/odishatv-khabar/media/post_attachments/uploadimage/library/16_9/16_9_0/Irrigation_1670561473.jpg)
Irrigation
ସରକାର କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କେଉଁଠି ମେଗା ଜଳସେଚନ ପ୍ରକଳ୍ପ ତ କେଉଁଠି କେନାଲ ଖୋଳି ଜଳସେଚନର ବ୍ୟବସ୍ଥା କରୁଛନ୍ତି । ହେଲେ ସେହି ସବୁ କେତେ କାର୍ଯ୍ୟକାରୀ ହେଉଛି ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ରାଜକନିକା ବ୍ଲକ୍ ହାଟସାହି ପଞ୍ଚାୟତରେ । ଶହ ଶହ ହେକ୍ଟର ଚାଷ ଜମି ଶୁଖି ନଷ୍ଟ ହୋଇଥିବାରୁ ଚିନ୍ତାରେ ଚାଷୀ ।
ଧାନ ବଦଳରେ ଅଗାଡି କାଟୁଛି ଚାଷୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀ ଧାନ ଅମଳ କରି ଘରକୁ ନେଉଥିବା ବେଳେ ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷ ଜମି ଫାଟି ଆଁ କରିଛି । କେନ୍ଦ୍ରପଡା ଜିଲ୍ଲା ରାଜକନିକା ବ୍ଲକ୍ ହାଟସାହି ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୨ ରୁ ୩ ମାସ ହେବ ବର୍ଷା ନହେବାରୁ ଜମିରେ ଧାନ ଫସଲ ନଷ୍ଟ ହେବା ସହ ମରୁଡ଼ି ପରିସ୍ଥିତି ଉପୁଜିଛି । ଗୋଟିଏ ପଟେ ଚାଷୀଙ୍କ ଲାଗି ବର୍ଷା ଅଭାବ ଦାଉ ସାଜିଥିବା ବେଳେ ଜଳସେଚନ ସୁବିଧା ନଥିବାରୁ ଏବେ ଏହି ସ୍ଥିତି ଉପୁଜିଛି ।
ପ୍ରତିବର୍ଷ ଏହିଭଳି ମରୁଡି ପରିସ୍ଥିତି ଉପୁଜୁଥିବାରୁ ଚିନ୍ତାରେ ଅଂଚଳର ଶହ ଶହ ଚାଷୀ । ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇବାକୁ ଦାବି ହୋଇଛି । ସେପଟେ ସମସ୍ୟା ସଂପର୍କରେ ଅବଗତ ଅଛୁ । ଜଳସେଚନ ନେଇ କୌଣସି ଅବ୍ୟବସ୍ଥା ଥିଲେ ତୁରନ୍ତ ସମାଧାନ କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ।
ହାଟସାହି ପଞ୍ଚାୟତର ଚାଷୀଙ୍କ ଦୁଖଃ କେବେ ବୁଝିବ ପ୍ରଶାସନ ? ଏଥିସହ ଜଳସେଚନ ବ୍ୟବସ୍ଥା କେବେ ହେବ ? କେବେ ଚାଷୀଙ୍କୁ ସହାୟତା ମିଳିବ ସେ ଅପେକ୍ଷାରେ ଅଂଚଳର ହଜାର ହଜାର ଚାଷୀ ।
(ରିପୋର୍ଟ-ବନମାଳି ସାହୁ, ଆଳି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)