• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଲକାନଗିରି ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଗଲା ଡଙ୍ଗା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଉଦ୍ଧାର ହୋଇଛନ୍ତି । ମାଛ ଧରିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ସେମାନେ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଦେଶୀ ଡଙ୍ଗାରେ ମାଛ ଧରୁଥିଲେ ।

ସୂଚନା ଅନୁସାରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଦେଶୀ ଡଙ୍ଗାରେ ନିକଟସ୍ଥ ଡାଇକ୍-୩ ଗାଁର ୩ ଜଣ ବ୍ୟକ୍ତି ମାଛ ଧରିବାକୁ ଯାଇଥିଲେ । ଜଳ ଭଣ୍ଡାରରୁ ମାଛ ଧରି କୂଳକୁ ଫେରିଲା ବେଳେ ହଠାତ ପବନ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯିବାରୁ ସେଥିରେ ଥିବା ହରି ସଗରିଆ, କୈଳାଶ ନାୟକ ଓ କୃପା ବେନିଆ ପାଣିକୁ ଖସି ପଡ଼ିଥିଲେ ।

ତେବେ ହରି ଓ କୈଳାସ ଦୁଇ ଜଣ କୌଶଳ କ୍ରମେ ପହଁରି ପହଁରି କୂଳକୁ ପହଂଚିଥିବା ବେଳେ କୃପା ନିଖୋଜ ଥିଲେ । ଖବର ପାଇ ଆଜି ସକାଳୁ ପ୍ରଶାସନର କୋରୁକୋଣ୍ଡା ବିଡ଼ିଓ, ଚିତ୍ରକୋଣ୍ଡା ଦମକଳ ବାହିନୀ ଓ ପୋଲିସ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ଗାଁ ଲୋକ ମଧ୍ୟ ଜଳଭଣ୍ଡାରରେ କୃପାଙ୍କୁ ଖୋଜାଖଝି କରିଥିଲେ । 

ହେଲେ ଅନେକ ଖୋଜାଖୋଜି ପରେ ମଧ୍ୟ କୃପା ବେନିଆଙ୍କ ଜୀବନ ବଞ୍ଚାଇ ପାରିନଥିଲେ ଉଦ୍ଧାରକାରୀ ଦଳ । ଡଙ୍ଗାବୁଡ଼ିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏହି ଜଳ ଭଣ୍ଡାରରେ ଏପରି ଡଙ୍ଗା ବୁଡି ଅନେକଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ପୁଣି ଏପରି ଅଘଟଣ ଘଟିଛି ।