• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସକାଳର ସୁନେଲି ସୂର୍ଯ୍ୟ କିରଣରେ ଅଳସ ଭାଙ୍ଗୁଛି ଅଳସୀ । ପହିଲି ଶୀତର ଶୀତଳ ପବନରେ ଯେମିତି ଥରି ଉଠୁଛି । ଥିରୀ ଥିରୀ ଦୋଳି ଖେଳୁଛି, ଲୋକଙ୍କୁ ନିଜର ସୌନ୍ଦର୍ଯ୍ୟରେ ବାନ୍ଧି ରଖୁଛି । ଆଉ ଲାଜେଇ ଲାଜେଇ ଯେମତି ସଭିଙ୍କୁ ନିଜ ପାଖକୁ ଡାକୁଛି । କୋରାପୁଟ ଜିଲ୍ଲା ଅଳସୀ କ୍ଷେତ ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ର ବିନ୍ଦୁ ପାଲଟିଛି ।

ଧରାରେ ଅଳସୀ ଫୁଲର କ୍ଷେତ । ଉପରେ ନିର୍ମଳ ଆକାଶ । ଧୀର ପବନରେ ଦୋହଲି ଦୋହଲି ଯେମିତି ଖୁସି ବାଣ୍ଟିଦିଏ ସମଗ୍ର ପରିବେଶକୁ । କୋରାପୁଟର ଏହି ଅଳସୀ କ୍ଷେତ ଏବେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି । ସକାଳର କୁହୁଡି ସାଙ୍ଗକୁ ସବୁଜିମାରେ ଭରା ପାହାଡ଼, ଆଉ ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ସଭିଙ୍କ ମନକୁ ଜିଣିନେଉଛି ।

ରାସ୍ତା କଡ଼ର ଏହି ହଳଦିଆ ଅଳସୀ ଫୁଲର କ୍ଷେତ ପଥଚାରୀଙ୍କୁ ବିମୋହିତ କରୁଛି । କ୍ଷଣିକ ପାଇଁ ଅଟକି ଯିବାକୁ ବାଧ୍ୟ କରୁଛି । ପର୍ଯ୍ୟଟକ ଓ ପଥଚାରୀମାନେ ଅଳସୀ କ୍ଷେତ ଭିତରକୁ ପଶି ଫୁଲର ସୌନ୍ଦର୍ଯ୍ୟ ସହ ଫଟୋ ଉଠାଉଛନ୍ତି । ସୋସିଆଲ ମିଡିଆରେ ଭିଡିଓ କରି ପୋଷ୍ଟ କରୁଛନ୍ତି ।

ଅଳସୀ କ୍ଷେତରେ ପର୍ଯ୍ୟଟକଙ୍କ ପ୍ରବେଶ ଦ୍ୱାରା କିଛି ମାତ୍ରାରେ ଚାଷ ମଧ୍ୟ ନଷ୍ଟ ହେଉଛି । ପାଦରେ ଫୁଲ ସହ ଗଛ ଭାଙ୍ଗି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେଣୁ କ୍ଷେତ ଭିତରେ ଗଛ ଓ ଫୁଲ ନଷ୍ଟ ନକରିବାକୁ ଚାଷୀ ନିବେଦନ କରିଛନ୍ତି ।

 

  • Reported by:
  • Surya Narayan Panda