/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699442426.jpg)
millet farming
ପ୍ରୋତ୍ସାହନ ଅଭାବରୁ ହଜିଗଲାଣି ପାରମ୍ପରିକ ବିହନ । କୋରାପୁଟ ଜିଲ୍ଲାରେ ଆଉ ସେମିତି ଦେଖିବାକୁ ମିଳୁନି କାଙ୍ଗୁ ଚାଷ । ଜିଲ୍ଲାରେ କେବଳ ମାଣ୍ଡିଆ ଚାଷକୁ ଗୁରୁତ୍ଵ ଦିଆଯାଉଥିବାବେଳେ କାଙ୍ଗୁ ଚାଷକୁ ପ୍ରୋତ୍ସାହନ ମିଳୁ ନଥିବା ଅଭିଯୋଗ ହେଉଛି । ଫଳରେ ଏହି ଚାଷ ପୂର୍ବ ଅପେକ୍ଷା ଯଥେଷ୍ଟ କମିଯାଇଛି ।
ବିଶେଷକରି କୋରାପୁଟ ଜିଲ୍ଲାକୁ ଧାନର ଉତ୍ପତ୍ତିସ୍ଥଳୀ ଭାବେ କୁହାଯାଏ । ଏହା ଛଡ଼ା ମଣ୍ଡିଆ, କାଙ୍ଗୁ ସମେତ ଏଠାରେ ଅନ୍ୟାନ୍ୟ ବିଭିନ୍ନ ଲଘୁ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥାଏ । ଏହି ସବୁ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ । ଚାଷୀଙ୍କୁ ରିହାତି ଦରରେ ଚାଷ କାର୍ଯ୍ୟରେ ସହାୟତା ପାଇଁ ଉଦ୍ୟମ ହୋଇଥିଲା । ମିଲେଟ ମିଶନ ପକ୍ଷରୁ ପ୍ରାୟ ୧୦୦ ହେକ୍ଟର ଜମିରେ କାଙ୍ଗୁ ଚାଷ ହେଉଛି । ହେଲେ ସେମତି କିଛି ପ୍ରୋତ୍ସାହନ ମିଳିପାରୁନାହିଁ ।
ଜିଲ୍ଲାର ନନ୍ଦପୁର, ଲମତାପୁଟ, ପଟାଙ୍ଗି ଓ ଦଶମନ୍ତପୁର ଆଦି ବ୍ଲକ୍ ସମେତ ଅନ୍ୟ କିଛି ସ୍ଥାନରେ କାଙ୍ଗୁ ଚାଷ କରାଯାଉଛି । ତେବେ ମାଣ୍ଡିଆ ଭଳି ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ( ଏମଏସପି ) ନଥିବା ସହ ବଜାରିକରଣ ବ୍ୟବସ୍ଥା ନ ଥିବା ଯୋଗୁ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଏହାର ଔଷଧୀୟ ଗୁଣ ପାଇଁ କେଜି ପ୍ରତି ପ୍ରାୟ ଶହେ ଟଙ୍କାରେ ବାହାର ଅଞ୍ଚଳର ବ୍ୟବସାୟୀମାନେ ଏହାକୁ କିଣି ନେଉଛନ୍ତି । ଏଠାରେ ବିଭିନ୍ନ କମ୍ପାନୀର ଟ୍ୟାଗ୍ ଲଗାଇ ମୋଟା ଅଙ୍କରେ ବିକ୍ରି କରୁଛନ୍ତି ।
ତେବେ ସରକାର କିମ୍ବା ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ଦେଇ ବଜାରିକରଣ ସହ ଏମଏସପିର ବ୍ୟବସ୍ଥା କରନ୍ତେ ତାହାହେଲେ କାଙ୍ଗୁ ଚାଷୀମାନେ ଉପକୃତ ହୋଇପାରନ୍ତେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)