• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହୀରାକୁଦର ୨୨ ଗେଟ୍ ଖୋଲା । ମହାନଦୀ ଫୁଲିଛି । ତଥାପି ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ଆଜି ପୁଣି ଆଶ୍ୱାସନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ତେବେ ଚଳିତବର୍ଷ ମହାନଦୀର ଦ୍ୱିତୀୟ ବଢ଼ିରେ କିନ୍ତୁ ବୌଦ୍ଦ ଜିଲ୍ଲାର ୧୫ଗାଁ ପାଣିଘେରରେ ରହିଥିବାବେଳେ କଟକ ଜିଲ୍ଲାର ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବା ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ସହ କିଛି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଉବୁଟୁବୁ ମହାନଦୀ । ବଢ଼ି ପାଣି ଗାଁ ଗଣ୍ଡାକୁ ମାଡ଼ିଲାଣି । ଏକର ଏକର ଜମିରେ ଫସଲ ବୁଡ଼ିଲାଣି । ବୌrdR ଜିଲ୍ଲା ହରଭଙ୍ଗା ବ୍ଲକକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ୪ ଫୁଟ ଉଚ୍ଚର ପାଣି । ଫଳରେ ହରଭଙ୍ଗା, ଖଣ୍ଡିଧଳପୁର, ରାମଗଡ଼, ହାଟଗାଁ ଓ ଅତଳସାରାକୁ ଯୋଗାଯୋଗ ବିଚ୍ଛିନ୍ନ । ପ୍ରାୟ ୧୫ ଗାଁ ଏବେ ପାଣି ଘେରରେ । ଉଦଣ୍ଡି ନାଳରେ ୩ଫୁଟ୍ ବନ୍ୟା ପାଣି ଯୋଗୁଁ କୁଶଙ୍ଗ ପଞ୍ଚାୟତର ଆଦିବାସୀ ବହୁଳ ମାରଡା ଗାଁ ପାଣି ଘେରରେ

ରହିଛି ।

ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନେଇଛି । ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି । ବାଙ୍କୀ ଦେଇ ମହାନଦୀରେ ଏବେ ୬ଲକ୍ଷ କ୍ୟୁସେକଠୁ ଅଧିକ ବନ୍ୟା ପାଣି ପ୍ରବାହିତ ହେଉଛି । ଶାଖା ନଦୀ ହୁଳୁହୁଳା ଫୁଲିଛି । ପୋଲ ଉପରେ ୩ଫୁଟ୍ ପାଣି ଚାଲୁଥିବାରୁ ଉତ୍ତର ବାଙ୍କୀର ୭ଟି ପଞ୍ଚାୟତ ମଧ୍ୟରୁ ୫ଟି ବିଚ୍ଛିନ୍ନ । ଧାନ-ପନିପରିବା ଫସଲ ମହାନଦୀ ଦ୍ୱିତୀୟ ବନ୍ୟାରେ ସମ୍ପୂର୍ଣ୍ଣ ଉଜୁଡିବା ସ୍ଥିତିରେ ।

ସେଇ କଟକ ଜିଲ୍ଲାର ଆଠଗଡ଼ ଓ ବଡ଼ମ୍ବା ଅଞ୍ଚଳରେ ବି ଚାଷୀଙ୍କ ସୁନାର ଫସଲକୁ ଧୋଇ ନେଲାଣି ମହାନଦୀ ବଢ଼ି । ବଡ଼ମ୍ବା ବ୍ଲକର କୂଳିଆକଣ୍ଡା, ବିଶ୍ୱନାଥପୁର ଓ ବାଙ୍ଗେରିସିଂହା ଆଦି ଗାଁରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଧାନ ସହ ପରିବା ଚାଷୀ । ଆଠଗଡ଼ ଧୁରୁଷିଆ ପଞ୍ଚାୟତକ ରମ୍ପାବନ୍ଧରେ ହୋଇଥିବା ଘାଈ ମରାମତି ହୋଇନଥିବାରୁ ଘୁ ଘୁ ମାଡୁଛି ବନ୍ୟାଜଳ । ମହାନଦୀ ବ୍ୟାକୱାଟର ସାପୁଆ ନଈରେ ପଶି ବ୍ୟାପକ ଫସଲ ହାନୀ ଘଟାଇଛି । ସେପଟେ ରାଜ୍ୟରେ ବନ୍ୟ ଭୟ ନାହିଁ ବୋଲି ପୁଣି ଆଶ୍ୱାସନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବାଚ୍ଚ ଯନ୍ତ୍ରୀ ।