପାଇଁ କହିଥିଲେ। ସେ ରମାଦେବୀଙ୍କ ନିର୍ଦ୍ଦେଶରେ ଗାଁ ଗାଁ ବୁଲି  ଚରଖା ଚଲାଇବା ଓ ସୂତା କଟାଇବା ଶିଖାଇଥିଲେ।

Freedom Fighter

ସେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହ ଉତ୍ତମ ସମ୍ପର୍କ ରହିଥିଲା। ଆଜି ତାଙ୍କର ବିୟୋଗରେ ଚାରିଆଡେ ଦୁଃଖର କଳାବାଦଲ ଛାଇଯାଇଛି। ପରିବାର ଓ ସାହିବାସିନ୍ଦାଙ୍କ ମନରେ ଶୋକର ଛାୟା ଖେଳିଯାଇଛି। ୨୦୧୩ ଅଗଷ୍ଟ ୯ ତାରିଖରେ ସୁଲକ୍ଷଣା ମହାପାତ୍ରଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି  ସମ୍ମାନିତ କରିଥିଲେ। ତାଙ୍କର ଚାରିପୁଅ ଓ ତିନି ଝିଅ। ତାଙ୍କର ବଡପୁଅ ଅନ୍ତ୍ୟେଷ୍ଟି କରିବେ। 

Advertisment
Freedom Fighter Passes Away
Advertisment
Advertisment