Advertisment

ଢେଙ୍କାନାଳ ସାଂସଦ ଓ ଜିଲ୍ଲାପାଳ କଳି,ରବର ଷ୍ଟାମ୍ପ ମନ୍ତବ୍ୟକୁ ନେଇ ମୁହାଁମୁହିଁ

ଢେଙ୍କାନାଳ ଡିଏମଏଫ୍ ମିଟିଂରେ ମୁହାଁମୁହିଁ ଜିଲ୍ଲାପାଳ ଓ ସାଂସଦ । ଜିଲ୍ଲାପାଳଙ୍କ ରବର ଷ୍ଟାମ୍ପ ମନ୍ତବ୍ୟକୁ ନେଇ ମୁହାଁମୁହିଁ ।

author-image
Pallipuspa Samal
ଅଦ୍ୟତନ ହୋଇଛି
District Magistrate and MP

District Magistrate and MP

ଜିଲ୍ଲା ଖଣିଜ ପାଣ୍ଠି-DMF ମିଟିଂରେ ମୁହାଁମୁହିଁ ହେଲେ ଢ଼େଙ୍କାନାଳ ଜିଲ୍ଲାପାଳ ଓ ସାଂସଦ। ଜିଲ୍ଲାପାଳଙ୍କ ରବର ଷ୍ଟାମ୍ପ ମନ୍ତବ୍ୟକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ୩ ବର୍ଷ ପରେ ଗତକାଲି ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ DMF ଫଣ୍ଡର ଖର୍ଚ୍ଚ ନେଇ ମିଟିଂ ବସିଥିଲା। ଏଥିରେ କେଉଁ ବାବଦରେ ଫଣ୍ଡ ଖର୍ଚ୍ଚ ହେଉଛି, କାହିଁକି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସରୁନାହିଁ ବୋଲି ସାଂସଦ ମହେଶ ସାହୁ ପ୍ରଶ୍ନ କରିଥିଲେ।

Advertisment

ସରକାରୀ ଅଧିକାରୀମାନେ 5T ନିୟମ ସହିତ ସମସ୍ତ ନିୟମର ଉଲ୍ଲଂଘନ କରୁଥିବା ସାଂସଦ ଅଭିଯୋଗ କରିଥିଲେ । ଉତ୍ତରରେ ଢେଙ୍କାନାଳ ଜିଲ୍ଲାପାଳ ନିଜକୁ "ମୁଁ ରବର ଷ୍ଟାମ୍ପ" ବୋଲି କହିବାରୁ ଦୁହିଁଙ୍କ ମଧ୍ୟରେ କଥା କଟାକଟି ସ୍ଥିତି ଉପୁଜିଥିଲା। ଅନ୍ୟପଟେ ଏହା ମନାନ୍ତର ନୁହେଁ ମତାନ୍ତର ବୋଲି କହିଛନ୍ତି ଜିଲ୍ଲାପାଳ। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହେଉଛି।

Odisha News
Advertisment
Advertisment