Baliyatra
କଟକ ଐତିହାସିକ ବାଲିଯାତ୍ରାରେ ଏଥର ଦର୍ଶକଙ୍କୁ ଆକୃଷ୍ଟ କରିବ ଆକର୍ଷଣୀୟ ଜଳକ୍ରୀଡା। ବର୍ଷେ ହେବ ତଳ ବାଲିଯାତ୍ରା ପଡିଆ ନିକଟରେ ମହାନଦୀରେ ଏକ ଜଳକ୍ରୀଡା କେନ୍ଦ୍ର ଖୋଲିଛି। ଏହି କେନ୍ଦ୍ର ଏବେ ସୁନ୍ଦର ସୁନ୍ଦର ବୋଟ୍, ସୁରକ୍ଷା ସାମଗ୍ରୀ, ଅଭିଜ୍ଞ ଟ୍ରେନରଙ୍କ ସହାୟତାରେ କମ ଖର୍ଚ୍ଚରେ ଲୋକଙ୍କୁ ବାଲିଯାତ୍ରା ବେଳେ ଜଳକ୍ରୀଡାର ଅନୁଭୂତି ଦେବାକୁ ପ୍ରସ୍ତୁତି କରିଛି।
ଏଥିରେ ଦୁଇ ଜଣିଆ,ଚାରି ଜଣିଆ ଓ ଅଧିକ ଲୋକ ଜଳକ୍ରୀଡା କରିବା ସହିତ କଟକ ମହାନଦୀରେ ବୁଲିବା ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି। ବୋଟ୍ କ୍ଲବ ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ଲାଗି କରୋନା ପରେ ଭଲରେ ବାଲିଯାତ୍ରା ହେଉଥିବାରୁ ଏହାର ମଜା ଲୋକଙ୍କୁ ଦେବାକୁ କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି। ଏହା ସହିତ ଜଳକ୍ରୀଡା କରିବାକୁ ଯାଉଥିବା ଲୋକଙ୍କ ପାଇଁ ମିଳିତ ବୀମା ବ୍ୟବସ୍ଥା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Baliyatra_1662955327.jpg)