/odishatv-khabar/media/post_attachments/uploadimage/library/16_9/16_9_0/Diwali_1699587225.jpg)
Diwali
ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପାବଳି ମନାଇବାକୁ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ । ହେଲେ ଦୀପାବଳିରେ ଆପଣ କିପରି ସତର୍କ ରହିବେ ସେନେଇ ଅଗ୍ନିଶମ ବାହିନୀ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ଅଗ୍ନିଶମ ବାହିନୀ ।
କେମିତି ବାଣ ଫୁଟାଇବେ ଓ ଲୋକେ କେମିତି ଦୀପାବଳି ପାଳନ କରିବେ ସେ ନେଇ ଯତ୍ନବାନ ହେବେ । ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି । ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ । ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ ।ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ । ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି ।
ସେହିପରି ବାଣ ଦୋକାନୀଙ୍କ ପାଇଁ ନିୟମ ଜାରି ହୋଇଛି ।ବାଣ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ରଖିବେନି । ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଦୂରତା ରଖିବେ ।କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି ।କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବାଣ ବିକିବେ । ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ବିକିବେନି । ଅଗ୍ନି ନିର୍ବାପକ ସବୁ ବ୍ୟବସ୍ଥା ଗ୍ରହଣ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)