Advertisment

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୁଣି ଛୁଟି ଆବେଦନ କଲେ ସୁମିତ୍

ସୁମିତ ତପସ୍ୱିନୀକୁ ଗେଷ୍ଟହାଉସରେ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରିଗଲା ପରେ ପୁଣି ଅସୁସ୍ଥ ଦର୍ଶାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଚର୍ଚ୍ଚାରେ ରହିଛି।

author-image
Chandan Shishu
Berhmapur Marriage Case

Berhmapur Marriage Case

ବ୍ରହ୍ମପୁର: ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ସ୍ୱାସ୍ଥ୍ୟଗତ କାରଣରୁ ପୁଣି ଛୁଟି ପାଇଁ ବିଭାଗୀୟ ଅଧିକାରୀଙ୍କୁ ମେଲ୍ ଯୋଗେ ଜଣାଇଛନ୍ତି। ଅଧିକ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ସୁମିତ ଚିକିତ୍ସା ପାଇଁ ଯାଉଛନ୍ତି ବୋଲି ବାଲିସିରା ସିଏଚସି ସୁପରିନଟେଣ୍ଡେଣ୍ଟଙ୍କୁ ଏକ ମେଲ୍ ଦେଇଛନ୍ତି। ଆସିକାର ଏକ ଗେଷ୍ଟହାଉସରୁରୁ ସୁମିତ ଯିବାର ୫ ଦିନ ହୋଇଗଲା। ହେଲେ ଫେରିବାର କିଛି ବି ସୂଚନା ନାହିଁ। ତପସ୍ୱିନୀଙ୍କ ନିକଟରେ  ସୁମିତ ଗେଷ୍ଟ ହାଉସରୁ କେଉଁଆଡେ ଚାଲିଯିବା ପରେ ଥାନାରେ ଅଭିଯୋଗ କରିଥିଲେ ତପସ୍ୱିନୀ।

Advertisment

ସୁମିତ ତପସ୍ୱିନୀକୁ ଗେଷ୍ଟହାଉସରେ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରିଗଲା ପରେ ପୁଣି ଅସୁସ୍ଥ ଦର୍ଶାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଚର୍ଚ୍ଚାରେ ରହିଛି। ଏପଟେ ତପସ୍ୱିନୀଙ୍କ ସୁରକ୍ଷା ପୋଲିସ ହଟାଇ ଦେଇଥିବା ବେଳେ ଗେଷ୍ଟ ହାଉସ ରହଣି ଖର୍ଚ୍ଚ ତପସ୍ୱିନୀଙ୍କ ମୁଣ୍ଡ ଉପରେ। ଏପଟେ ହକ୍ ପାଇଁ ସେ ଲଢ଼ିବେ ବୋଲି ତପସ୍ୱିନୀ କହିଛନ୍ତି। 

ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ବ୍ରହ୍ମପୁର SDJM କୋର୍ଟ ରାୟ ଶୁଣାଇଥିଲେ। ସପ୍ତାହେ ଯାଏଁ ଉଭୟଙ୍କୁ ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମାନି ଆସିକା ଚିନିଶିଳ୍ପର ଗେଷ୍ଟହାଉସ୍‌ରେ ରହିଥିଲେ ଉଭୟେ ସୁମିତ ଓ ତପସ୍ବିନୀ।  ଗେଷ୍ଟ ହାଉସରୁ କେଉଁଆଡେ ଚାଲିଯାଇଥିବା ତପସ୍ୱିନୀ କହିଛନ୍ତି।

Advertisment
Odisha Berhampur Bride
Advertisment
Advertisment