• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଡିଜିଟାଲ ଲୋନ୍ ଆପ, ଗେମ୍ ଆପ୍, ବେଟିଂ ଆପ୍ ପଛରେ ବିଦେଶୀ ଠକ । ବିଦେଶରେ ମାଷ୍ଟର ମାଇଣ୍ଡ, ଭାରତରେ ଲୁଟ୍ ନେଟୱର୍କ । ଲୁକ୍ ଆଉଟ୍ ସର୍କୁଲାର ଜାରି ପରେ ବି ଠକଙ୍କ ଟେର୍ ପାଉନି କ୍ରାଇମବ୍ରାଞ୍ଚ EOW । ୧୧ଜଣଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଗିରଫ କରି ଚୁପ୍ ବସିଛି EOW ।

ସେମାନଙ୍କ ମଧ୍ୟରେ ଲୋନ ଆପ ଠକେଇ ୪ ଜଣ, ଗେମ ଆପରେ ଜଣେ ଏବଂ ଅନ୍ୟାନ ଠକେଇରେ ୫ ଜଣଙ୍କ ସଂପୃକ୍ତି ରହିଛି । ଚାଇନା, ଦୁବାଇ, ହଂକଂ ଓ ମାଲେସିଆରେ ବସି ଏମାନେ, ଭାରତର ବିଭିନ୍ନ ରାଜ୍ୟରେ ଖେଳାଇଥିଲେ ନେଟୱର୍କ l ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ କରିଚାଲିଛନ୍ତି, ହେଲେ କ୍ରାଇମବ୍ରାଞ୍ଚ ହାତ ପାହାନ୍ତାରୁ ବହୁ ଦୂରରେ ବିଦେଶୀ ଠକ ।

ବିଦେଶୀ ଠକଙ୍କୁ ଗିରଫ କରିବାରେ ଅସହାୟ କ୍ରାଇମବ୍ରାଞ୍ଚ EOW, ସିବିଆଇ ଓ ଇଣ୍ଟରପୋଲର ସହାୟତା ଲୋଡିଛି । ଭାରତର ସମସ୍ତ ଏୟାରପୋର୍ଟର ଏମିଗ୍ରେସନ ପଏଣ୍ଟରେ ନଜର ରଖାଯାଇଛି l ଗତ କିଛି ଦିନତଳେ ଏଇଟିନଥ୍ ଫୁଟବଲ ଗେମ ମାଧ୍ୟମରେ ବ୍ରହ୍ମପୁରର ପ୍ରାୟ ୮ଶହ ଜଣ ଠକେଇର ଶିକାର ହୋଇଥିବା ବେଳେ, ଦେଶରେ ମୋଟ ୧୦୦୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅନୁମାନ କରୁଛି କ୍ରାଇମବ୍ରାଞ୍ଚ । ମାମଲାରେ ଦୁବାଇରେ ରହୁଥିବା ମହମ୍ମଦ ସୈଫ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି କରାଯାଇଛି ।

କ୍ରାଇମବ୍ରାଞ୍ଚ ମାତ୍ର ୧୧ ଜଣଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର ଜାରି କରିଛି । ହେଲେ ଅସଲ କଥା ଯେ, ଏବେବି ମାର୍କେଟ ସକ୍ରିୟ ରହିଛି ଶହ ଶହ ବେଆଇନ ଆପ୍ ।

ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ଓମକାରଙ୍କ ସହ ଆଲୋକ ମହାନ୍ତି, ଓଟିଭି

OTV is now on Whatsapp

Join and get latest news update delivered to you via whatsapp

Join Now