Advertisment

ଘରେ ପଶି ସୁସ୍ୱାଦୁ ଜଳଖିଆ ଖାଇ ବାହାରକୁ ଆସିଲା ହାତୀ

ଖାଦ୍ୟର ବାସ୍ନା ହାତୀକୁ ଘର ଭିତରକୁ ଟାଣି ଆଣିଲା। ଘର ଭିତରେ ପଶି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ବାହାରକୁ ଆସିଲା ହାତୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା ଏକ ଛୋଟ ଦ୍ୱାର ଦେଇ ଏତେ ବଡ ହାତୀ କିପରି ବାହାରକୁ ଆସିଲା।

ଅଦ୍ୟତନ ହୋଇଛି
Elephant's Viral Video

Elephant wriggles out of a house after eating tasty snacks

Advertisment

ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦାଙ୍କ ଦ୍ୱାରା ଟ୍ୱିଟର୍‌ରେ ପୋଷ୍ଟ୍‌ କରାଯାଇଥିବା ଏକ ଭାଇରାଲ୍‌ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଭିଡିଓରେ ଏକ ବଣୁଆ ହାତୀ ଅତି ସାବଧାନତାର ସହ ଏକ କୋଠା ବାହାରକୁ ଯାଉଥିବା ଦେଖାଯାଉଛି। ଏହି କ୍ଲିପ୍‌ରେ ଏକ ହାତୀ ଏକ ଛୋଟ ଦ୍ୱାରର ଫ୍ରେମ୍‌ରୁ ବାହାରକୁ ଯିବାକୁ ସଂଘର୍ଷ କରୁଥିବା ଦେଖାଯାଇଛି, କିନ୍ତୁ ଏହି ବିଶାଳ ପ୍ରାଣୀଟି ତା’ର ଚେଷ୍ଟା ବଳରେ ଧୀରେ ଧୀରେ ବାହାରକୁ ଯିବାରେ ସଫଳ ମଧ୍ୟ ହୋଇଛି।

Advertisment

ଖାଦ୍ୟ ଅନ୍ୱେଷଣରେ ଏହି ହାତୀ ଘରେ ପଶିଥିଲା। ଘର ଭିତର ଖାଦ୍ୟକୁ ହାତୀ ଖୁବ୍ ପସନ୍ଦ କରିଥିବା ଶ୍ରୀ ନନ୍ଦା ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ହାତୀମାନଙ୍କ ବିଷୟରେ ସେ ଏକ ସତ୍ୟକୁ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କୁକୁର ସମେତ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଅପେକ୍ଷା ହାତୀମାନଙ୍କର ଭଲ ଆଘ୍ରାଣ ଶକ୍ତି ଅଛି। ସେମାନେ ଅନେକ ମାଇଲ ଦୂରରେ ଥିବା ଖାଦ୍ୟର ଗନ୍ଧ ମଧ୍ୟ ଜାଣିପାରନ୍ତି।

ଶ୍ରୀ ନନ୍ଦା ତାଙ୍କ ପୋଷ୍ଟ୍‌ରେ କ୍ଲିପ୍‌ର ତାରିଖ ଏବଂ ସ୍ଥାନ ବିଷୟରେ ଉଲ୍ଲେଖ କରିନାହାଁନ୍ତି। ଏହି ଖବର ଲେଖାହେବା ପର୍ଯ୍ୟନ୍ତ ଏହି ଭିଡିଓକୁ ୭୯୧ ଲାଇକ୍ ଏବଂ ଅନେକ ମନ୍ତବ୍ୟ ସହିତ ୧୧ ହଜାରରୁ ଅଧିକ ଭିୟୁ ହୋଇ ସାରିଥିଲା।

Advertisment

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ,  “ଏହା ଆଖୁ କିଆରିକୁ ନଷ୍ଟ କରିପାରିଥାନ୍ତା… ସୁନ୍ଦର, ବିଶାଳ ତଥା ସବୁଠାରୁ ବୁଦ୍ଧିମାନ ପ୍ରାଣୀ ହାତୀ ପାଇଁ ଏହା ଅନ୍ୟତମ ପ୍ରିୟ ଖାଦ୍ୟ।”

ତେବେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହା ଜାଣିବାକୁ ଆଗ୍ରହୀ ଥିଲେ ଯେ ହାତୀ ଘରେ କି ଜଳଖିଆ ଖାଇଲା। ତାର ପ୍ରିୟ ଜଳଖିଆ କ’ଣ ଥିଲା ଯାହା ତାକୁ ଏଠାକୁ ଆଣିବା ପାଇଁ ବାଧ୍ୟ କଲା । ଏହାକୁ ଜାଣିବାକୁ ଲୋକେ ବହୁତ ଉତ୍ସାହିତ ଅଛନ୍ତି।

Advertisment

କିଛି ଦିନ ପୂର୍ବରୁ, ଶ୍ରୀ ନନ୍ଦା ବିନ୍ନାଗୁରୀ ଆର୍ମି କ୍ୟାମ୍ପ୍‌ ହସ୍ପିଟାଲ୍‌ ଭିତରେ ଦୁଇଟି ବଣୁଆ ହାତୀଙ୍କର ଏକ କ୍ଲୋଜ୍‌ ଅପ୍ ପୋଷ୍ଟ କରିଥିଲେ। ଏହି ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ସେ କହିଥିଲେ ଯେ କୋଠରୀରେ ଥିବା ହାତୀ ... ଜଲପାଇଗୁଡୀ କ୍ୟାଣ୍ଟନ୍‌ମେଣ୍ଟର। ସେତେବେଳେ ମଧ୍ୟ ତାଙ୍କର ଏହି ପୋଷ୍ଟକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା।

Elephant Rescue Social Media Viral Video Elephant Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ