Advertisment

ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ, ହେଲେ ଜଣାପଡ଼ିନି କାରଣ.. ଦେଖନ୍ତୁ ଭିଡିଓ

ନିଆଁ ଲାଗିବାର କାରଣ ଅସ୍ଫଷ୍ଟ ରହିଥିବା ବେଳେ ଘଟଣାଟିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bihar train

Bihar train

ବିହାରର ମୋତିହାରିରେ ଏକ ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ । ଆଜି ସକାଳୁ ଭୋର ୫ଟା ୧୦ରେ ରାସ୍କୋଲରୁ ନରକଟିୟାଗଞ୍ଜ ପାଇଁ ଟ୍ରେନଟି ବାହାରିଥିଲା । ତେବେ ଭେଲାହୀ ଷ୍ଟେସନ୍ ନିକଟରେ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଖଟାଇ ନିଆଁ ଅଧିକା ବ୍ୟାପିବା ପୂର୍ବରୁ ଟ୍ରେନକୁ ଭେଲାହୀ ଷ୍ଟେସନରେ ପହଞ୍ଚାଇ ଦେଇଥିଲେ । ଭେଲାହୀ ଷ୍ଟେସନରେ ଟ୍ରେନଟି ପହିଞ୍ଚିବା ପରେ ବଗି ଗୁଡିକୁ କାଟି ଇଞ୍ଜିନଠାରୁ ଅଲଗା କରାଯାଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ନିଆଁ ଲାଗିବାର କାରଣ ଅସ୍ଫଷ୍ଟ ରହିଥିବା ବେଳେ ଘଟଣାଟିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Advertisment

ଉକ୍ତ ଅଘଟଣର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଶେଆର କରିଛି । ଭିଡିଓରେ ଦେଖିବାକୁ ମିଳିଛି, ଟ୍ରେନ୍‌ରେ ବ୍ୟାପକ ନିଆଁ ଲାଗିବା ସହ କଳାଧୂଆଁ ଉଠୁଛି । ଘଟଣାସ୍ଥଳରେ ଦେଖଣାହାରିମାନେ ଭିଡ ଜମାଇଥିବା ବେଳେ ଦମକଳ କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।

Advertisment

ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ଟ୍ରେନ୍‌ଟି ଭେଲୱା ଷ୍ଟେସନରେ ପହଞ୍ଚିବାକୁ ଯାଉଥିଲା। କିନ୍ତୁ ଇଂଜିନରେ ନିଆଁ ଲାଗିଯାଇଥିବା ଦେଖି ଟ୍ରେନ୍‌ଟି ଭେଲୱା ଷ୍ଟେସନ ପୂର୍ବରୁ ହିଁ ସିଗ୍‌ନାଲରେ ଅଟକି ଯାଇଥିଲା। ତେବେ ଇଞ୍ଜିନ୍‌ରେ ଲାଗି ଥିବା ଉକ୍ତ ନିଆଁ ଟ୍ରେନ୍‌ର ଅନ୍ୟ ବଗିଗୁଡ଼ିକୁ ବ୍ୟାପି ନାହିଁ। ଟ୍ରେନ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ଅନ୍ୟ ଟ୍ରେନ୍‌କୁ ସ୍ଥାନାନ୍ତର କରାଯାଇଛି।

Bihar Train Fire Mishap
Advertisment
Advertisment