/odishatv-khabar/media/post_attachments/uploadimage/library/16_9/16_9_0/s_1664332206.jpg)
Elderly couple trampled to death by a herd of elephants in cuttack
କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ସାରା ରାତି ହାତୀପଲ ଉପଦ୍ରବ ଜାରି ରଖିଥିବା ବେଳେ ଆଜି ଭୋରରେ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ଦଳିଦେଇଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଚାଲି ଯାଇଛି। ମୃତକ ଦ୍ୱୟ ନିମପୁରର ବୋଲି ଜଣାପଡ଼ିଛି।
ସେହିପରି ହାତୀପଲ ବହୁ ଘରଦ୍ୱାର ଓ ଗାଡ଼ିମୋଟର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଏବେବି ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବନବିଭାଗ ଓ ପୋଲିସ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଚୌଦ୍ୱାର ଦେଇ ହାତୀପଲ ଜଗତପୁର ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ସେପଟେ ଯୋବ୍ରା ବ୍ୟାରେଜର ୨୦ ନମ୍ବର ଗେଟ୍ରେ ଏକ ହାତୀର ମୃତଦେହ ମିଳିଛି। ମୃତ ହାତୀଟି ନଦୀ ପାର୍ ବେଳେ ଭାସିଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।
ସୂଚନାଥାଉ କି, ହାତୀପଲ ଏବେବି ନଜରପୁର ଗାଁ ଭିତରେ ଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ କଟକ ଚୌଦ୍ଵାର ପାଇକରାପୁର ଗାଁ ରାସ୍ତାରେ ୩ଟି ହାତୀ ବନ୍ଦ ପଡ଼ିଥିବା କାଗଜକଳ ପରିସରରେ ଥିଲେ। ଆଜି ବିରୂପା ନଦୀରେ ପଶି ଜଗତପୁରର ନଜରପୁର ଠାରେ ୨ଜଣଙ୍କୁ ମାରିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)