• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି l ଘରେ ଘରେ ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ବସୁଧା ଯୋଜନାରେ ଘରେ ଘରେ ପାଣି ପହଞ୍ଚାଇବାର ବ୍ୟବସ୍ଥା ରହିଥିଲେ ମଧ୍ୟ ତାର ସୁଫଳ ପାଉନାହାନ୍ତି । ସାଧାରଣ ଲୋକେ ପାଣି ଟ୍ୟାପ ଲାଗିଥିଲେ ମଧ୍ୟ ପିଇବା ପାଣି ମୁନ୍ଦେ ପାଉନାହାନ୍ତି l ତେଣୁ ଗାଁ ଲୋକେ ବାଧ୍ୟ ହୋଇ ବିଲ ମଝିରେ ଥିବା ଚୁଆ ପାଣି ପିଉଛନ୍ତି l ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଘଆମ୍ପୁଡା ଗାଁରେ ।

ପିଇବା ପାଣି ପାଇଁ ଟ୍ୟାପ୍ ଅଛି । ହେଲେ ଅଚଳ । ଟ୍ୟାପ୍‌ରେ ପାଣି ଆସୁ ନଥିବାରୁ ଲୋକେ ଝରଣା ପାଣି ଉପରେ ନିର୍ଭର କରି ଚଳୁଛନ୍ତି । ଝରଣା ପାଣି ଗଡି ଆସିବା ପରେ ବିଲ ମଧ୍ୟରେ ଥିବା ଚୁଆରୁ ସଂଗ୍ରହ କରୁଛନ୍ତି ଲୋକେ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବାଘଆମ୍ପୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଗାଁ ଟିରେ ଆଦିବାସୀ ଶ୍ରେଣୀର ଲୋକେ ବସବାସ କରୁଛନ୍ତି l ହେଲେ ଏଠାରେ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପିଇବା ପାଣିର ସୁବିଧା ନଥିବାରୁ ଏମାନେ ବାଧ୍ୟ ହୋଇ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି l ଦୂଷିତ ପାଣି ପିଇ ଅନେକ ରୋଗରେ ପଡୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହି ଗାଁର ତଳମୁଣ୍ଡରେ ଭୂତଳଜଳ ଯୋଗାଇବାକୁ ବ୍ୟବସ୍ଥା ରହିଛି l ଏହି ଭୂତଳଜଳକୁ ତଳ ମୁଣ୍ଡର ଲୋକମାନେ ପାଉଥିବା ବେଳେ ଉପରମୁଣ୍ଡର ଲୋକେ ଏଥିରୁ ବଞ୍ଚିତ ହେଉଛନ୍ତି l ଏପଟେ ଏନେଇ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ସହକାରୀ ନିର୍ବାହୀଯନ୍ତ୍ରୀ କହିଛନ୍ତି, ବିଦ୍ୟୁତ ସଂଯୋଗ ସମସ୍ୟା ଥିବାରୁ ପାଣି ଯୋଗାଣ ବନ୍ଦ ରହିଥିଲା l ହେଲେ ଏବେ ସମସ୍ୟାର ସମାଧାନ ହୋଇଯାଇଥିବା ସେ କହିଛନ୍ତି ।