• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁଃଖ ଦେଇ ଦାଦନ ଯାଇଛି ପୁଅ । ପେଟକୁ ଦୁଇ ମୁଠା ଦାନା ଯୋଗାଡ଼ କରିବାକୁ ଯାଇଛି ଯେ ଯାଇଛି । ଆଉ ଫେରିବାରେ ନାଁ ଧରୁନି । ଘର ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀଣା ବାପା । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ଲୁହ ଶୁଖିଲାଣି ।

ବାପା ପାଣ୍ଡୁ ହନହୋଗା । ପୁଅ ଦାଦନ ଖଟିବାକୁ ଯିବା ପରେ ଝୁରି ଝୁରି ତାଙ୍କ ଅବସ୍ଥା କହିଲେ ନସରେ । କେତେବେଳେ କ’ଣ ଦୁଇଟା ଖାଉଛନ୍ତି ତ ପୁଣି କେତେବେଳେ ସେମତି ସମୟ ବିତିଯାଉଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ପାଣ୍ଠ ଗ୍ରାମ ପଞ୍ଚାୟତ ବଣକାଟି ଗାଁର ଗଙ୍ଗାଧର ହୋନାଗାଙ୍କ ନିଖୋଜ ପରେ ଏମିତି କଟୁଛି ପରିବାରର ଜୀବନ । ରୋଜଗାର କରିବାକୁ ତେଲେଙ୍ଗାନାର ସିକନ୍ଦରାବାଦକୁ ଯାଇଥିଲେ ଗଙ୍ଗାଧର । ହେଲେ ସେଠାରେ କିଛି ଦିନ କାମକରି ଫେରିବା ସମୟରେ ନିଖୋଜ ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା ମଧ୍ୟ ତାଙ୍କର ଖବର ମିଳିପାରିନାହିଁ ।

ପୁଅ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର । ହେଲେ ଏଯାଏଁ ପୁଅ ଗଙ୍ଗାଧରଙ୍କ କୌଣସି ପତ୍ତା ମିଳିପାରିନାହିଁ । ଫଳରେ ଘରେ ରହି ବାପା ଚିନ୍ତାରେ ରହିଥିବା ବେଳେ ପୁଅକୁ ଖୋଜି ଆଣିବାକୁ ଦାବି କରିଛନ୍ତି ପାଣ୍ଡୁ । ଖାଲି ଏତିକି ନୁହେଁ, ଦୁଇ ଦୁଇ ଥର ସିକନ୍ଦରାବାଦ ଯାଇ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସିକନ୍ଦରାବାଦ ପୋଲିସ ପାଖରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ପରିବାର ସାଙ୍ଗସାଥି । ତେଣୁ କୌଣସି ସହୃଦୟ ବ୍ୟକ୍ତି ଯଦି ଗଙ୍ଗାଧରଙ୍କ ଖବର ପାଆନ୍ତି, ତେବେ 8917298890ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ପରିବାର ।

ଯଦି ପୋଲିସ ପ୍ରଶାସନ ଏହି ମାମଲାର ଅନୁସନ୍ଧାନକରି ଗଙ୍ଗାଧରଙ୍କୁ ଖୋଜି ଆଣନ୍ତା ତେବେ ତେବେ ଜଣେ ବାପାଙ୍କୁ ତାଙ୍କ ପୁଅ ମିଳିପାରନ୍ତା ।