Advertisment

ମାଡ଼ି ଆସିଲା ବନ୍ୟାପାଣି, ଅଧା ବୁଡ଼ିଗଲା ମେଡିକାଲ୍

ପୂରା ମେଡିକାଲ୍ ଭିତରେ ପାଣି ପ୍ରଭାବିତ ହେଉଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ । କିଛି ଲୋକେ ମେଡିକାଲ ଭିତରେ ଥିଲେ ସେଠୁ ବାହାରିବା ବି ମୁସକିଲ୍ ହୋଇପଡ଼ିଛି ।

author-image
Tanmay Kumar Mahalik
Flood

Flood

ମେଡିକାଲରେ ପଶିଗଲା ବନ୍ୟା ପାଣି । ଚାହୁଁ ଚାହୁଁ ମାଡ଼ିଗଲା । କେହି କିଛି ବୁଝିବା ଆଗରୁ ଆଣ୍ଠୁଏ ଉଚ୍ଚର ପାଣି ଜମିଗଲା । ଏଭଳି କିଛି ଘଟଣା ଘଟିଛି, ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଯୋଡ଼ାମ୍ବ ସ୍ବାସ୍ଥ୍ୟକେନ୍ଦ୍ରରେ । ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ସ୍ୱାସ୍ଥ୍ୟକ୍ରେନ୍ଦ୍ରରେ ପାଣି ପଶି ଯାଇଛି । ଫଳରେ ମେଡିକାଲ ଭିତରେ ବନ୍ୟା ପରିସ୍ଥିତି ଉପୁଜିଛି । ପୂରା ମେଡିକାଲ୍ ଭିତରେ ପାଣି ପ୍ରଭାବିତ ହେଉଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ । କିଛି ଲୋକେ ମେଡିକାଲ ଭିତରେ ଥିଲେ ସେଠୁ ବାହାରିବା ବି ମୁସକିଲ୍ ହୋଇପଡ଼ିଛି ।

Advertisment

ପ୍ରତି ବର୍ଷ ବର୍ଷା ହେଲେ ଉବୁଟୁବୁ ହେଉଛି ମାଲକାନଗିରିର ଅନେକ ଅଞ୍ଚଳ । ବର୍ଷା ଅଳ୍ପ ହେଉ କି ଅଧିକ । ମାଲକାନଗିରିରେ ବୁ଼ଡୁଛି ପୋଲ, ଭାସୁଛି ରାସ୍ତା । ଠପ୍ ହୋଇଯାଉଛି ଯୋଗାଯୋଗ, ଜୀବନଯାତ୍ରା । ହେଲେ କାହିଁକି ଏମିତି ହେଉଛି ବୋଲି ପ୍ରଶ୍ନ ଛିଡ଼ା ହୋଇଛି । କୁହାଯାଉଛି ମାଲକାନଗିରି ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥଠାରୁ ନଦୀ ଉପରେ ଥିବା ପୋଲ ନିଚ୍ଚା ରହିଛି । ତେଣୁ ପୋଲ ଉପରେ ସବୁବେଳେ ପାଣି ପ୍ରବାହିତ ହେଉଛି । ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେଉଛି ।

ସେହିଭଳି ସେହି ଜାତୀୟ ରାଜପଥର ଏମ୍.ଭି-୧୯ର ସ୍ଥିତି ବି ପୂରା ଏକାଭଳି ଦେଖିବାକୁ ମିଳୁଛି । ପ୍ରତିବର୍ଷ ତଳ ରାସ୍ତା ବୁଡୁଛି, ଉପରେ ତିଆରି ଉଚ୍ଚା ପୋଲ ପାଇଁ ପିଲର୍ ଠିଆ ହୋଇଛି, ମାତ୍ର ଅଳ୍ପ ଛାତ ପଡ଼ିଛି । ବେଙ୍ଗ ଏକ କଲେ ଯେମତି ବୁଡୁଛି ମାଲକାନଗିରି ରାସ୍ତା। ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଉଛି ବହୁ ଗାଁ ।

Advertisment
Malkangiri Chitrakonda
Advertisment
Advertisment