Advertisment

ଇଡିର ପଚରାଉଚରା ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେନି ପ୍ରଦୀପଙ୍କ ଝିଅ

ହୋଟେଲ ଥିବା ସମୟରେ ଲକ୍ଷାଧିକ ଟଙ୍କାର ଯେଉଁ କାରବାର ହୋଇଥିଲା, ଶ୍ରୁତିଙ୍କ ଭୂମିକା କଣ ରହିଛି, ତାହା ଜାଣିବାକୁ ଚାହିଁଛି ଇଡି।

author-image
Chandan Shishu
ଅଦ୍ୟତନ ହୋଇଛି
ED grills pradeep Panigrahi's daughter

ED grills pradeep Panigrahi's daughter

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଇଡିରେ ୬ ଘଣ୍ଟା ଧରି ପଚରାଉଚରା କରିଛି। ୬ ଘଣ୍ଟା ଧରି ଜେରା ପରେ ବାହାରିଛନ୍ତି ଶ୍ରୁତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗ ମାମଲାରେ ତାଙ୍କୁ ଜେରା କରାଯାଇଛି। ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା ବେଳେ ଶ୍ରୁତିଙ୍କ ଆକାଉଣ୍ଟକୁ ଏକାଧିକ କାରବାର ହୋଇଥିବା ଜଣାପଡିଥିଲା। ତେଣୁ ଏଦିଗରେ ତାଙ୍କୁ ଜେରା କରାଯାଇଛି। ଟଙ୍କା କାରବାର ସମ୍ପର୍କରେ ଶ୍ରୁତି କଣ ଜାଣିଛନ୍ତି ? ଏହି ଲେଣ ଦେଣରେ ତାଙ୍କର ସଂପୃକ୍ତି ରହିଛି କି ? ଏସବୁ ଦିଗକୁ ନେଇ ଜେରା ହୋଇଛି।

Advertisment

ହୋଟେଲ ଥିବା ସମୟରେ ଲକ୍ଷାଧିକ ଟଙ୍କାର ଯେଉଁ କାରବାର ହୋଇଥିଲା, ଶ୍ରୁତିଙ୍କ ଭୂମିକା କଣ ରହିଛି, ତାହା ଜାଣିବାକୁ ଚାହିଁଛି ଇଡି। ତେବେ ପଚରାଉଚୁରା ପରେ ଆର୍ଥିକ କାରବାର କଣ ହୋଇଛି, ସେନେଇ କୌଣସି ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଶ୍ରୁତିଙ୍କ ପୂର୍ବରୁ ମଧ୍ୟ ଆକାଶ ପାଠକଙ୍କ ବାପା ଅଭୟକାନ୍ତ ପାଠକଙ୍କୁ ଇଡି ଜେରା କରିଛି। ସେପଟେ ୬ ଘଣ୍ଟାର ଜେରା ପରେ ଇଡି ଅଫିସ୍‌ରୁ ବାହାରିଥିଲେ ଶ୍ରୁତି। କିନ୍ତୁ ଗଣମାଧ୍ୟମ ଆଗରେ ମୁହଁ ଖୋଲିନଥିଲେ। 

ଆକାଶ ପାଠକ ଠକେଇ ଲିଙ୍କ୍‌ ମାମଲାରେ ଗୋପାଳପୁରର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡ଼ିସେମ୍ବରରେ ହିଁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା । ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଥିଲା । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା ।

Advertisment
Bhubaneswar Pradeep Panigrahi Money Laundering Case ED
Advertisment
Advertisment